ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ରଥ କାଠ ଅନୁକୂଳ,୩ଖଣ୍ଡ ୧୨ ଫୁଟିଆ ଧଉରା କାଠ ଅନୁକୂଳ କଲେ ରାଜପୁରୋହିତ
ରଥଯାତ୍ରାର ଆଦ୍ୟପର୍ବ ରଥକାଠ ଅନୁକୂଳ ନୀତି ପରମ୍ପରା ମୁତାବକ ଆଜି (ମଙ୍ଗଳବାର) ପବିତ୍ର ବସନ୍ତ ପଞ୍ଚମୀରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ସମ୍ମୁଖ ରଥଖଳାରେ ୧୨ ଫୁଟିଆ ୩ଟି ଧଉରା କାଠକୁ ରାଜପୁରୋହିତ ପୂଜାର୍ଚ୍ଚନା କରିଛନ୍ତି। ତିନୋଟି ରଥକାଠ ଉପରେ ପଞ୍ଚାମୃତ ସିଞ୍ଚନ କରାଯାଇଥିଲା। ଆସନ୍ତା ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।

ଶ୍ରୀପଂଚମୀ ପୂର୍ବରୁ ରଥଖଳାରେ ପ୍ରଥମ ପର୍ଯ୍ୟାୟ କାଠ ପହଁଚିବାର ନିୟମ ଥିବାବେଳେ ଅକ୍ଷୟ ତୃତୀୟା ତିଥି ପୂର୍ବରୁ ସମସ୍ତ କାଠ ପହଁଚିବାର ନିୟମ ରହିଛି। ୩ ରଥ ନିର୍ମାଣ ପାଇଁ ମୋଟ ୮ ଶହ ୬୫ ଖଣ୍ତ କାଠ ଆବଶ୍ୟକତା ରହିଥାଏ।












Click it and Unblock the Notifications