ରଥଖଳା ଖବର: ପବିତ୍ର ଶୀତଳ ଷଷ୍ଠୀରେ ସଂଯୋଗ ହେଲା ଚକ-ଅଖ
ସୁରୁଖୁରୁରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ପରମ୍ପରା ଅନୁଯାୟୀ ଶୀତଳ ଷଷ୍ଠୀ ଅବସରରେ ସମସ୍ତ ଚକ ଓ ଅଖ ସଂଯୋଗ କରାଯାଇଛି ।
ପୁରୀ: ପାଖେଇ ଆସୁଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଚଳଚଞ୍ଚଳ ରଥଖଳା । ସୁରୁଖୁରୁରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ପରମ୍ପରା ଅନୁଯାୟୀ ଶୀତଳ ଷଷ୍ଠୀ ଅବସରରେ ସମସ୍ତ ଚକ ଓ ଅଖ ସଂଯୋଗ କରାଯାଇଛି ।

ପରମ୍ପରା ଅନୁଯାୟୀ ଆଜି ଶୀତଳଷଷ୍ଠୀରେ ଅନୁଷ୍ଠିତ ହୋଇଛି ଚକଡେରା ନୀତି । ଭୋଇ ସେବକମାନେ ୩ ରଥର ମୋଟ ୪୨ଟି ଚକରେ ଅଖ ସଂଯୋଗ କରିଛନ୍ତି । ପାର୍ଶ୍ଵ ଦଣ୍ଡାରେ କୁଡ଼ୁକା ଓ ନିରାଡ଼ି ଲଗାଯିବା କାର୍ଯ୍ୟ ଜାରି ରହିଛି । ସେପଟେ ତିନିରଥ ପାଇଁ ଶେଷ ହୋଇଛି ୪୨ ଚକ ନିର୍ମାଣ । ନନ୍ଦିଘୋଷ ରଥର ୧୬, ତାଳଧ୍ଵଜ ରଥର ୧୪ ଏବଂ ଦେବଦଳନ ରଥର ୧୨ ଚକ ରହିଛି ।
ସେପଟେ ଗରଗରା ଗୁଡିକରେ ଚାଲିଛି ବିନ୍ଧ ଖୋଦେଇ କାମ । ଚାରପରିଛା ନିର୍ମାଣ ପାଇଁ କାଠ ଚଉପଟ କରାଯାଉଛି । ତାଳଧ୍ବଜ ଏବଂ ନନ୍ଦିଘୋଷ ରଥର ପୋଲଗୟଳ କାମ ଶେଷ ହୋଇଛି । ଦେବଦଳନ ରଥର ପୋଲଗୟଳ କାମ ଜାରି ରହିଥିବା ବେଳେ ରୂପକାର ସେବକମାନେ ତିନିରଥର ସିଂହାସନରେ ଖୋଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି ।












Click it and Unblock the Notifications