ରଥଖଳା ଖବର: ଚଳଚଞ୍ଚଳ ରଥଖଳା, ଚକ ନିର୍ମାଣରେ ବ୍ୟସ୍ତ ମୁଖ୍ୟ ବିଶ୍ୱକର୍ମା

ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆଗେଇ ଚାଲିଛି ରଥ ନିର୍ମାଣ କାମ । ରଥ ନିର୍ମାଣ ନେଇ ରଥଖଳା ଚଳଚଞ୍ଚଳ ରହିଛି । ଆଜି ତିନିରଥର ୧୫ ତୁମ୍ବରେ ପହି ସଂଯୋଗ କରାଯାଇଛି । ତାଳଧ୍ଵଜ ରଥର ୧୪ ତୁମ୍ବ ମଧ୍ୟରୁ ୫ଟିରେ ପହି ଲଗାଯାଇଛି ।

ପୁରୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆଗେଇ ଚାଲିଛି ରଥ ନିର୍ମାଣ କାମ । ରଥ ନିର୍ମାଣ ନେଇ ରଥଖଳା ଚଳଚଞ୍ଚଳ ରହିଛି । ଆଜି ତିନିରଥର ୧୫ ତୁମ୍ବରେ ପହି ସଂଯୋଗ କରାଯାଇଛି । ତାଳଧ୍ଵଜ ରଥର ୧୪ ତୁମ୍ବ ମଧ୍ୟରୁ ୫ଟିରେ ପହି ଲଗାଯାଇଛି । ସେହିପରି ନନ୍ଦିଘୋଷ ରଥର ୧୬ତୁମ୍ବ ମଧ୍ୟରୁ ୫ଟିରେ ପହି ସଂଯୋଗ କରାଯାଇଛି । ଦେବଦଳନ ରଥର ୫ଟି ଚକରେ ପହି ସଂଯୋଗ ଶେଷ ହୋଇଛି ।

Ratha Yatra

ସୂଚନାଥାଉକି, ଆସନ୍ତା ୨୨ରେ ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ । ବିଧି ଅନୁଯାୟୀ ତିନି ରଥର ୬ଟି ଚକ ସହ ୩ଟି ଅଖ ସଂଯୋଗ କରାଯାଇ ଡେରାଯିବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ୩ ଟି ଅଖ କାଠ ପକାଯାଇଛି । ଚକରେ ଲାଗି ହୋଇଥିବା ପହି ବାହାର ବିନ୍ଧରେ ଖୁସିଅର ଲାଗିଥିଲା। ଏହା ପହି ଓ ଅରକୁ କାମୁଡି ଧରେ। ଗୋଟିଏ ଚକରେ ୪ଟି ପହି ,୧୬ଟି ବିନ୍ଧ, ୧୬ଟି ଅର ଓ ୧୬ଟି ଖୁସିଅର ଲାଗିଥାଏ।

ଆସନ୍ତା ଜୁଲାଇ 1(ଶୁକ୍ରବାର) ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହେବ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ମହାବାହୁଙ୍କ ରଥଯାତ୍ରା ପାଇଁ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଗତ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାମ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+