ରଥଖଳା ଖବର: ତିନିରଥର ଦୁଆର ବେଢ଼ା ନିର୍ମାଣ କାର୍ଯ୍ୟ ଶେଷ
ରଥ ନିର୍ମାଣ ପାଇଁ ୧୩ ପରସ୍ତ ପୋଟଳ ସଂଯୋଗ ସମ୍ପୂର୍ଣ ହୋଇସାରିଛି । ସେହିପରି ଦୁଆର ବେଢ଼ା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଞ୍ଚଳ ରଥଖଳା । ରଥ ନିର୍ମାଣ ପାଇଁ ୧୩ ପରସ୍ତ ପୋଟଳ ସଂଯୋଗ ସମ୍ପୂର୍ଣ ହୋଇସାରିଛି । ସେହିପରି ଦୁଆର ବେଢ଼ା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେହିପରି ପଟା ବାଡ଼ିଆ ଓ ପ୍ରଭା ଫ୍ରେମ ନିର୍ମାଣ ଜାରୀ ରହିଛି ।

ଅନ୍ୟପଟେ ତିନିରଥର ପାର୍ଶ୍ୱ ଦେବଦେବୀଙ୍କ ମୂର୍ତ୍ତି, କୋଣ ଗୁଜ, ପଟା ଗୁଜ, ନାଟ ଗୋଡ଼, ସିଂହାସନ, ପାରାପଟା ତଥା କଳସରେ ରଙ୍ଗ କାର୍ଯ୍ୟ ଆଗେଇ ଚାଲିଛି । ଦୁଆର ବେଢ଼ା ପାଇଁ କନା କଟା ହୋଇ ସେଥିରେ ଲେସ ଫିଟିଙ୍ଗ ଶେଷ ହୋଇଥିବା ବେଳେ ସେଥିରେ ସଂଯୋଗ ହେଉଥିବା ଚନ୍ଦ୍ରଶାଳୀର କନା କଟା ହୋଇ ସେଥିରେ ଫୁଲ ସିଲେଇ କାର୍ଯ୍ୟ ଜାରୀ ରହିଛି । ଏହା ବ୍ୟତୀତ କମାରସାଳରେ କଳସ କଣ୍ଟା, ଶୁଆ କଣ୍ଟା ଏବଂ ଦୁଆର ବେଢ଼ା ପାଇଁ କଣ୍ଟା ନିର୍ମାଣ ସହ ତିନିରଥର ୧୦ ଗୋଟି ଲେଖାଁଏ ଗୁଣ୍ଠି କଣ୍ଟା ନିର୍ମାଣ ହୋଇଅଛି ।
ରଥ ନିର୍ମାଣ ପାଇଁ ୧୩ ପରସ୍ତ ପୋଟଳ ସଂଯୋଗ ସମ୍ପୂର୍ଣ ହୋଇଅଛି । ଦୁଆର ବେଢ଼ା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେହିପରି ପଟା ବାଡ଼ିଆ ଓ ପ୍ରଭା ଫ୍ରେମ ନିର୍ମାଣ ଜାରୀ ରହିଛି । @JagannathaDhaam #JaiJagannatha#RathaKhala2022#RathaJatra2022 pic.twitter.com/4pfP3ucXkU
— Shree Jagannatha Temple Office, Puri (@SJTA_Puri) June 22, 2022
ସେପଟେ ରଥଯାତ୍ରା ପାଇଁ ପୁରୀରେ କରାଯିବ ବ୍ୟାପକ ଟିକାକରଣ । ଏନେଇ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ପୁରୀରେ ଅଧିକ ଟୀକାକରଣ କରିବାକୁ ପୁରୀ ପ୍ରଶାସନକୁ ଅବଗତ କରାଯାଇଛି । ଯେଉଁମାନେ ଦ୍ୱିତୀୟ ଡୋଜ ବା ପ୍ରିକସନ ଡୋଜ ନେଇନାହାନ୍ତି ସେମାନଙ୍କୁ ଏକ ସ୍ୱତନ୍ତ୍ର କ୍ୟାମ୍ପ କରି ଟୀକା ନେବା ପାଇଁ ଅଗବତ କରାଇଛି ସ୍ୱାସ୍ଥ୍ୟ ବିଭାଗ । ଏହାସହ ପରିମଳ ଓ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।












Click it and Unblock the Notifications