ରଥଖଳା ହାଲଚାଲ: ଶେଷ ହେଲା ୩୯ଟି ଚକ ନିର୍ମାଣ କାର୍ଯ୍ୟ, ବାକି ତିନିଟି ଚୂଡାନ୍ତ ପର୍ଯ୍ୟାୟରେ

ତିନି ରଥର ୪୨ ଚକ ମଧ୍ୟରୁ ୩୯ ଚକ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ବାକିଥିବା ତିନିଟି ଚକ କାମ ଏବେ ଚୂଡାନ୍ତ ପର୍ଯ୍ୟାୟରେ ରହିଛି ।

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାକୁ ଆଉ ଠିକ୍ ମାସେ ବାକି ରହିଲା । ସେଥିପାଇଁ ଜୋରସୋର ଚାଲିଛି ରଥ ନିର୍ମାଣ କାର୍ଯ । ଚଳଚଞ୍ଚଳ ହୋଇଉଠିଛି ରଥଖଳା । ତିନି ରଥର ୪୨ ଚକ ମଧ୍ୟରୁ ୩୯ ଚକ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ବାକିଥିବା ତିନିଟି ଚକ କାମ ଏବେ ଚୂଡାନ୍ତ ପର୍ଯ୍ୟାୟରେ ରହିଛି । ତିନିରଥର ଚାରିନାହାକା ଏବଂ ଚଉଦନାହାକା ନିର୍ମାଣ ମଧ୍ୟ ଶେଷ ହୋଇଅଛି । ତିନିରଥର ଦଣ୍ଡା ତଥା ଅଖ ନିର୍ମାଣ ଜାରୀ ରହିଛି ।

Ratha Khala

ସେପଟେ ଗ୍ରୀଷ୍ମ ପ୍ରବାହ ଯୋଗୁ ଶ୍ରୀଜିଉଙ୍କ ରଥ ଚକରେ ଫାଟ ସୃଷ୍ଟି ହୋଇଛି । କଞ୍ଚା କାଠ ଓ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଚକରେ ଫାଟ ସୃଷ୍ଟି ହୋଇଥିବା ବେଳେ ନଟବୋଲ୍ଟ ଏବଂ କ୍ଲାମ୍ପ ଫିଟିଂ କରି ଏହାକୁ ମରାମତି କରାଯାଇଛି । ଫଳରେ ରଥଯାତ୍ରା ସମୟରେ ଏହା କୌଣସି ସମସ୍ୟା ସୃଷ୍ଟି କରିବ ନାହିଁ ବୋଲି କହିଛନ୍ତି ବିଶେଷଜ୍ଞ ଟିମ୍ ଅଧ୍ୟକ୍ଷ ଏନ୍.ସି.ପାଲ୍ ।

ଆସନ୍ତା ଜୁଲାଇ ମାସ ୧ରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ତିନି ରଥର ଛଅଟି ଚକ ସହ ତିନୋଟି ଅଖ ଡେରା କାର୍ଯ୍ୟ ସରିଥିବାବେଳେ ଆଗାମୀ ଶୀତଳ ଷଷ୍ଠୀ ପରଦିନ ସମସ୍ତ ଚକ ଥାକ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+