ଶ୍ରୀମନ୍ଦିରରୁ ଆସିଲା ଆଜ୍ଞାମାଳ: ରଥଖଳାରେ ଶେଷ ହେଲା ଚକାଡେରା ନୀତି

ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ତିନି ରଥର ହେଲା ଚକାଡେରା ନୀତି । ପରମ୍ପରା ଅନୁସାରେ ତିନି ରଥର ଚକଡେରା ଅନୁକୂଳ ହୋଇଛି ।

ପୁରୀ: ଆଜି ଶ୍ରୀକ୍ଷେତ୍ର ଭଉଁରୀ । ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ତିନି ରଥର ହେଲା ଚକାଡେରା ନୀତି । ପରମ୍ପରା ଅନୁସାରେ ତିନି ରଥର ଚକଡେରା ଅନୁକୂଳ ହୋଇଛି । ନାହାକା ଓ ଅଖ ସହ ଚକ ଯୋଡାଯାଇଛି । ତିନି ରଥର ୪୨ଟି ଚକରୁ ୧୯ଟି ଚକ କାମ ହୋଇଛି । ତାଳଧ୍ୱଜ ରଥର ୭ଟ. ଦେବଦଳନ ରଥର ୫ଟି ଓ ନନ୍ଦିଘୋଷ ରଥର ୭ଟି ଚକ ରହିଛି । ତିନି ରଥର ୪ଟି ଲେଖାଏଁ ଭୂଇଁ ଚଉତା କାଠ ଚଉପଟ କରାଯାଇଥିଲା ।

Ratha Yatra 2022

ପରମ୍ପରା ଅନୁଯାୟୀ ଆଜି ଭଉଁରୀ ଅବସରରେ ଶ୍ରୀମନ୍ଦିରରେ ସକାଳ ଧୂପ ଶେଷ ହେବା ପରେ ପୂଜାପଣ୍ଡାମାନେ ୩ ରଥ ପାଇଁ ଆଜ୍ଞାମାଳ ଆଣି ରଥଖଳାରେ ପହଞ୍ଚିଥିଲେ। ବିଶ୍ଵକର୍ମା ମହାରଣା ମାନେ ନିର୍ମାଣ କରିଥିବା ପ୍ରତ୍ୟେକ ରଥର ଦୁଇଟି ଲେଖାଏଁ ଚକ ସହ ଅଖର ସଂଯୋଗ କରିଥିଲେ ଭୋଇ ସେବକମାନେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଏହି ଅନୁକୂଳ କାର୍ଯ୍ୟ ବେଶ୍ ସୁରୁଖୁରୁରେ ସଂପନ୍ନ ହୋଇଥିଲା। ମହାପ୍ରଭୁଙ୍କ ରଥ ନିର୍ମାଣ ଓ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ଚଳିତ ବର୍ଷ ଭକ୍ତଙ୍କ ଗହଣରେ ଶୃଙ୍ଖଳିତ ଭାବେ ହେବା ନେଇ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ।

Ratha Yatra 2022

ଅନ୍ୟପଟେ ରଥଯାତ୍ରା ପୂର୍ବରୁ ତିନି ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନର ଦଉଡି ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଛି । ବୀରପ୍ରତାପପୁର କତା ନିଗମରୁ ଏହି କତାଦଉଡି ଆସି ବଡ଼ଦାଣ୍ଡରେ ପହଞ୍ଚିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରଖାଯାଇଛି । ତିନି ରଥର ୪ଟି ଲେଖାଏଁ ମୋଟ୍ ୧୨ ଖଣ୍ଡ ଦଉଡି ଆସି ପହଞ୍ଚିଥିବା ବେଳେ ଏହାର ଲମ୍ବ ୨୨୦ ଫୁଟ ବୋଲି ଜଣାପଡ଼ିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+