For Quick Alerts
Turn On Notification  
For Daily Alerts
Oneindia App Download

ଆଜିଠୁ ଆଡ଼ପ ମଣ୍ଡପରେ ଦର୍ଶନ ଦେବେ ଚତୁର୍ଦ୍ଧାମୁରତୀ

ଆଜିଠୁ ଆଡ଼ପ ମଣ୍ଡପରେ ଦର୍ଶନ ଦେବେ ମହାପ୍ରଭୁ । ଆଜିଠୁ ମିଳିବ ଦୁର୍ଲ୍ଲଭ ଆଡ଼ପ ଅବଢ଼ା । ଗତକାଲି ପହଣ୍ଡି ବିଜେରେ ଆଡପ ମଣ୍ଡପକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି ।

|

ପୁରୀ: ଆଜିଠୁ ଆଡ଼ପ ମଣ୍ଡପରେ ଦର୍ଶନ ଦେବେ ମହାପ୍ରଭୁ । ଆଜିଠୁ ମିଳିବ ଦୁର୍ଲ୍ଲଭ ଆଡ଼ପ ଅବଢ଼ା । ଗତକାଲି ପହଣ୍ଡି ବିଜେରେ ଆଡପ ମଣ୍ଡପକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଜିଠୁ ଜନ୍ମବେଦିରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ଆଜିଠୁ ମଧ୍ୟ ଭକ୍ତଙ୍କୁ ମିଳିବ ଦୁର୍ଲ୍ଲଭ ଆଡ଼ପ ଅବଢ଼ା ।

Ratha Yatra 2022

ସକାଳୁ ଦ୍ବାରଫିଟା ଯିବା ପରେ ଭିତର ଶୋଧ, ମଙ୍ଗଳ ଆଳତୀ, ମଇଲମ, ଅବକାଶ ନୀତି କରାଯାଇ ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ ହୋଇଛି । ପରେ ଗୋପାଳ ବହ୍ଲବ ପୂଜା, ସକାଳ ଧୂପ ଓ ଭୋଗ ମଣ୍ଡପ ନୀତି ହେବା ସହ ଯାତ୍ରାଙ୍ଗୀ ମହାସ୍ନାନ ଆଦି ନୀତି କରାଯାଇ ରାତ୍ରୀରେ ବଡ଼ ସିଂହାର ବେଶ ଓ ଭୋଗ ଅନୁଷ୍ଠିତ ହେବ ।

ଆଡ଼ପ ମଣ୍ଡପରେ ଦର୍ଶନର ବିଶେଷ ମହତ୍ତ୍ୱ ରହିଛି । ଗତ ଦୁଇବର୍ଷ ଧରି ଭକ୍ତ ଏହି ଦର୍ଶନରେ ବଞ୍ଚିତ ଥିଲେ । ଏଥର ଅଧିକ ଭକ୍ତଙ୍କ ସମାଗମ ହେବା ଆଶଙ୍କା ଥିବାରୁ ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଛି । ଆଡ଼ପ ଦର୍ଶନ ଓ ମହାପ୍ରସାଦ ପାଇବା ନେଇ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Ratha Yatra 2022: Adapa Mandap Darshan From Today
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X