ରଥଖଳା ହାଲଚାଲ: ୨୬ ଦିନରେ ରଥ ନିର୍ମାଣ କାର୍ଯ୍ୟ, ଶେଷ ହେଲା ତିନି ରଥର ବିନ୍ଧ କାର୍ଯ୍ୟ

ପୁରୀ: ଆଜି (ଶୁକ୍ରବାର) ତିନିରଥର ଦୁଇଟି ଲେଖାଁଏ ୨୦ ଫୁଟିଆ ଆଗଆଣି, ପଛଆଣି "ଦଣ୍ଡା ମୁହାଁଟି" ର ଅନୁକୂଳ ପୂଜା ପରେ ବିନ୍ଧ କାମ ଆରମ୍ଭ ହୋଇ ଶେଷ ହୋଇଛି । ଏହି ଦଣ୍ଡା ମୁହାଁଟି ତିନିରଥର ପାଞ୍ଚ ଦଣ୍ଡାରେ ଆଗ ଏବଂ ପଛ ଭାଗରେ ସଂଯୋଗ ହେବ, ପ୍ରତି ଦଣ୍ଡା ମୁହାଁଟି ରେ ପାଞ୍ଚୋଟି ଲେଖାଁଏ ବିନ୍ଧ କରାଯାଇଛି ।

ଆଜି ତିନିରଥର ୧୨ ଟି ଲେଖାଁଏ ଭୂଇଁ ଚଉତାର ବିନ୍ଧ ଅନୁକୂଳ ପୂଜା ମୁଖ୍ୟ ମହାରଣାଙ୍କ ଦ୍ୱାରା ସମ୍ପନ୍ନ ପରେ ତିନିରଥର ମହାରଣା ମାନେ ପ୍ରତି ଚଉତାର ଦୁଇ ପାର୍ଶ୍ଵରେ ଦୁଇଟି ଲେଖାଁଏ ବିନ୍ଧ କାର୍ଯ୍ୟ ଶେଷ କରିଛନ୍ତି । (ରଥରେ ଭୂଇଁ ଉଠିଲା ପରେ ଏହି ବିନ୍ଧରେ ପାଖୁଡା ସଂଯୋଇ ହେବ) । ତିନିରଥ ଚାଳିକୁ ପ୍ରଥମ ପର୍ଯ୍ୟାୟରେ ଯୋଗାଇ ଦିଆ ଯାଇଥିବା ୨୦ ଫୁଟିଆ ୮ଟି ଲେଖାଁଏ "୧୪ ନାହାକା" କାଠରେ ତିନିରଥ ମହାରଣା ମାନେ ସେଥିରେ ଆଠ ଅଂଶୀ କୋଣ ବିଶିଷ୍ଟ ନାହାକା ନିର୍ମାଣ ଶେଷ କରିଛନ୍ତି ।

Ratha Khala

ଆଜି ତିନିରଥର ଚାରି ନାହାକା ନିର୍ମାଣ ପାଇଁ ତିନି ରଥ ଚାଳିକୁ ରଥ ଆମୀନ ପ୍ରଥମ ପର୍ଯ୍ୟାୟରେ ଭୋଇ ସେବକଙ୍କ ମାଧ୍ୟମରେ ଦୁଇଟି ଲେଖାଁଏ ୨୦ ଫୁଟିଆ ଧଉରା କାଠ ଯୋଗାଇ ଦେଇଥିଲେ । ଚାରିନା ହାକାର ଚଉପଟ କାଯ୍ୟ ତିନି ରଥର ମହାରଣା ମାନେ ଆରମ୍ଭ କରିଛନ୍ତି । ଆଜି "ଗରଗରା" ନିର୍ମାଣ ପାଇଁ ତିନିରଥର ଚାଳିକୁ ରଥ ଆମୀନ ଭୋଇ ସେବକଙ୍କ ମାଧ୍ୟମରେ ଦୁଇଟି ଲେଖାଁଏ ୨୦ ଫୁଟିଆ ଧଉରା କାଠ ଯୋଗାଇ ଦେଇ ଥିଲେ, କରତି ସେବକ ସେଗୁଡିକର ମୁଣ୍ଡ କରତି କଲାପରେ ତିନିରଥର ମହାରଣା ମାନେ ଗରଗରାର ଚଉପଟ କାଯ୍ୟ ଆରମ୍ଭ କରିଛନ୍ତି।

ଆଜି କରତି ସେବକ ମାନେ ନନ୍ଦିଘୋଷ ରଥର ୪୦ ଫୁଟିଆ ପୋଲ ଗୟଳ ର ଦୁଇପାର୍ଶ୍ଵ ଚିତା କାର୍ଯ୍ୟ ଶେଷ କରି ଚିରଟ ପାଇଁ ମାପ ଚିହ୍ନ ଦେଇ ଛନ୍ତି ଆସନ୍ତାକାଲି ଚିରଟ କାର୍ଯ୍ୟ ଆରମ୍ଭ କରିବେ। ତିନିରଥର ରୂପକାର ସେବକ ମାନେ ରଥର ଗୁଜ ଗୁଡିଜାରେ ରୂପ ଖୋଦେଇ ସହ ରୂପରେ ଅଳଙ୍କାର ତଥା ରୁପାର ପଲିସ କାର୍ଯ୍ୟ ଜାରୀ ରଖିଛନ୍ତି ।

ଦୋଳବେଦୀ କମାର ଶାଳରେ ଓଝା ସେବକ ମାନେ ତିନିରଥର ଦଣ୍ଡା ପାଇଁ ଦଣ୍ଡା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି (ତାଳଧ୍ୱଜ ରଥର ଓଝା ସେବକ ମାନେ ତାଳଧ୍ୱଜ ରଥର ଦଣ୍ଡାପାଇଁ 'ଅଗପାତେଳି' ରୁ ୪୨ ଟି
ଏବଂ 'ଚଉରସ' କଣ୍ଟାରୁ ୩୫ ଟି ମୋଟ ୭୭ ଟି କଣ୍ଟା ନିର୍ମାଣ କରୁଥିବା ବେଳେ ଦର୍ପଦଳନ ରଥ ର ଓଝା ସେବକ ମାନେ ' ଅଗ ପାତେଳି' ରୁ ୩୬ ଗୋଟି ଏବଂ 'ଚଉରସ' କଣ୍ଟାରୁ ୩୦ ଟି ମୋଟ ୬୬ ଗୋଟି ଏବଂ ନନ୍ଦିଘୋଷ ରଥ ଦଣ୍ଡା ପାଇଁ ଓଝା ସେବକମାନେ ' ଅଗପାତେଳି' ରୁ ୪୮ ଟି ଏବଂ 'ଚଉରସ' କଣ୍ଟାରୁ ୪୦ଟି ମୋଟ ୮୮ ଗୋଟି କଣ୍ଟା ଆବଶ୍ୟକ ପ୍ରକାରେ ନିର୍ମାଣ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+