Rath Yatra: ରଥ ଉପରକୁ ମୋବାଇଲ ନେଲେ ଫୌଜଦାରୀ ମାମଲା

ଜୁନ୍‌ ୨୬ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏନେଇ ଚଳଚଞ୍ଚଳ ରଥଖଳା । ରଥ ନିର୍ମାଣରେ ଲାଗିଛନ୍ତି ମହାରଣା । ରଥଯାତ୍ରା ପାଇଁ ପୁରୀ ପ୍ରଶାସନ ମଧ୍ୟ ସଜାଗ ହେଉଛି ।

କେମିତି ସୁରୁଖୁରୁରେ ରଥଯାତ୍ରା ଆରମ୍ଭ ହେବ ଏବଂ ଶାନ୍ତି ଶୃଙ୍ଖଳାର ସହ ଭକ୍ତ ରଥ ଯାତ୍ରାରେ ସାମିଲ ହେବ ସେନେଇ ପ୍ରସ୍ତୁତିରେ ଲାଗିପଡିଛି ପ୍ରଶାସନ ।

Rath Yatra

ରଥଯାତ୍ରାରେ କିଛି କଡା ନିୟମ କାର୍ଯ୍ୟକାରୀ କରାଯିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ । ରଥକୁ ମୋବାଇଲ ନେଲେ ଫୌଜଦାରୀ ମାମଲା ରୁଜୁ ହେବ ବୋଲି କୁହାଯାଇଛି ।

ତେଣୁ ଏସନ ରଥ ଉପରକୁ ସେବାୟତ ନେଇପାରିବେନି ମୋବାଇଲ ଫୋନ୍‌ । ରଥ ଉପରକୁ ମୋବାଇଲ ନେଲେ ଫୌଜଦାରୀ ମାମଲା ହେବ ।

ଶ୍ରୀ ପାଢ଼ୀ କହିଛନ୍ତି ଯେ, ପରିକ୍ରମା ପ୍ରକଳ୍ପ ବାହାରେ ବହୁ ବଡ଼ବଡ଼ ଅଟ୍ଟାଳିକା ଗଢ଼ି ଉଠୁଛି। ସେମାନେ ନିଜସ୍ବ ଢ଼ଙ୍ଗରେ ଘର ନିର୍ମାଣ କରୁଛନ୍ତି। ସେହିପରି ଶ୍ରୀଗୁଣ୍ଡିଚା ମନ୍ଦିର ଚାରିପାଖରେ ମଧ୍ୟ ବଡ଼ବଡ଼ କୋଠାଘର ନିର୍ମାଣ ହେଉଛି। ବଡ଼ବଡ଼ କୋଠା ନିର୍ମାଣ ଏକ ନିର୍ଦ୍ଦିଷ୍ଟ ଭାବେ ଢ଼ାଞ୍ଚା ସ୍ଥିର ହେବା ଦରକାର। ଆମେ ଏନେଇ ନଗର ଉନ୍ନୟନ ବିଭାଗକୁ ଅବଗତ କରିବୁ। ଅଟ୍ଟାଳିକାଗୁଡ଼ିକର ଉଚ୍ଚତା ନିର୍ଦ୍ଧାରଣ ପାଇଁ ସରକାରଙ୍କୁ ଚିଠି ଲେଖିବୁ।

କୌଣସି ପରିସ୍ଥିତିରେ ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିରକୁ 'ଧାମ' କୁହାଯାଇପାରିବ ନାହିଁ। କେମିତି 'ଧାମ' ନାଁ ହଟିବ, ସେନେଇ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ। ଶ୍ରୀକ୍ଷେତ୍ର ହିଁ ଏକମାତ୍ର ଜଗନ୍ନାଥ ଧାମ। ଦୀଘା ମନ୍ଦିରରୁ ଧାମ ନାମ ହଟାଇବାକୁ କଲେ ନିବେଦନ। ପଶ୍ଚିମବଙ୍ଗ ସରକାର ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଛନ୍ତି ତେଣୁ ସରକାରୀସ୍ତରରେ ଏହାର ସମାଧାନ ହେବା ଆବଶ୍ୟକ।
-ଗଜପତି ମହାରାଜ ଦିବ୍ୟସିଂହ ଦେବ

ସୂଚନାଯୋଗ୍ୟ, ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ୯ଦିନିଆ ରଥଯାତ୍ରା ଆସନ୍ତା ଜୁନ୍‌ ୨୭ ତାରିଖ ଠାରୁ ଆରମ୍ଭ ହେବ। ରଥଯାତ୍ରାର ପ୍ରମୁଖ ଆକର୍ଷଣ 'ରଥ'ଗୁଡ଼ିକର ନିର୍ମାଣ କାମ ଏବେ ଜୋରଦାର ଚାଲିଛି। ରଥ ନିର୍ମାଣ ପାଇଁ ପୁରୀରେ କାଠ ପହଞ୍ଚିବାରେ ଲାଗିଛି ଓ କାମ ସୁରୁଖୁରୁରେ ଚାଲିଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗତବର୍ଷର ବଳକା ୫୧ ଖଣ୍ଡ କାଠକୁ ଛାଡି, ୮୧୪ ଖଣ୍ଡ କାଠ ଦରକାର ଥିବାବେଳେ, ଗତ ସପ୍ତାହ ସୁଦ୍ଧା ୪୯୯ ଖଣ୍ଡ କାଠ, ଉଭୟ ଶ୍ରୀକ୍ଷେତ୍ର ରଥଖଳା ତଥା ଖପୁରିଆ, କଟକସ୍ଥିତ କରତକଳରେ ପହଞ୍ଚି ସାରିଛି। ୪୦ ଫୁଟିଆ ୩୨ଟି କାଠ (୨୨ ଅସନ+୧୦ ଧଉରା) ବୌଦ୍ଧରୁ ଆସିଛି। ରଥ ଚାରମାଳ ପାଇଁ ତାଳଗଛ ମଧ୍ୟ ଢେଙ୍କାନାଳରୁ ଆସି ପହଞ୍ଚିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+