Get Updates
Get notified of breaking news, exclusive insights, and must-see stories!

Rath Yatra 2025: କାହିଁକି ଗଡିପାରିଲାନି କାଳିଆର ନନ୍ଦିଘୋଷ ?

ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଗୁଣ୍ଡିଚା ଯାତ୍ରା । ଧାଡି ପହଣ୍ଡିରେ ବିଜେ ନୀତି ସମ୍ପନ୍ନ ପରେ ତିନି ରଥରେ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି । ଛେରା ପହଁରା ପରେ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣାଯାଇଥିଲା ।

ହେଲେ ତାଳଧ୍ୱଜ ରଥ ବାରମ୍ୱାର ପ୍ରତି ୧୦ ମିଟରରେ ମୋଡ଼ ନେଉଥିବାର ରଥ ଟାଣିବାକୁ ଡେରି ହେଉଥିଲା । ବଡ଼ଭାଇଙ୍କ ପଛେ ପଛେ ଆରମ୍ଭ ହୋଇଥିଲା ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା । ହେଲେ ଅନ୍ଧାର ହୋଇଯାଇଥିବାରୁ ମରିଚିକୋଟରେ ଅଟକିଥିଲା । କିନ୍ତୁ ସିଂହଦ୍ୱାର ସାମ୍ନାରୁ ଇଞ୍ଚେ ମଧ୍ୟ ଘୁଞ୍ଚି ନଥିଲା କାଳିଆର ନନ୍ଦିଘୋଷ ରଥ ।

Nandighosh rath move

ତେବେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବିଳମ୍ୱରେ ଗଡ଼ିବା ନେଇ ଅନେକ ପ୍ରଶ୍ନ ଉଠିଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ସହ ଆଲୋଚନା କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆଉ ବିଳମ୍ୱ ହେବା ସତ୍ତ୍ୱେ ମଧ୍ୟ ଆଲୋଚନା ପରେ ସନ୍ଧ୍ୟା ୭.୪୫ରେ ଗଡ଼ିଲା ନନ୍ଦିଘୋଷ ରଥ ।

ହେଲେ ତାହା ମାତ୍ର ଅଳ୍ପବାଟ ପର୍ଯ୍ୟନ୍ତ । ରାତି ହୋଇଯାଇଥିବାରୁ ନନ୍ଦିଘୋଷ ରଥକୁ ଅଳ୍ପବାଟ ପର୍ଯ୍ୟନ୍ତ ଟଣାଯାଇ ଅଟକା ଯାଇଥିଲା । ତେଣୁ ଏବେବି ସିଂହଦ୍ୱାର ଆଗରେ ରହିଛି ନନ୍ଦିଘୋଷ ରଥ । ଆଉ ସେପଟେ ବଳଗଣ୍ଡିରେ ତାଳଧ୍ୱଜ, ମରିଚିକୋଟରେ ଦର୍ପଦଳନ ରଥକୁ ରଖାଯାଇଛି ।

ଏପଟେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବିଳମ୍ୱରେ ଗଡ଼ିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ରଥଯାତ୍ରାରେ ପୂର୍ବ ବର୍ଷ ଅପେକ୍ଷା ଏବର୍ଷ ଦେଢ ଗୁଣ ଅଧିକ ଲୋକ ହେଇଛନ୍ତି । ତେଣୁ ଶ୍ରଦ୍ଧାଳୁ କର୍ଡନ ଭିତରକୁ ପଶିଯାଇଥିଲେ । ଆଉ ଭକ୍ତଙ୍କୁ କର୍ଡନ ଭିତରୁ ବାହାର କରିବା ପରେ ନନ୍ଦିଘୋଷ ରଥ ଟଣାଗଲା । ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଗଲା । ଏପଟେ ଖୋଲା ଆକାଶ ତଳେ ବଡଦାଣ୍ଡରେ ମହାପ୍ରଭୁଙ୍କୁ ପୁଣି ଗୋଟେ ଦିନ ଦର୍ଶନ କରିବାର ସୌଭାଗ୍ୟ ପାଇ ଭକ୍ତ କିନ୍ତୁ ଭାରି ଖୁସି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+