Rath Yatra: ଚକ, ଅଖ, ଥାକ ସହ ଦିଗ ନିର୍ଣ୍ଣୟ ଶେଷ ପର୍ଯ୍ୟାୟରେ

ରଥ ନିର୍ମାଣର ଗତକାଲି ଥିଲା ୩୪ତମ ଦିବସ। ତିନି ରଥର ଚକ ଅଖ ଥାକ ସହ ଦିଗ ନିର୍ଣ୍ଣୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ତିନିରଥର ଦଣ୍ଡା ଫ୍ରେମ୍‌ର ବିଭିନ୍ନ ଅଂଶଗୁଡ଼ିକର ନମ୍ବର କରାଯାଇ କଳସା ପାଇଁ ମାପ ଚିହ୍ନ ଗାରିଆ ହୋଇଥିଲା।

ରଥଖଳାରେ ରଥର ବିଭିନ୍ନ ଅଂଶ ନିର୍ମାଣ ଜାରି ରହିଥିଲା। ଅପରାହ୍‌ଣରେ ତିନିରଥର ମୁଖ୍ୟ ମହାରଣା ଏବଂ ଭୋଇ ସେବକଙ୍କ ସହାୟତାରେ ଚକରେ ଅଖ ସଂଯୋଗ ପୂର୍ବକ ଚକ ଅଖ ଥାକ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ନନ୍ଦିଘୋଷ ରଥ ଅଖଗୁଡ଼ିକର ସଂଶୋଧନ କରିବାକୁ ପଡ଼ିବାରୁ ଚକର ଦିଗ ନିର୍ଣ୍ଣୟ କାର୍ଯ୍ୟ ସମ୍ପନ୍ନ ହୋଇପାରିନାହିଁ।

Rath Yatra

ତାଳଧ୍ୱଜ ରଥ ଓ ଦର୍ପଦଳନ ରଥର ଅଖଗୁଡ଼ିକର ସଂଶୋଧନ କାର୍ଯ୍ୟ ବିଶେଷ ନଥିବାରୁ ଚକ ଅଖକୁ ନିର୍ଦ୍ଦିଷ୍ଟ ସ୍ଥାନରେ ରଖାଯାଇ ଦିଗ ନିର୍ଣ୍ଣୟ କାର୍ଯ୍ୟ ସମ୍ପନ୍ନ ହୋଇଛି। ଚକ ଆଗକୁ ଗଡ଼ି ନଯିବା ପାଇଁ ଚକ ଦୁଇ ପାର୍ଶ୍ୱରେ ବାନ୍ଧ ଲାଗି କରାଯାଇଛି।

ଏଥିସହ ତିନି ରଥର ୫ଟି ଲେଖାଏଁ ଜଗତ ପୃଷ୍ଠ ସେଣିରୁ ୪ଟି ଲେଖାଏଁ ଜଗତ ପୃଷ୍ଠ ସେଣିର ଚଉପଟ କାର୍ଯ୍ୟ ଶେଷ ହୋଇଛି। ତାଳଧ୍ୱଜ ରଥ ଓ ନନ୍ଦିଘୋଷ ରଥର ୧୨ଟି ଲେଖାଏଁ ଗୟଳରୁ ୫ଟି ଲେଖାଏଁ ଗୟଳର ଚଉପଟ କାର୍ଯ୍ୟ ଶେଷ ହୋଇଛି। ଦର୍ପଦଳନ ରଥର ୮ଟି ଗୟଳ ମଧ୍ୟରୁ ଦୁଇଟି ଗୟଳର ଚଉପଟ କାର୍ଯ୍ୟ ଶେଷ ହେବା ସହ ଆଉ ତିନିଟି ଗୟଳର ଚଉପଟ କାର୍ଯ୍ୟ ଜାରି ରହିଛି।

କରତୀ ସେବକମାନେ ଦର୍ପ ଦଳନ ରଥର ୪୦ ଫୁଟିଆ ପୋଲ ଗୟଳର ଚିରଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ଦୋଳବେଦିସ୍ଥିତ ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ତିନିରଥ ଗୟଳ କଣ୍ଟା, ଗରଗରା କଣ୍ଟା ଓ ଦଣ୍ଡା କଣ୍ଟା ଶେଷ କରି କଣ୍ଟାଗୁଡ଼ିକର ମଠା କାର୍ଯ୍ୟ ଜାରି ରଖିଛନ୍ତି। ରୂପକାର ସେବକ ତିନି ରଥର ବେଦି ସିଂହାସନ ମୁହାଁଟିରେ ଚିତ୍ର ଖୋଦେଇ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ତିନି ରଥର ୪ଟି ଲେଖାଏଁ ନାଟ ଗୋଡ଼ରେ ଗନ୍ଧର୍ବ ରୂପ ଖୋଦେଇ ଜାରି ରହିଛି। ଦୋଳବେଦିରେ ପାହି ମହାରଣାମାନେ ଅଣସର ତଥା ରଥଯାତ୍ରାରେ ସେବା ନୀତି ପାଇଁ କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଜାରି ରଖିଛନ୍ତି। ଆଜି ମୋଟ ୨୦୬ଜଣ ରଥ ନିର୍ମାଣ ସେବା ଯୋଗାଇ ଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+