ରଥଖଳା ଖବର: ଶେଷ ହୋଇଛି ତିନିରଥର ପରିଛା ଚଉପଟ କାର୍ଯ୍ୟ
ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଚଳଚଞ୍ଚଳ ହୋଇ ପଡିଛି ରଥଖଳା । ସୋମବାର (ଆଜି) ସୁଦ୍ଧା ରଥଖଳାରେ ତିନିରଥର ଚାର ପରିଛା ଚଉପଟ କାର୍ଯ୍ୟ ସରିବା ସହ ଗରଗରା ଚଉପଟ ଓ ବିନ୍ଧ କାର୍ଯ୍ୟ ଶେଷ ହୋଇଛି ।
ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଚଳଚଞ୍ଚଳ ହୋଇ ପଡିଛି ରଥଖଳା । ସୋମବାର (ଆଜି) ସୁଦ୍ଧା ରଥଖଳାରେ ତିନିରଥର ଚାର ପରିଛା ଚଉପଟ କାର୍ଯ୍ୟ ସରିବା ସହ ଗରଗରା ଚଉପଟ ଓ ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ଏହା ବ୍ୟତୀତ ଢ଼ମକ ଚଉପଟ କାର୍ଯ୍ୟ ଓ ପୋଲ ଗୟଳ ଚିରଟ ଓ ଚଉପଟ କାର୍ଯ୍ୟ ଚାଲୁଛି ।

ସେହିପରି ତିନିରଥର ସିଂହାସନରେ ଡ଼ାଳି, ଲତା ଓ କୁମ୍ଭ ରୂପ ଖୋଦେଇ ଆଗେଇ ଚାଲିଛି । ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାରଶାଳରେ ତିନିରଥ ଲାଗି ଗୟଳକଣ୍ଟା, ଗରଗରା କଣ୍ଟା, ଭୁଇଁ କଣ୍ଟା, ଯୋଖା କଣ୍ଟା, ଚଣାକ ଏବଂ ବାଗିଆ କଣ୍ଟା ନିର୍ମାଣ ଜାରି ଅଛି ।














Click it and Unblock the Notifications