ରଥଯାତ୍ରା: ଲୋକାରଣ୍ୟ ହେଲା ବଡଦାଣ୍ଡ, ଭକ୍ତଙ୍କ ମୁହଁର ନଥିଲା ମାସ୍କ, ରଥଟଣା ବେଳେ ୯୬ ଅଚେତ
ରଥଟଣା ସମୟରେ ପ୍ରାୟ ୯୬ ଜଣ ଶ୍ରଦ୍ଧାଳୁ ଅଚେତ ହୋଇଥିବା ଖବର ରହିଛି । ସେମାନଙ୍କୁ ଉଦ୍ଧାର କରାଯିବା ପରେ ଆମ୍ବୁଲାନ୍ସ ଯୋଗେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା।
ପୁରୀ: ଶେଷ ହୋଇଛି ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା । ସନ୍ଧ୍ୟା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ପହଞ୍ଚିଲା ତିନି ରଥ। ତେବେ ରଥଯାତ୍ରା ପାଇଁ ଆଜି ଲୋକାରଣ୍ୟ ପାଲଟି ଯାଇଥିଲା ଶ୍ରୀକ୍ଷେତ୍ର । କରୋନା କଟକଣା ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ ଅଧିକାଂଶ ଭକ୍ତଙ୍କ ମୁହଁରେ ନଥିଲା ମାସ୍କ ।

କରୋନା ମହାମାରୀ କାରଣରୁ ଦୀର୍ଘ ୨ ବର୍ଷ ହେଲା ଭକ୍ତ ଶୂନ୍ୟ ଥିଲା ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା । ଦୁଇ ବର୍ଷ ପରେ ସ୍ୱଚକ୍ଷୁରେ ରଥ ଉପରେ ଶ୍ରୀଜୀଉଙ୍କୁ ଦର୍ଶନ କରି ଭାବ ବିହ୍ୱଳ ହୋଇ ଯାଇଥିଲେ ଭକ୍ତ । ଫଳରେ ବଡଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳି ଭିତରେ ମାସ୍କ ଯାଞ୍ଚ କରିବାର କୌଣସି ସୁଯୋଗ ମିଳି ନଥିଲା ।
ସେପଟେ ରଥଟଣା ସମୟରେ ପ୍ରାୟ ୯୬ ଜଣ ଶ୍ରଦ୍ଧାଳୁ ଅଚେତ ହୋଇଥିବା ଖବର ରହିଛି । ସେମାନଙ୍କୁ ଉଦ୍ଧାର କରାଯିବା ପରେ ଆମ୍ବୁଲାନ୍ସ ଯୋଗେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ବଳଭଦ୍ରଙ୍କ ରଥ ଟାଣିବା ବେଳେ ଜଣେ ଆହତ ହୋଇଛନ୍ତି। ସେ ବ୍ରହ୍ମପୁର ଭଞ୍ଜନଗର ଅଞ୍ଚଳର ୬୫ ବର୍ଷିୟ ଜୟରାମ ଶତପଥୀ ବୋଲି ଜଣାପଡ଼ିଛି ।
ସେହିପରି ନଡ଼ିଆ ମାଡ଼ରେ ରାପିଡ଼ି ଆକ୍ସନ ଫୋର୍ସର ଜଣେ ମହିଳା କର୍ମଚାରୀ ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡରେ ନଡ଼ିଆ ବାଜି ଥିବାରୁ ସେ ରକ୍ତାକ୍ତ ହୋଇଛନ୍ତି । ତାଙ୍କ ନାମ ଏଏଚ୍ ସୁମତି ଦେବି। ସେହିପରି ପ୍ରାୟ ୧୦ଜଣ ଯାତ୍ରୀ ସମୁଦ୍ର ସ୍ନାନ ବେଳେ ଲହଡ଼ା ମାଡ଼ରେ ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।
-
ପଶ୍ଚାତାପ ଆମେରିକା କରିବ ; ଇରାନ ବୈଦେଶିକ ମନ୍ତ୍ରୀ -
ଆମେରିକା ଓ ଇସ୍ରାଏଲ ସହିତ ଇରାନର ତୀବ୍ର ଯୁଦ୍ଧ ; ବଢୁଛି ତେଲ ଦର...ଅଶୋଧିତ ତେଲର ୧ ଡଲାର ବୃଦ୍ଧି -
ବିଜୁ ବାବୁଙ୍କ ସହ ପୁରୁଣା ଫଟୋ ପୋଷ୍ଟ କଲେ ଦିଲ୍ଲୀପ ରାୟ, ଲେଖିଲେ ମନର କଥା -
ମଧ୍ୟପ୍ରାଚ୍ୟ ଉତ୍ତେଜନା ବୃଦ୍ଧି ଯୋଗୁଁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ -
ରଶ୍ମିକା ଏବଂ ବିଜୟଙ୍କ ରିସେପ୍ସନରେ ଖାଲି ପାଦରେ କାହିଁକି ପହଞ୍ଚିଲେ ରାମ ଚରଣ ? ଆଶ୍ଚର୍ଯ୍ୟ ହେଲେ ପ୍ରଶଂସକ -
ଇରାନର ଶକ୍ତିଶାଳୀ ଯୁଦ୍ଧ ଜାହାଜ ବୁଡ଼ିବା ଘଟଣା, ସମୁଦ୍ରରୁ ୮୭ ଜଣଙ୍କ ମୃତଦେହ ଉଦ୍ଧାର -
ବିଧାନସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ -
ଦତ୍ତେଶ୍ବରଙ୍କ ନାମାଙ୍କନ ପରେ ନବୀନଙ୍କୁ ପ୍ରଶଂସା ଅଜାଡ଼ିଦେଲେ ଭକ୍ତ ଦାସ -
ଟି-୨୦ ବିଶ୍ୱକପ ସେମିଫାଇନାଲରେ ଆଜି ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ -
ଦିଲ୍ଲୀ ଯିବେ ନୀତିଶ କୁମାର, କିଏ ହେବ ବିହାର ମୁଖ୍ୟମନ୍ତ୍ରୀ, ଏହି ସବୁ ନାଁ ନେଇ ଚର୍ଚ୍ଚା -
ପ୍ଲାଷ୍ଟିକ୍ ବ୍ୟାଗରେ ଫ୍ରିଜରେ ରଖୁଛନ୍ତି କି ପନିପରିବା ? ଜାଣନ୍ତୁ ଏହା ଆମ ଶରୀର ପାଇଁ .... -
ନାମାଙ୍କନ ପରେ ଜିତିବା ନେଇ ଦୃଢ଼ୋକ୍ତି ପ୍ରକାଶ କଲେ ଦିଲ୍ଲୀପ ରାୟ, କହିଲେ ୨୦୦୨ ପରି ଜିତାପଟ ହାସଲ କରିବି












Click it and Unblock the Notifications