For Quick Alerts
Turn On Notification  
For Daily Alerts
Oneindia App Download

କେବଳ ପୁରୀରେ ହେବ ମହାପ୍ରଭୁଙ୍କ ରଥଯାତ୍ରା, ଏସଆରସିଙ୍କ ସୂଚନା

କେବଳ ପୁରୀ ଛଡ଼ା ଚଳିତ ବର୍ଷ ଅନ୍ୟ ସବୁଠି ରଥଯାତ୍ରା ବନ୍ଦ । ଗତବର୍ଷ ଭଳି ଚଳିତ ବର୍ଷ କେବଳ ପୁରୀରେ କଟକଣା ସହ ରଥଯାତ୍ରା ହେବ ।

|

ଭୁବନେଶ୍ବର: କେବଳ ପୁରୀ ଛଡ଼ା ଚଳିତ ବର୍ଷ ଅନ୍ୟ ସବୁଠି ରଥଯାତ୍ରା ବନ୍ଦ । ଗତବର୍ଷ ଭଳି ଚଳିତ ବର୍ଷ କେବଳ ପୁରୀରେ କଟକଣା ସହ ରଥଯାତ୍ରା ହେବ । ପୁରୀରେ ରଥ ଯାତ୍ରାକୁ ଛାଡ଼ି ଦେଲେ ରାଜ୍ୟର ଅନ୍ୟ ସବୁ ଜାଗାରେ ରଥ ଯାତ୍ରା ବନ୍ଦ ରହିବ । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

 Rath Yatra

ଗତବର୍ଷ ପୁରୀରେ ଯେଉଁଭଳି ଭାବରେ କଟକଣା ଭିତରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା, ଏବର୍ଷ ମଧ୍ୟ ସେମିତି ରଥଯାତ୍ରା ଅନୁଷ୍ଠିତ ହେବ । ଗତବର୍ଷ ଭଳି ଏବର୍ଷ ବି ପୁରୀ ରଥଯାତ୍ରାରେ ଭକ୍ତଙ୍କୁ ବାରଣ ରହିଛି । ଭକ୍ତଶୂନ୍ୟ ବଡଦାଣ୍ଡରେ କେବଳ ସେବାୟତ ଓ ପୁଲିସଙ୍କ ସହଯୋଗରେ ଚୁର୍ଦ୍ଧାବିଗ୍ରହଙ୍କ ରଥ ଗଡିବ ।

ରଥଯାତ୍ରା ସମୟରେ କରୋନା ଗାଇଡ ପାଳନ କରାଯିବ । କରୋନା କଟକଣା ଭିତରେ ସେବାୟତଙ୍କ ଦ୍ୱାରା ଶ୍ରୀଜିଉଙ୍କ ନୀତିକାନ୍ତି କରାଯିବ । ୨ଟି ଡୋଜ କରୋନା ଟିକା ନେଇଥିବା ସେବାୟତମାନେ ଏହି ଯାତ୍ରାରେ ସାମିଲ ହେବେ । ଯଦି ୨ଟି ଡୋଜ ଟିକା ନେଇ ନଥିବେ ତେବେ ଯାତ୍ରାର ୪୮ ଘଣ୍ଟା ପୂର୍ବରୁ ସେବାୟତଙ୍କ କରୋନା ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଥିବା ଜରୁରୀ । ପୁରୀ ବ୍ୟତୀତ ଅନ୍ୟ ସବୁଠି କେବଳ ମନ୍ଦିର ପରିସରରେ ହେବ ନୀତିକାନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Rath Yatra will held Only in Puri, said SRC
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X