Rath Yatra: ରଥଯାତ୍ରାକୁ ତ୍ରୁଟି ଶୂନ୍ୟ, ଶୃଙ୍ଖଳିତ ଏବଂ ସୁପରିଚାଳନା ନିମନ୍ତେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଆସନ୍ତା ଜୁନ ୨୭ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଏହି ରଥଯାତ୍ରାକୁ ତ୍ରୁଟି ଶୂନ୍ୟ, ଶୃଙ୍ଖଳିତ ଏବଂ ସୁପରିଚାଳନା ଭାବେ ସମ୍ପନ୍ନ କରିବା ନିମନ୍ତେ ମଙ୍ଗଳବାର ଅପରାହ୍ନରେ ପୁରୀସ୍ଥିତ ଟାଉନ୍‌ହଲ୍ ପରିସରରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବାକୁ ପୋଲିସ୍ ପ୍ରଶାସନ ସମ୍ପୂର୍ଣ ଭାବେ ସଜାଗ ରହିଛି ବୋଲି ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମତବ୍ୟକ୍ତ କରିଛନ୍ତି।

ଚଳିତ ବର୍ଷ ଲକ୍ଷାଧିକ ଭକ୍ତ ପୁରୀକୁ ଆସିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ଉପଯୁକ୍ତ ସେବା ଓ ସୁରକ୍ଷା ଉପରେ ପ୍ରାଧାନ୍ୟ ଦିଆଯିବ ବୋଲି ଡିଜିପି ଶ୍ରୀ ଖୁରାନିଆ ଗୁରୁତ୍ୱାରୋପ କରିଛନ୍ତି। ଏହାସହ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଏବଂ ରଥଯାତ୍ରାର ସୁପରିଚାଳନା ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ରଥଯାତ୍ରା ଡ୍ୟୁଟିରେ ଅଭିଜ୍ଞତା ସମ୍ପନ୍ନ ପୋଲିସ୍ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଶ୍ରୀଜଗନ୍ନାଥ ମନ୍ଦିର, ଶ୍ରୀଗୁଣ୍ଡିଚା ମନ୍ଦିର ଏବଂ ତିନି ରଥ ପାଇଁ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ଅଘଟଣ ମୁକ୍ତ ରଥଟଣା ଏବଂ ରଥଯାତ୍ରା ପରିଚାଳନା ଉପରେ ଗୁରୁତ୍ଵ ପ୍ରଦାନ କରାଯାଇଛି ବୋଲି ଡିଜିପି କହିଛନ୍ତି।

Rath Yatra High-level review meeting

ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରଥମ ଥର ପାଇଁ ଇଣ୍ଟିଗ୍ରେଟେଡ କଣ୍ଟ୍ରୋଲ ରୁମ୍ ଟାଉନ ଥାନାରେ ସ୍ଥାପନ କରାଯିବ। ଏହା ସହ Artificial Intelligence କ୍ୟାମେରା ସହରର ବିଭିନ୍ନ ସ୍ଥାନରେ ଲଗାଯିବ। ବିଶେଷ କରି ଉତ୍ତରା ଛକରୁ ଆରମ୍ଭ କରି ପୁରୀ, ପୁରୀ -କୋଣାର୍କ ରୋଡ ସହିତ ସହରର ବିଭିନ୍ନ ଛକରେ ମଧ୍ୟ କ୍ୟାମେରା ବ୍ୟବସ୍ଥା କରାଯାଇଛି। ଯାହା ଫଳରେ ଭକ୍ତଙ୍କୁ ଟ୍ରାଫିକ ପରିଚାଳନାରେ ସହଯୋଗ ଓ ସୁବିଧା ମିଳିପାରିବ ବୋଲି ଡିଜିପି ଆଶାବ୍ୟକ୍ତ କରିଛନ୍ତି।

ଜନସାଧାରଣଙ୍କ ଯାତାୟାତର ସୁବିଧା ନିମନ୍ତେ ଏକ ବିଶେଷ ମୋବାଇଲ ଆପ ପ୍ରସ୍ତୁତ କରାଯାଇଛି ଯାହା କି ଟ୍ରାଫିକ ଉପଦେଶ, ପାର୍କିଂ ସ୍ଥାନ, ଟ୍ରାଫିକ ଜାମ ଓ ବିକଳ୍ପ ରାସ୍ତା ସମ୍ବନ୍ଧରେ ତ୍ୱରିତ ସୂଚନା ପ୍ରଦାନ କରିବ ବୋଲି ଡିଜିପି କହିଛନ୍ତି।

ଏହା ସହ ନିଜର ଦାୟିତ୍ବକୁ ସଠିକ ଭାବେ ସମ୍ପାଦନ କରିବାକୁ ଉପସ୍ଥିତ ପୋଲିସ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ପୋଲିସ ବାହିନୀକୁ ନିଜର ବାସସ୍ଥଳୀ, ଏବଂ ଆଖପାଖ ଅଞ୍ଚଳର ପରିବେଶକୁ ପରିଷ୍କାର, ପରିଚ୍ଛନ ତଥା ସ୍ୱଛ ରଖିବାକୁ ପରାମର୍ଶ ଦେବା ସହ ଖାଦ୍ୟ ଓ ପାନୀୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।

