ରଥଖଳା ହାଲଚାଲ: ୯ଟି ଚକରେ ପିନ୍ଧା ସରିଛି ପଇ, ଜାରି ରହିଛି କଳସା କାମ

ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାମ । ଚଳଚଞ୍ଚଳ ରହିଛି ରଥଖଳା ।

ପୁରୀ: ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଆସନ୍ତା ଜୁଲାଇ 1(ଶୁକ୍ରବାର) ଅନୁଷ୍ଠିତ ହେବାକୁ ଯାଉଛି । ରଥଯାତ୍ରା ପାଇଁ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧି ପରମ୍ପରା ଅନୁଯାୟୀ ଗତ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାମ । ଚଳଚଞ୍ଚଳ ରହିଛି ରଥଖଳା ।

Ratha Yatra 2022

ରଥ ନିର୍ମାଣରେ ୧୩ ଦିନରେ ଆଜି ଚକରେ ପଇ ପିନ୍ଧା ଅନୁକୂଳ ହୋଇଛି । ମହାରଣା ସେବକମାନେ ନଡ଼ିଆ ବାଡ଼େଇ ଏହି କାର୍ଯ୍ୟ ଆଜିଠାରୁ ଆରମ୍ଭ କରିଛନ୍ତି । ଗତକାଲି ଯନ୍ତାଗାଡ଼ରେ ତୁମ୍ବ ଓ ଅର ସଂଯୋଗ ପାଇଁ ଶିଙ୍ଗଡ଼ା ବାଡ଼ିଆ ପରେ ଭୋଇ ସେବକମାନେ ତିନି ରଥ ଚାଳିକୁ ଏହା ଯୋଗାଇ ଦେବା ପରେ ଆଜିଠାରୁ ମହାରଣା ସେବକମାନେ ମାପ ଅନୁଯାୟୀ ପଇ ସଂଯୋଗ କାମ ଆରମ୍ଭ କରିଛନ୍ତି । ଏଥିସହ ବିଲେଇ ବାଡ଼ିଆ ଓ କଳସା କାମ ବି ଆରମ୍ଭ ହୋଇଛି ।

Ratha Yatra

ତିନିରଥର ରୂପକାର ସେବକ ମାନେ ବାରଗୋଟି ଗୁଜ କାଠରେ ମହାପ୍ରଭୁ ଶ୍ରୀନୃସିଂହ ଦେବଙ୍କ ପ୍ରତିମା ଖୋଦେଇ କରୁଛନ୍ତି । ତାଳଧ୍ଵଜ ରଥର ମୋଟ ୧୧ ଗୋଟି କୋଣ ଗୁଜ ଲାଗିଥିବା ବେଳେ ଦେବଦଳନ ରଥର ୭ଗୋଟି ଗୁଜ ଓ ନନ୍ଦିଘୋଷ ରଥରେ ୧୧ ଗୋଟି ଗୁଜ ଲାଗିଛି ।

ଶେଷ ଅପଡେଟ୍ ସୁଦ୍ଧା ତିନି ରଥର ୯ଟି ଚକରେ ପଇ ପିନ୍ଧା ପରେ ବିଲେଇ ବାଡ଼ିଆ କାମ ଶେଷ ହୋଇଛି ଅଳ୍ପ କିଛି ଚକରେ କଳସା କାମ ସରିଥିବାବେଳେ ଅନ୍ୟ ଚକର କାର୍ଯ୍ୟ ଜାରି ରହିଛି । ତିନି ରଥ ଉପରେ ନଜର ପକାଇଲେ, ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ତିନି ଚକରେ ପଇ ସଂଯୋଗ ଶେଷ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+