Get Updates
Get notified of breaking news, exclusive insights, and must-see stories!

ବଡଦାଣ୍ଡରେ ଗଡିଲା ତିନି ରଥ, ଚାଲିଛି ରଥଟଣା

ମାଉସୀ ମା' ମନ୍ଦିର ଅଭିମୁଖେ ବାହାରିଲେ ବଡ଼ ଠାକୁର । ସିଂହଦ୍ୱାର ଛାଡ଼ି ଗଣ୍ଡିଚା ମନ୍ଦିର ଅଭିମୁଖେ ଗଡୁଛି ତିନି ରଥ । ଡାହୁକଙ୍କ ଡାକରେ ଫାଟି ପଡ଼ୁଛି ସମଗ୍ର ପରିବେଶ ।

ପୁରୀ: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ମାଉସୀ ଘର ଯିବେ ମହାପ୍ରଭୁ । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ତେବେ ନିର୍ଦ୍ଧାରିତ ସମୟର ତିନି ଘଣ୍ଟା ପୂର୍ବରୁ ଗଡ଼ିଛି ରଥ । ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଲେ ଚାରି ଠାକୁର । ସିଂହଦ୍ୱାର ଛାଡ଼ି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡୁଛି ତିନି ରଥ । ଡାହୁକଙ୍କ ଡାକରେ ଫାଟି ପଡ଼ୁଛି ସମଗ୍ର ପରିବେଶ ।

chariot
ଆଜି ସକାଳୁ ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ରଥାରୁଢ଼ ହେବା ପରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ । ଏହା ପରେ ରଥ ଉପରେ 'ଛେରାପହଁରା' ନୀତି କରିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ପ୍ରଥମ ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଛେରାପହଁରା କରିଥିଲେ ଗଜପତି ମହାରାଜା । ଏହା ପରେ ସୁଭଦ୍ରାଙ୍କ ଦେବଦଳନ ଓ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଛେରାପହଁରା କରିଥିଲେ ମହାରାଜା ଦିବ୍ୟସଂହ ଦେବ । ଛେରାପହଁରା ନୀତି ସମାପନ ହେବା ପରେ ବଡ଼ଦାଣ୍ଡରେ ଗଡ଼ିଛି ଗୋଟିଏ ପରେ ଗୋଟିଏ ରଥ ।

ରଥଯାତ୍ରା ଅବସରରେ ଶ୍ରୀକ୍ଷେତ୍ରକୁ ପ୍ରଚୁର ଭକ୍ତଙ୍କ ସମାଗମ ହୋଇଛି। ବଡଦାଣ୍ଡ ଲୋକାରଣ୍ୟ। ଦୁଇ ହେବ କରୋନା ମହାମାରୀ ଯୋଗୁଁ ସାଧାରଣ ଦର୍ଶନ କରିପାରୁନଥିଲେ କାଳିଆକୁ। ଆଜି ମନ ପୁରେଇ ରଥରେ ଭଗବାନଙ୍କ ଦର୍ଶନ କରୁଛନ୍ତି ଭକ୍ତମାନେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+