ଗୁଇନ୍ଦା ନିର୍ଦ୍ଦେଶକ ଆର.ପି. କୋଚେ ରଥଯାତ୍ରା ସମୟରେ କର୍ତ୍ତବ୍ଯନିଷ୍ଠ ତଥା ଦାୟିତ୍ଵସମ୍ପନ୍ନ ହୋଇ କାର୍ଯ୍ୟ ତୁଲାଇବାକୁ ଉପସ୍ଥିତ ପୋଲିସ୍ ଅଧିକାରୀ/ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ । ଶ୍ରୀଜଗନ୍ନାଥ ମନ୍ଦିର ହାଇ ସିକ୍ୟୁରିଟି ଜୋନ୍‌ରେ ରହୁଥ‌ିବାରୁ ରଥଯାତ୍ରା ସମୟରେ ଏହାର ଗୁରୁତ୍ଵ ବହୁମାତ୍ରାରେ ବଢି ଯାଇଥାଏ। କୌଣସି ଅଘଟଣକୁ ଏଡାଇବା ପାଇଁ ବମ୍ ଡିସ୍ପୋଜାଲ୍ ସ୍କ୍ବାର୍ଡ, ପୁରୀର ପ୍ରବେଶ ପଥରେ ଆଣ୍ଟିଟେରୋରିଷ୍ଟ ସ୍କ୍ବାର୍ଡ, ସ୍ପେଶାଲ ଟାକ୍‌ଟିକାଲ ୟୁନିଟ୍ ଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ମତବ୍ୟକ୍ତ କରିଥିଲେ। କୌଣସି ସନ୍ଦେହଜନକ ବସ୍ତୁ କିମ୍ବା ବ୍ୟକ୍ତି ନଜରକୁ ଆସିଲେ ବିଳମ୍ବ ନ କରି ତୁରନ୍ତ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାକୁ ଶ୍ରୀ କୋଚେ ପରାମର୍ଶ ଦେଇଥିଲେ।

ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ ରଥଟଣା ସମୟରେ ଭକ୍ତଙ୍କ ପ୍ରବଳ ସମାଗମକୁ ଲକ୍ଷ୍ୟ କରି ଭିଡ ନିୟନ୍ତ୍ରଣ କରିବାକୁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ମତବ୍ୟକ୍ତ କରିଥିଲେ।

ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ଆଇନ୍ ଓ ଶୃଙ୍ଖଳା) ସଞ୍ଜୟ କୁମାର ଶୃଙ୍ଖଳିତ ରଥଯାତ୍ରା ସମାପ୍ତ କରିବା ନିମନ୍ତେ ପୋଲିସ୍ ପ୍ରଶାସନର ଅଧିକାରୀ/ କର୍ମଚାରୀଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। କୌଣସି ଅଘଟଣକୁ ପ୍ରତିହତ କରିବା ନିମନ୍ତେ ପୋଲିସ୍ ପ୍ରଶାସନ ସଜାଗ ରହିଥ‌ିବା ସମ୍ପର୍କରେ ଶ୍ରୀ ସଞ୍ଜୟ କୁମାର ମତବ୍ୟକ୍ତ କରିଥିଲେ । ପ୍ରତିଟି ଭକ୍ତ ଯେମିତି ଭଲ ଅନୁଭୂତି ନେଇ ଫେରିବେ ସେ ଦିଗରେ ଯତ୍ନବାନ୍ ହେବାକୁ ସେ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଳବାଇ ଓ ଉପକୂଳ ସୁରକ୍ଷା) ଅରୁଣ ବୋଥ୍ରା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଯୋଗଯୋଗ) ଦୟାଲ ଗଙ୍ଗୱାର, ଟ୍ରାନ୍ସପୋର୍ଟ କମିଶନର ତଥା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (କାରାଗାର) ଅମିତାଭ ଠାକୁର,ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏସଏପି) ରାଜେଶ କୁମାର, ଆଇଜିପି (କ୍ରାଇମବ୍ରାଞ୍ଚ) ଡ଼. ସାର୍ଥକ ଷଡଙ୍ଗୀ, ଆଇଜିପି (ଅପରେସନ) ଡ଼. ଦୀପକ କୁମାର, ଆଇଜିପି (ଟ୍ରେନିଂ) ଅନୁପ କୁମାର ସାହୁ ସୁରକ୍ଷା ବ୍ୟବସ୍ଥା ନିମନ୍ତେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂକ୍ରାନ୍ତରେ ସୂଚନା ଦେଇଥିଲେ।

ଆଜିର ଏହି ସମୀକ୍ଷା ବୈଠକରେ ପ୍ରଥମେ ପୁରୀ ଏସ୍‌ପି ଭିନୀତ ଅଗ୍ରୱାଲ ଡିଜିପି ତଥା ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ସ୍ଵାଗତ କରିଥିଲେ। ଆଇଜିପି (କେନ୍ଦ୍ରାଞ୍ଚଳ) ଏସ. ପ୍ରବୀଣ କୁମାର ଧନ୍ୟବାଦ ଅର୍ପଣ କରିଥିଲେ।

ଉକ୍ତ ବୈଠକରେ ଆଇଜି ( ଉତ୍ତର କେନ୍ଦ୍ରାଞ୍ଚଳ) ସତ୍ୟବ୍ରତ ଭୋଇ, ଡି.ଆଇ.ଜି.ପି (ପ୍ରୋଭିଜନିଂ) ଚରଣ ସିଂ ମିନା, ଡି.ଆଇ.ଜି.ପି (ଏସଆଇଡବ୍ଲୁ) କେ. ବିଶାଲ ସିଂହ, ଡି.ଆଇ.ଜି.ପି (ଏସଟିଏଫ) ପିନାକ ମିଶ୍ର, ଡି.ଆଇ.ଜି.ପି (କ୍ରାଇମବ୍ରାଞ୍ଚ) ବି. ଗଙ୍ଗାଧର, ଏସପି (ରେଲୱେ), କଟକ ବିବେକାନନ୍ଦ ଶର୍ମାଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+