ଆଜି ଦଶମୀରେ ହେବ ଚକା ବିଜେ ନୀତି, ସୁସ୍ଥ ହେବେ ମହାପ୍ରଭୁ
ଆଜି ଦଶମୀରେ ଚକା ବିଜେ ନୀତି ସମ୍ପନ୍ନ ହେବ । ଏକାଦଶୀରେ ଦଶମୂଳ ମୋଦକ, ଖଡି ପ୍ରସାଦ ବିଜେ, ଦ୍ୱାଦଶୀରେ ରାଜପ୍ରସାଦ ବିଜେ, ଖଳିଲାଗି ଓ ଘଣା ଲାଗି ନୀତି ସମ୍ପନ୍ନ ହେବ ।
ପୁରୀ: ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ । ସ୍ନାନପୂଣ୍ଣିମା ଠାରୁ ଅସୁସ୍ଥ ଅଛନ୍ତି ଶ୍ରୀଜିଉ । ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଚିକିତ୍ସା । ଫୁଲୁରି ତେଲ ଏବଂ ଓଷୋ ଲାଗି ପରେ ବି ସୁସ୍ଥ ହୋଇନାହାନ୍ତି ମହାପ୍ରଭୁ । ସୁସ୍ଥ ହେବା ପାଇଁ ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ଆଜି ଦଶମୂଳ ଲାଗି କରାଯିବ । ମହାପ୍ରଭୁଙ୍କ ଗୁପ୍ତସେବାର ଏହେଉଛି ବିଶେଷ ନୀତି ।

ଆଜି ଦଶମୀରେ ଚକା ବିଜେ ନୀତି ସମ୍ପନ୍ନ ହେବ । ଏକାଦଶୀରେ ଦଶମୂଳ ମୋଦକ, ଖଡି ପ୍ରସାଦ ବିଜେ, ଦ୍ୱାଦଶୀରେ ରାଜପ୍ରସାଦ ବିଜେ, ଖଳିଲାଗି ଓ ଘଣା ଲାଗି ନୀତି ସମ୍ପନ୍ନ ହେବ । ପରେ ମହାପ୍ରଭୁ ସୁସ୍ଥ ହୋଇ ନବଯୌବନ ବେଶରେ ଦର୍ଶନ ଦେଇ ରଥାରୂଢ଼ ହେବେ ।
ସେପଟେ ରଥଯାତ୍ରାକୁ ରହିଛି ଆଉ ମାତ୍ର ୭ ଦିନ । ଜୋରସୋରରେ ଚାଲିଛି ରଥ ନିର୍ମାଣ । ସମୟ ପୂର୍ବରୁ ଚାରିନାହାକା, ୧୪ ନାହାକା ଯୋଖା ସରିଛି । ପ୍ରଥମ, ଦ୍ୱିତୀୟ, ତୃତୀୟ ଭୂଇଁ ଓ ପୋଟଳ, ପାରାଭାଡ଼ି କାମ ମଧ୍ୟ ସମ୍ପର୍ଣ୍ଣ ହୋଇଛି । ଏବେ ତିନି ରଥରେ ପଟା ବାଡିଆ କାର୍ଯ୍ୟ ଜାରି ରହିଥିବା ବେଳେ ଦୁଆର ବେଢା, ପ୍ରଭା, ଜଗତପୃଷ୍ଠ ଶେଣୀ କାର୍ଯ୍ୟ କରାଯାଉଛି ।












Click it and Unblock the Notifications