ସ୍ନାନଯାତ୍ରା ପୂର୍ବରୁ ପ୍ରସ୍ତୁତ ହେବ 4 ନାହାକା
ଆଉ କେଇଟା ଦିନ ପରେ ମହାପ୍ରଭୁଙ୍କ ଘୋଷଯାତ୍ରା । ରଥରେ ଚଢ଼ି ଭାଇ ଭଉଣୀଙ୍କ ସହ ବଡ ଦାଣ୍ଡକୁ ଆସିବେ ମହାପ୍ରଭୁ ଶ୍ରୀ ଜଗନ୍ନାଥ । ଏନେଇ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲାଣି ପ୍ରସ୍ତୁତି ପର୍ବ । ପୁରୀ ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି 3 ରଥର କାମ ।
ପୁରୀ: ଆଉ କେଇଟା ଦିନ ପରେ ମହାପ୍ରଭୁଙ୍କ ଘୋଷଯାତ୍ରା । ରଥରେ ଚଢ଼ି ଭାଇ ଭଉଣୀଙ୍କ ସହ ବଡ ଦାଣ୍ଡକୁ ଆସିବେ ମହାପ୍ରଭୁ ଶ୍ରୀ ଜଗନ୍ନାଥ । ଏନେଇ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲାଣି ପ୍ରସ୍ତୁତି ପର୍ବ । ପୁରୀ ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି 3 ରଥର କାମ ।

ବିଶ୍ବକର୍ମା, ଭୋଇ, ରୂପକାରଙ୍କ ସହ ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ନିର୍ମାଣ କାର୍ଯ୍ୟ ଜୋରଦାର କରୁଛନ୍ତି । ନିହାଣ, କରତ, ବାରିସି, ରଞ୍ଜା, ହାତୁଡ଼ି, ଆଗଡ଼ ବ୍ୟବହାର କରି ରଥର ଦଣ୍ଡା ସ୍ଥାପନ ହୋଇଛି । ଏହାପରେ ତିନି ରଥର ଚକ ଓ ଅଖ ଉପରେ ଦଣ୍ଡାକୁ ସମତୁଲ କରାଯିବା ପରେ ଅଖର ଗୋଲେଇ ଅନୁସାରେ ଦଣ୍ଡାକୁ କାଟି ଖାପ ଦିଆଯାଇଛି । ସ୍ନାନଯାତ୍ରା ପୂର୍ବରୁ 4 ନାହାକା ଉଠାଇବାକୁ ଚାଲିଛି ପ୍ରସ୍ତୁତି ।
କୋଭିଡ ମହାମାରୀ ଯୋଗୁଁ ରଥଯାତ୍ରାରେ ଦୁଇ ବର୍ଷ ହେବ ଶ୍ରଦ୍ଧାଳୁ ସାମିଲ ହୋଇନଥିଲେ । ଚଳିତ ବର୍ଷ ମହାପ୍ରଭୁଙ୍କ ଯାତ୍ରାରେ ସାମିଲ ହେବେ ପୂର୍ବ ଭଳି ଶ୍ରଦ୍ଧାଳୁ । ଏଥିପାଇଁ ପୁରୀରେ ଅଧିକ ଭିଡ଼ ଜମିବା ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ସମ୍ମୁଖ ଓ ଚତୁଃପାର୍ଶ୍ୱରେ ରାପିଡ ଆକ୍ସନ ଫୋର୍ସ ମକଡ୍ରିଲ କରିଛି । ରଥଯାତ୍ରାରେ ଦୁଇ କମ୍ପାନୀ, 240 ଯବାନ ନିୟୋଜିତ ହେବେ ।












Click it and Unblock the Notifications