ଆଜି ରଥକାମର ଅଷ୍ଟମ ଦିନ, ଚାଲିଛି ତୁମ୍ବ ନିର୍ମାଣ କାର୍ଯ୍ୟ
ପୁରୀ:ଚଳଚଞ୍ଚଳ ହୋଇ ଉଠିଛି ପୁରୀର ରଥ ଖଳା । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚାଲିଛି ରଥ କାମ । ବର୍ତ୍ତମାନ ତୁମ୍ବ କାର୍ଯ୍ୟ ଶେଷ ହୋଇଛି । ତିନିଟି ରଥ ପାଇଁ ୪୨ଟି ତୁମ୍ବର ଆବଶ୍ୟକତା ରହିଛି ।
ସୂଚନାଅନୁସାରେ, ଗତକାଲି ତୁମ୍ବରେ ସୁତା ବନ୍ଧିବା ପରେ ଆଜି ବିନ୍ଧ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ସଠିକ୍ ସମୟରେ କାର୍ଯ୍ୟ ସାରିବା ପାଇଁ ମହାରଣା ଓ ସେବାୟତ ମାନେ ଜୋରସୋରରେ କାର୍ଯ୍ୟରେ ଲାଗିଛନ୍ତି । ତିନିଟି ରଥରେ ମୋଟ୍ ୪୨ଟି ଚକ ପାଇଁ ୪୨ଟି ତୁମ୍ବ ନିର୍ମାଣ କରାଯାଉଛି । ଲିହଣ ଓ ମୁଗୁର ମାଧ୍ୟମରେ ବିନ୍ଧ୍ୟ କାର୍ଯ୍ୟ କରାଯାଏ ।

ତେବେ ପଞ୍ଚମ ଦିନ ସୁଦ୍ଧା ତିନି ରଥର ୪୨ଟି ତୁମ୍ବର ଗୋଇଲେଇ କାର୍ଯ୍ୟ ସମାପ୍ତ ହୋଇଥିଲା । ଗତକାଲି ତୁମ୍ବ ଗୁଡିକର ସୂତା ବାଡିଆ କାର୍ଯ୍ୟ ଶେଷ ହୋଇଥିଲା । ଏଥିସହ ଓଝା ସେବକମାନେ ମଙ୍ଗଳବାରଠାରୁ ଦୋଳବେଦୀସ୍ଥିତ ଆସ୍ଥାୟୀ କମାରଶାଳରେ ରଥ ପାଇଁ କଣ୍ଟା ମିର୍ମାଣ ଆରମ୍ଭ କରିଦେଇଛନ୍ତି ।
ନିୟମ ଅନୁସାରେ ରଥ ନିର୍ମାଣର ପ୍ରଥମ ଦିନରୁ ଓଝା ସେବକମାନେ ପୂଜାର୍ଚ୍ଚନା କରି ବିଧିବିଧାନ ସହ ଶାଳ ଅନୁକୂଳ କରିସାରିଛନ୍ତି । ସେହିପରି କମାର ଶେବକ ମାନେ ତୁମ୍ବରେ ଅର ସଂଯୋଗ ପାଇଁ ସର କଣ୍ଟା ନିର୍ମାଣ କରିବାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ।












Click it and Unblock the Notifications