ରଥଖଳା ଖବର: ୩ ରଥକୁ ଉଠିଲା ଚଉଦ ନାହାକା, ଲାଗିଲା ଢମକ
ଆଜି ତିନିରଥର ୧୪ ନାହାକା ଉଠିବା ପରେ ତିନି ରଥରେ ଦୁଇଟି ଲେଖାଁଏ 'ଢ଼ମକ' ଉଠି କଣ୍ଟା ବାଡ଼ିଆ ହୋଇଛି । ପରେ ତିନିରଥର ତୃତୀୟ ଭୁଇଁ ସଂଯୋଗ ହୋଇଛି । ପୋଟଳ ଖମ୍ବୀ ଏବଂ ପୋଟଳ ପାରେଣି ଖଞ୍ଜା ଚାଲିଛି ।
ପୁରୀ: ପାଖେଇ ଆସିଲାଣି ରଥଯାତ୍ରା । ରଥ ନିର୍ମାଣକୁ ନେଇ ରଥଖଳା ଚଳଚଞ୍ଚଳ । ଆଜି ତିନିରଥର ୧୪ ନାହାକା ଉଠିବା ପରେ ତିନି ରଥରେ ଦୁଇଟି ଲେଖାଁଏ 'ଢ଼ମକ' ଉଠି କଣ୍ଟା ବାଡ଼ିଆ ହୋଇଛି । ପରେ ତିନିରଥର ତୃତୀୟ ଭୁଇଁ ସଂଯୋଗ ହୋଇଛି । ପୋଟଳ ଖମ୍ବୀ ଏବଂ ପୋଟଳ ପାରେଣି ଖଞ୍ଜା ଚାଲିଛି ।

ଏହା ବ୍ୟତୀତ ତିନିରଥର ବଡ଼-ଧାରା ପୋଟଳ ନିର୍ମାଣ କାର୍ଯ୍ୟ ଓ ତିନି ପରସ୍ତ ପୋଟଳ ନିର୍ମାଣ କାର୍ଯ୍ୟ ଶେଷ ହୋଇଅଛି । ତିନିରଥର ପାର୍ଶ୍ୱ ଦେବ ଦେବୀ, ଶିଖର ଡମ୍ବରୁ ଏବଂ ସଖି ଇତ୍ୟାଦିରେ ଚିତ୍ରକାର ସେବକମାନେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି ।
ରଥ ନିର୍ମାଣ କାର୍ଯ୍ୟ (୧୭.୦୬.୨୦୨୨)
ତିନିରଥର ୧୪ ନାହାକା ଉଠିବା ପରେ ତିନି ରଥରେ ଦୁଇଟି ଲେଖାଁଏ 'ଢ଼ମକ' ଉଠି କଣ୍ଟା ବାଡ଼ିଆ ପରେ ତିନିରଥର ତୃତୀୟ ଭୁଇଁ ସଂଯୋଗ ହୋଇ, ପୋଟଳ ଖମ୍ବୀ ଏବଂ ପୋଟଳ ପାରେଣି ଖଞ୍ଜା ଚାଲିଅଛି । @JagannathaDhaam #JaiJagannatha#RathaJatra2022#RathaKhala2022 pic.twitter.com/h21TmJhXj9
— Shree Jagannatha Temple Office, Puri (@SJTA_Puri) June 17, 2022
ରୂପକାର ସେବକ ନାଟ ଗୋଡରେ ଖୋଦେଇ ଜାରି ରଖିଛନ୍ତି । ଚିତ୍ରକାର ପାର୍ଶ୍ଵ ଦେବଦେବୀ, ଶିଖର ଡମ୍ବରୁ ଓ ସଖୀ ଗୁଡିକରେ ଚିତ୍ର ଆରମ୍ଭ କରିଛନ୍ତି । ଅସ୍ଥାୟୀ କମାରଶାଳରେ ଓଝା ସେବକ ତିନିରଥର ଭୂଇଁ ପାଇଁ ବିଡ଼ିଆ କଣ୍ଟା, ପୋଟଳ, ଓରାକଣ୍ଟା, ଗୋଡିଛାଲ କଣ୍ଟା ଓ ବାଗିଆ କଣ୍ଟା ପ୍ରସ୍ତୁତ କରୁଛନ୍ତି । ରଥ ଅଶ୍ଵମାନଙ୍କୁ ଅଣାଯାଇ ରଥଖଳାରେ ରଖାଯାଇଛି । ସେମାନଙ୍କୁ ଆବଶ୍ୟକ ମରାମତି ସହ ରଙ୍ଗ କରାଯିବ।












Click it and Unblock the Notifications