Get Updates
Get notified of breaking news, exclusive insights, and must-see stories!

ଆଡପ ମଣ୍ଡପରେ ବାହାରିଲା ଆଡ଼ପ ଅବଢା, ମହାପ୍ରସାଦ ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍

ଆଡପ ମଣ୍ଡପରେ ବାହାରିଲା ଆଡ଼ପ ଅବଢା । ଏହି ଦୁର୍ଲଭ ମହାପ୍ରସାଦ ପାଇବା ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ମହାପ୍ରଭୁ ଆଡପ ମଣ୍ଡପ ବିଜେ କରିବା ପରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି ।

ପୁରୀ: ଆଡପ ମଣ୍ଡପରେ ବାହାରିଲା ଆଡ଼ପ ଅବଢା । ଏହି ଦୁର୍ଲଭ ମହାପ୍ରସାଦ ପାଇବା ପାଇଁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ମହାପ୍ରଭୁ ଆଡପ ମଣ୍ଡପ ବିଜେ କରିବା ପରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି । ବର୍ଷକୁ ଥରେ ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ଦୁଇ ବର୍ଷ ଧରି ଭକ୍ତ ଆଡପ ଦର୍ଶନରୁ ବଞ୍ଚିତ ହୋଇଥିବାରୁ ଆଜି ପ୍ରବଳ ଗହଳି ହୋଇଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି ।

 ratha yatra 2022

ସେପଟେ ଜନ୍ମବେଦିରେ ବିରାଜମାନ ଚତୁର୍ଦ୍ଧାମୂରତୀ । ଆଡପ ବିଜେ ପରେ ଏବେ ଜନ୍ମବେଦିରେ ପୂଜା ପାଉଛନ୍ତି ତିନିଠାକୁର । ସକାଳୁ ଦ୍ୱାରଫିଟା ନିତୀ ସମ୍ପନ୍ନ ପରେ ଭିତର ଶୋଧ, ମଙ୍ଗଳ ଆଳତୀ , ମଇଲମ, ଅବକାଶ ନୀତି କରାଯାଇ ଦୈନଦିନ ନୀତିକାନ୍ତି ଚାଲିଛି । ଆଡ଼ପ ମଣ୍ଡପରେ ଦର୍ଶନର ବିଶେଷ ମହତ୍ୱ ରହିଛି ।

ଏଥର ଅଧିକ ଭକ୍ତଙ୍କ ସମାଗମ ହେବା ଆଶଙ୍କା ଥିବାରୁ ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । ଗୁଣ୍ଡିଚା ମନ୍ଦିରରେ ତିନି ଠାକୁରଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରର ବଡ଼ ଦାଣ୍ଡରେ ଲାଗିଛି ଭକ୍ତଙ୍କ ଗହଳି । ମେଡିକାଲ ଛକରୁ ଧାଡିରେ ଯାଉଛନ୍ତି ଶ୍ରଦ୍ଧାଳୁ । ଦର୍ଶନ ଓ ମହାପ୍ରସାଦ ପାଇବା ନେଇ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ସେପଟେ ସୁରୁଖୁରରେ ଭକ୍ତ ଆଡପ ଅବଢା ପାଇବା ସହ ଶୃଙ୍ଖଳିତ ଭାବେ ଧାଡି ଦର୍ଶନ କରି ପାରୁଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+