ରଥଖଳା ଖବର: ଆସନ୍ତାକାଲି ଶ୍ରୀକ୍ଷେତ୍ର ଭଉଁରୀ, ଚକରେ ଲାଗିଲା ଅଖ

ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆଗେଇ ଚାଲିଛି ରଥ ନିର୍ମାଣ କାମ । ଆସନ୍ତାକାଲି ଶ୍ରୀକ୍ଷେତ୍ର ପାଳନ ହେବ ଭଉଁରୀ । ଭଉଁରୀ ତିଥିରେ ହେବାକୁ ଥିବା ଚକ ଡେରା ନୀତି ତଥା ଚକ-ଅଖ ସଂଯୋଗ ପାଇଁ ତିନିରଥର ଗୋଟିଏ ଲେଖାଏଁ ନାହାକା ଅଖ ନିର୍ମାଣ ଶେଷଛି ।

ପୁରୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆଗେଇ ଚାଲିଛି ରଥ ନିର୍ମାଣ କାମ । ଆସନ୍ତାକାଲି ଶ୍ରୀକ୍ଷେତ୍ର ପାଳନ ହେବ ଭଉଁରୀ । ଭଉଁରୀ ତିଥିରେ ହେବାକୁ ଥିବା ଚକ ଡେରା ନୀତି ତଥା ଚକ-ଅଖ ସଂଯୋଗ ପାଇଁ ତିନିରଥର ଗୋଟିଏ ଲେଖାଏଁ ନାହାକା ଅଖ ନିର୍ମାଣ ଶେଷଛି । ଏହା ବ୍ୟତୀତ ସାଲଗୁଜ, ଜଳଯନ୍ତ୍ର, ତୀକ୍ଷଗୁଜ ଏବଂ କୁଡୁକା ଶେଷ ହେବା ପରେ ଯୋଖା ନିର୍ମାଣ ଆରମ୍ଭ ହୋଇଛି । ଦୋଳବେଦୀ ସ୍ଥିତ କମାରଶାଳରେ ତିନି ରଥର ତୁମ୍ବ ପାଇଁ ପଂଦାରୀ, ତୁମ୍ବ ମାପ ପ୍ରକାରେ ବଳା ନିର୍ମାଣ ସହ ଅରକଣ୍ଟା ନିର୍ମାଣ ଆଗେଇ ଚାଲିଛି ।

Ratha Yatra 2022

ବିଧି ଅନୁଯାୟୀ ଏହି ଅବସରରେ ତିନି ରଥର ୬ଟି ଚକ ଡେରାଯିବ। ୩ଟି ରଥ ପାଇଁ ତିନୋଟି ନାହକା ଅଖ ଓ ୬ଟି ଚକ ତିଆରି ସାରିଛନ୍ତି ବିଶ୍ଵକର୍ମା। ଶ୍ରୀକ୍ଷେତ୍ର ଭଉଁରୀ ଦିନ ପ୍ରଭୁଙ୍କ ଆଜ୍ଞାମାଳ ଆସିବା ପୂର୍ବରୁ ଏହା ସଂଯୋଗ କରାଯିବ।

Ratha Yatra 2022

ନନ୍ଦିଘୋଷ ଓ ତାଳଧ୍ଵଜ ରଥରେ ୧୬ ଟି ଲେଖାଏଁ ଜୋକା ଓ ଦର୍ପଦଳନ ରଥରେ ୧୨ ଟି ଯୋକା ସ୍ଥାପନ ହେବ। ବିଶ୍ଵକର୍ମା ମହାରଣାଙ୍କ ନିର୍ଦ୍ଦେଶରେ ଭୋଇ ସେବକମାନେ ବିଲେଇବାଡ଼ିଆ ପଦ୍ଧତିରେ ଅର ଓ ପହିକୁ ସଂଯୋଗ କରୁଛନ୍ତି। ପହିର ବିନ୍ଧରେ କିଳା ଦେଇ ଅର ସହିତ ଟାଇଟ୍ କରି ବାଡ଼ିଆ ଯାଉଛି। ଯନ୍ତାପଟାରେ ପଡି ତୁମ୍ବ ସହିତ ଅର ବା ସିଙ୍ଗଡ଼ାବାଡ଼ିଆ ହୋଇ ପହି ପିନ୍ଧା କଲାପରେ ଖୁସିଅର ଲଗାଯାଉଛି। ପରେ କଳସା କରାଯାଇ ପହିକୁ ଖାପରେ ବାନ୍ଧେଣୀ କରି ଚକ ପ୍ରସ୍ତୁତ କରାଯାଉଛି।

Ratha Yatra 2022

ସୂଚନାଥାଉକି, ଆସନ୍ତା ଜୁଲାଇ 1(ଶୁକ୍ରବାର) ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହେବ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ମହାବାହୁଙ୍କ ରଥଯାତ୍ରା ପାଇଁ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଗତ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାମ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+