For Quick Alerts
Turn On Notification  
For Daily Alerts
Oneindia App Download

ଆଡପ ମଣ୍ଡପରେ ବାହାରିଲା ଆଡ଼ପ ଅବଢା, ମହାପ୍ରସାଦ ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍

ଆଡପ ମଣ୍ଡପରେ ବାହାରିଲା ଆଡ଼ପ ଅବଢା । ଏହି ଦୁର୍ଲଭ ମହାପ୍ରସାଦ ପାଇବା ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ମହାପ୍ରଭୁ ଆଡପ ମଣ୍ଡପ ବିଜେ କରିବା ପରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି ।

|

ପୁରୀ: ଆଡପ ମଣ୍ଡପରେ ବାହାରିଲା ଆଡ଼ପ ଅବଢା । ଏହି ଦୁର୍ଲଭ ମହାପ୍ରସାଦ ପାଇବା ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ମହାପ୍ରଭୁ ଆଡପ ମଣ୍ଡପ ବିଜେ କରିବା ପରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି । ବର୍ଷକୁ ଥରେ ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ଦୁଇ ବର୍ଷ ଧରି ଭକ୍ତ ଆଡପ ଦର୍ଶନରୁ ବଞ୍ଚିତ ହୋଇଥିବାରୁ ଆଜି ପ୍ରବଳ ଗହଳି ହୋଇଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି ।

 ratha yatra 2022

ସେପଟେ ଜନ୍ମବେଦିରେ ବିରାଜମାନ ଚତୁର୍ଦ୍ଧାମୂରତୀ । ଆଡପ ବିଜେ ପରେ ଏବେ ଜନ୍ମବେଦିରେ ପୂଜା ପାଉଛନ୍ତି ତିନିଠାକୁର । ସକାଳୁ ଦ୍ୱାରଫିଟା ନିତୀ ସମ୍ପନ୍ନ ପରେ ଭିତର ଶୋଧ, ମଙ୍ଗଳ ଆଳତୀ , ମଇଲମ, ଅବକାଶ ନୀତି କରାଯାଇ ଦୈନଦିନ ନୀତିକାନ୍ତି ଚାଲିଛି । ଆଡ଼ପ ମଣ୍ଡପରେ ଦର୍ଶନର ବିଶେଷ ମହତ୍ୱ ରହିଛି ।

ଏଥର ଅଧିକ ଭକ୍ତଙ୍କ ସମାଗମ ହେବା ଆଶଙ୍କା ଥିବାରୁ ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । ଗୁଣ୍ଡିଚା ମନ୍ଦିରରେ ତିନି ଠାକୁରଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରର ବଡ଼ ଦାଣ୍ଡରେ ଲାଗିଛି ଭକ୍ତଙ୍କ ଗହଳି । ମେଡିକାଲ ଛକରୁ ଧାଡିରେ ଯାଉଛନ୍ତି ଶ୍ରଦ୍ଧାଳୁ । ଦର୍ଶନ ଓ ମହାପ୍ରସାଦ ପାଇବା ନେଇ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ସେପଟେ ସୁରୁଖୁରରେ ଭକ୍ତ ଆଡପ ଅବଢା ପାଇବା ସହ ଶୃଙ୍ଖଳିତ ଭାବେ ଧାଡି ଦର୍ଶନ କରି ପାରୁଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Ratha Yatra 2022: Adapa Abhada Aveleble at Adapa Mandap Puri
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X