For Quick Alerts
Turn On Notification  
For Daily Alerts
Oneindia App Download

ରଥଯାତ୍ରା: ଲୋକାରଣ୍ୟ ହେଲା ବଡଦାଣ୍ଡ, ଭକ୍ତଙ୍କ ମୁହଁର ନଥିଲା ମାସ୍କ, ରଥଟଣା ବେଳେ ୯୬ ଅଚେତ

ରଥଟଣା ସମୟରେ ପ୍ରାୟ ୯୬ ଜଣ ଶ୍ରଦ୍ଧାଳୁ ଅଚେତ ହୋଇଥିବା ଖବର ରହିଛି । ସେମାନଙ୍କୁ ଉଦ୍ଧାର କରାଯିବା ପରେ ଆମ୍ବୁଲାନ୍ସ ଯୋଗେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା।

|

ପୁରୀ: ଶେଷ ହୋଇଛି ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା । ସନ୍ଧ୍ୟା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ପହଞ୍ଚିଲା ତିନି ରଥ। ତେବେ ରଥଯାତ୍ରା ପାଇଁ ଆଜି ଲୋକାରଣ୍ୟ ପାଲଟି ଯାଇଥିଲା ଶ୍ରୀକ୍ଷେତ୍ର । କରୋନା କଟକଣା ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ ଅଧିକାଂଶ ଭକ୍ତଙ୍କ ମୁହଁରେ ନଥିଲା ମାସ୍କ ।

Ratha Yatra 2022

କରୋନା ମହାମାରୀ କାରଣରୁ ଦୀର୍ଘ ୨ ବର୍ଷ ହେଲା ଭକ୍ତ ଶୂନ୍ୟ ଥିଲା ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା । ଦୁଇ ବର୍ଷ ପରେ ସ୍ୱଚକ୍ଷୁରେ ରଥ ଉପରେ ଶ୍ରୀଜୀଉଙ୍କୁ ଦର୍ଶନ କରି ଭାବ ବିହ୍ୱଳ ହୋଇ ଯାଇଥିଲେ ଭକ୍ତ । ଫଳରେ ବଡଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳି ଭିତରେ ମାସ୍କ ଯାଞ୍ଚ କରିବାର କୌଣସି ସୁଯୋଗ ମିଳି ନଥିଲା ।

ସେପଟେ ରଥଟଣା ସମୟରେ ପ୍ରାୟ ୯୬ ଜଣ ଶ୍ରଦ୍ଧାଳୁ ଅଚେତ ହୋଇଥିବା ଖବର ରହିଛି । ସେମାନଙ୍କୁ ଉଦ୍ଧାର କରାଯିବା ପରେ ଆମ୍ବୁଲାନ୍ସ ଯୋଗେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ବଳଭଦ୍ରଙ୍କ ରଥ ଟାଣିବା ବେଳେ ଜଣେ ଆହତ ହୋଇଛନ୍ତି। ସେ ବ୍ରହ୍ମପୁର ଭଞ୍ଜନଗର ଅଞ୍ଚଳର ୬୫ ବର୍ଷିୟ ଜୟରାମ ଶତପଥୀ ବୋଲି ଜଣାପଡ଼ିଛି ।

ସେହିପରି ନଡ଼ିଆ ମାଡ଼ରେ ରାପିଡ଼ି ଆକ୍ସନ ଫୋର୍ସର ଜଣେ ମହିଳା କର୍ମଚାରୀ ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡରେ ନଡ଼ିଆ ବାଜି ଥିବାରୁ ସେ ରକ୍ତାକ୍ତ ହୋଇଛନ୍ତି । ତାଙ୍କ ନାମ ଏଏଚ୍ ସୁମତି ଦେବି। ସେହିପରି ପ୍ରାୟ ୧୦ଜଣ ଯାତ୍ରୀ ସମୁଦ୍ର ସ୍ନାନ ବେଳେ ଲହଡ଼ା ମାଡ଼ରେ ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Ratha Yatra 2022: 96 Devotees Unconscious During Ratha Pulling
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X