ରଥଖଳା ଖବର: ନନ୍ଦିଘୋଷ ରଥରେ ଫାଟ, ସେପଟେ ତିନି ରଥର ଉଠିଲା ଚାରି ନାହାକା

ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ରଥ, ପଥ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଦିନ କେଇଟା ଥିବାରୁ ଚଳଚଞ୍ଚଳ ହୋଇଉଠିଛି ରଥଖଳା । ଆଜି(ଶୁକ୍ରବାର) ତିନି ରଥର ଉଠିଛି ଚାରି ନାହାକା ।

ପୁରୀ: ପାଖେଇ ଆସୁଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ରଥ, ପଥ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଦିନ କେଇଟା ଥିବାରୁ ଚଳଚଞ୍ଚଳ ହୋଇଉଠିଛି ରଥଖଳା । ଆଜି(ଶୁକ୍ରବାର) ତିନି ରଥର ଉଠିଛି ଚାରି ନାହାକା ।

Ratha Yatra 2022

ରଥଖଳାରେ ଆଜି ତିନିରଥରେ ଚାରି ନାହାକା ଉଠିଛି । ଏହା ବ୍ୟତୀତ ତିନିରଥର ଗରଗରାରେ କଣ୍ଟା ବାଡ଼ିଆ କାର୍ଯ୍ୟ ଶେଷ ହେବା ସହ ଜଗତ ପୃଷ୍ଠ ଶେଣୀ ରଚଉପଟ କାର୍ଯ୍ୟ ଜାରୀ ରହିଛି । ଚାରି ନାହାକା ଉଠିବା ପୂର୍ବରୁ ତିନିରଥରେ ଦୁଇଟି ଲେଖାଁଏ ପୋଲ ଗୟଳ ସେଟିଙ୍ଗ ହୋଇ ତଥା ଏହାକୁ ମଜଭୁତ ଭାବେ ବାନ୍ଧି ରଖିବାପାଇଁ ଚଢେଇ ଦଣ୍ଡାରେ ଖମ୍ବ ଗୟଳ ସହ ସଂଯୋଗ କରାଯାଇ ପାଞ୍ଚ ଦଣ୍ଡା ଆଗ ଓ ପଛ ମୁହାଁଟରେ ସଂଯୋଗ କରାଯାଇଥିଲା ।

ସେପଟେ ନନ୍ଦିଘୋଷ ରଥ ଚକର ଅଖରେ ଫାଟ ହୋଇଥିବା ଦେଖିବାକୁ ମିଳିଛି । ରଥ ସାମନା ପାର୍ଶ୍ୱରେ ଥିବା ଅଖରେ ଦଣ୍ଡା କଣ୍ଟା ପଡିବା ପରେ ତ୍ରୁଟି ପରିଲକ୍ଷିତ ହୋଇଛି । ଅଖକୁ ପରିବର୍ତ୍ତନ କରିବା ନେଇ ନିଷ୍ପତ୍ତି ନିଆଯାଇଛି। ଅଖ ନିର୍ମାଣ ହେବା ପରେ ତ୍ରୁଟିପୂର୍ଣ୍ଣ ଅଖ ବାହାର କରାଯିବା ସହ ନୂଆ ଅଖ ଲଗାଯିବ । ଏନେଇ ସୂଚନା ଦେଇଛନ୍ତି ନନ୍ଦିଘୋଷ ରଥର ବିଶ୍ୱକର୍ମା ମହାରଣା ବିଜୟ ମହାପାତ୍ର ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+