Rath Yatra: ରଥଯାତ୍ରାରେ ଗୁଳୁଗୁଳିକୁ ପାଇଁ 375 ଭକ୍ତ ଅଚେତ୍
ଆଜି ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ଦାରୁଦିଅଁ ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ଓହ୍ଲାଇଆସି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଜଗାଙ୍କ ଦର୍ଶନ ପାଇଁ ଜନସମୁଦ୍ର ହୋଇଛି ବଡ଼ଦାଣ୍ଡ। ଅନ୍ୟପକ୍ଷେ ମହାପ୍ରଭୁଙ୍କ ଦର୍ଶନ ଲାଗି ବଡ଼ଦାଣ୍ଡରେ ଠେଲାପେଲା ଗହଳି ହେବା ସହ ଲୋକେ ବ୍ୟାରିକେଡ ଭାଙ୍ଗିବାକୁ ଚେଷ୍ଟା କରୁଥିବା ନଜର ଆସିଛି। ଏଥିରେ ଚାପି ହୋଇ ଜଣେ ଶ୍ରଦ୍ଧାଳୁ ଚେତା ହରାଇଛନ୍ତି। ଉଦ୍ଧାରକାରୀ ଦଳ ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ଶ୍ରଦ୍ଧାଳୁଙ୍କ ପରିଚୟ ମିଳିପାରି ନାହିଁ।

375 ଶ୍ରଦ୍ଧାଳୁ ଅଚେତ୍
ରଥଯାତ୍ରାରେ ଗୁଳୁଗୁଳିକୁ ପାଇଁ 375 ଭକ୍ତ ଅଚେତ୍ ହୋଇଯାଇଛନ୍ତି । ପ୍ରାଥମିକ ଚିକିତ୍ସା ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଶ୍ରୀମନ୍ଦିର ଉତ୍ତରଦ୍ଵାର ନିକଟରେ ଥିବା ହାଇଟେକ୍ ମେଡିକାଲର ଅସ୍ଥାୟୀ ଚିକିତ୍ସାଳୟରେ ଭର୍ତ୍ତି ।
ଅଣସେବାୟତଙ୍କୁ ରଥରୁ ତଡିଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ଅଣସେବାୟତଙ୍କୁ ରଥରୁ ତଡି ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଅଣସେବାୟତକୁ ରଥରେ ନ ଚଢିବାକୁ ପୂର୍ବରୁ ବାରଣ କରାଯାଇଥିଲା । ତେବେ ଯେଉଁ ମାନଙ୍କର ରଥରେ ସେବା ନାହିଁ । ସେମାନେ ରଥ ଉପରେ ଗହଳି ନ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ ।












Click it and Unblock the Notifications