Rath Yatra: ଶ୍ରୀମନ୍ଦିର ସାମ୍ନାରେ ନନ୍ଦିଘୋଷ, ବଳଗଣ୍ଡିରେ ତାଳଧ୍ବଜ, ମରିଚିକୋଟରେ ଦର୍ପଦଳନ
ଆଜି ପୁଣି ଶ୍ରୀକ୍ଷେତ୍ରରେ ରଥ ଟଣା ଯିବ । ଅଧା ବାଟରେ ଅଟକି ରହିଥିବା ମାଆ ସୁଭଦ୍ରା ଓ ବଳଭଦ୍ରଙ୍କ ରଥକୁ ଶରଧାବାଲିକୁ ଟାଣି ନେବେ ଭକ୍ତ । ଅହେତୁକ ବିଳମ୍ବ ଯୋଗୁଁ ବିଧି ରକ୍ଷା ପାଇଁ ଗଡ଼ିଥିଲା ନନ୍ଦିଘୋଷ ରଥ । ରଥ ଟଣା ନେଇ ଆଇନ ମନ୍ତ୍ରୀଙ୍କ ଗତକାଲି ବଡ଼ ସୂଚନା ଦେଇଥିଲେ । ଆଜି ସକାଳ ୯ଟା ୩୦ରୁ ପୁଣି ଆରମ୍ଭ ହେବ ରଥଟଣା । ବଳଗଣ୍ଡି ଛକରେ ଅଟକିଛି ତାଳଧ୍ବଜ । ମରିଚିକୋଟରେ ଅଟକି ରହିଛି ସୁଭଦ୍ରାଙ୍କ ଦର୍ପଦଳନ ।
ପୁରୀରେ ପୁଣି ହେବ ରଥ ଟଣା । ବଡ଼ଦାଣ୍ଡରେ ଗଡ଼ିବ ତିନି ରଥ । ଆଜି ରଥ ଉପରେ ମଙ୍ଗଳ ଆଳତୀ, ମଇଲମ ତଡପଲାଗି ପରେ ଅବକାଶ ଓ ସାହାଣମେଲା ନୀତି ହେବ । ପରେ ଗୋପାଳବ୍ଲଭ ସକାଳଧୂପ ହେବ । ଏହା ପରେ ଆରମ୍ଭ ହେବ ରଥଟଣା । ସକାଳ ୯ଟା ୩୦ରୁ ରଥଟଣା ଆରମ୍ଭ କରାଯିବା ନେଇ ନିଷ୍ପତ୍ତି ହୋଇଛି । ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ, ପରେ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯିବ । ଗତକାଲି ରାତି ହୋଇଯିବାରୁ ବଳଭଦ୍ରଙ୍କ ରଥ ବଳଗଣ୍ଡି ଛକରେ ଅଟକି ରହିଥିବା ବେଲେ ସୁଭଦ୍ରାଙ୍କ ରଥ ମରୀଚକୋଟ ଛକ ଏବଂ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ବାର ସମ୍ମୁଖରେ ଅଟକି ରହିଥିଲା ।

ସେପଟେ ଆଜି ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିବ ତିନି ରଥ । ରବିବାର ଅପରାହ୍ଣରେ ହେବ ଶ୍ରୀଜିଉଙ୍କ ଆଡ଼ପ ମଣ୍ଡପ ବିଜେ । ସୋମବାରରୁ ଗୁଣ୍ଡିଚା ମନ୍ଦିରରେ ଚତୁର୍ଦ୍ଧାମୂରତିଙ୍କୁ ଦର୍ଶନ କରିବେ ଭକ୍ତ । ତାଳଧ୍ବଜ, ଦର୍ପଦଳନ ଏବଂ ନନ୍ଦିଘୋଷକୁ ଭକ୍ତମାନେ ବଡ଼ଦାଣ୍ଡରେ ଟାଣି ଟାଣି ନେବେ । ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ ପହଞ୍ଚିବ । ହେଲେ ରଥ ଉପରେ ରହିବେ ଚତୁର୍ଦ୍ଦାମୂରତି । ରଥଯାତ୍ରାର ବିଧି ଅନୁସାରେ ତା' ପରଦିନ ଅର୍ଥାତ ରବିବାର ଅପରାହ୍ଣରେ ହେବ ଆଡ଼ପ ମଣ୍ଡପକୁ ପହଣ୍ଡି ବିଜେ ନୀତି । ପହଣ୍ଡିରେ ତିନି ରଥରୁ ଚତୁର୍ଦ୍ଧାମୂରତିଙ୍କୁ ଗୁଣ୍ଡିଚା ମନ୍ଦିରକୁ ନିଆଯିବ । ସୋମବାର ମହାପ୍ରଭୁଙ୍କ ରୁଦ୍ଧାନୀତି ପରେ ହେବ ଦର୍ଶନ । ଆଡ଼ପ ମଣ୍ଡପ ବା ଜନ୍ମବେଦୀରୁ ଭକ୍ତଜନଙ୍କୁ ଦର୍ଶନ ଦେବେ ମହାପ୍ରଭୁ ।












Click it and Unblock the Notifications