ଆଜି ପବିତ୍ର ହେରାପଞ୍ଚମୀ, ଅଭିମାନରେ ଶ୍ରୀମନ୍ଦିର ଦ୍ବାର ବନ୍ଦ କରି ଦେଇଛନ୍ତି ମା ଲକ୍ଷ୍ମୀ
ଆଜି ଶ୍ରୀକ୍ଷେତ୍ରରେ ପାଳିତ ହେଉଛି ମହାଲକ୍ଷ୍ମୀଙ୍କ ପର୍ବ ପବିତ୍ର ହେରା ପଞ୍ଚମୀ। ଅଭିମାନ କରି ଶ୍ରୀମନ୍ଦିର ଦ୍ବାର ବନ୍ଦ କରି ଦେଇଛନ୍ତି ମା ।
ପୁରୀ: ଆଜି ଶ୍ରୀକ୍ଷେତ୍ରରେ ପାଳିତ ହେଉଛି ମହାଲକ୍ଷ୍ମୀଙ୍କ ପର୍ବ ପବିତ୍ର ହେରାପଞ୍ଚମୀ। ଅଭିମାନ କରି ଶ୍ରୀମନ୍ଦିର ଦ୍ବାର ବନ୍ଦ କରି ଦେଇଛନ୍ତି ମା । ଘୋଷଯାତ୍ରାରେ ମାଉସୀ ମାଙ୍କ ଘରକୁ ଯାଇଛନ୍ତି ତିନି ଠାକୁର । ହେଲେ ସାଙ୍ଗରେ ନେଇ ନାହାନ୍ତି ମାଙ୍କୁ । ଏଥିପାଇଁ ରାଗି ଯାଇ ଦ୍ବାରା ବନ୍ଦ କର ଦେଇଛନ୍ତି ମା ଲକ୍ଷ୍ମୀ ଠାକୁରାଣୀ ।

ସେପଟେ ଆଜି ବିଧି ପରମ୍ପରା ପୂର୍ବକ ଆଡ଼ପ ମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ସନ୍ଧ୍ୟା ଆଳତୀ ପରେ ବିମାନ ପଟୁଆରରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ । ନନ୍ଦିଘୋଷ ରଥ ନିକଟରେ ମହାଲକ୍ଷ୍ମୀ ପହଞ୍ଚିବା ପରେ ପତି ମହାପାତ୍ର ବନ୍ଦାପନା କରିବେ । ତେବେ ସନ୍ଧ୍ୟା ଧୂପ ଚାଲିଥିବା ବେଳେ ଟେରା ପଡ଼ିବ । ଏହାପରେ ରାଗ ଜର୍ଜରିତ ହୋଇ ଅଭିମାନିନି ଲକ୍ଷ୍ମୀ ନାକଚଣା ଦ୍ୱାର ଦେଇ ପ୍ରସ୍ଥାନ କରିବା ସମୟରେ ଭିତରଛୁ ମହାପାତ୍ର ଦହିପଟି ମଣୋହି ନୀତି କରିବେ । ଏହାପରେ ଅଭିମାନିନି ଲକ୍ଷ୍ମୀ ବଡ଼ଦାଣ୍ଡ ବାଟେ ନଫେରି ହେରାଗୋହରୀ ସାହି ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରସ୍ଥାନ କରିବେ ।












Click it and Unblock the Notifications