ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା; ଭାଉଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ମା' ଘରକୁ ଯିବେ ମହାପ୍ରଭୁ

ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଭାଉଭଉଣୀଙ୍କୁ ସାଙ୍ଗରେ ନେଇ ମାଉସୀ ମା' ଘରକୁ ଯିବେ ମହାପ୍ରଭୁ । ବାସ୍‌ ଆଉ କିଛି ମୁହୂର୍ତ୍ତର ଅପେକ୍ଷା । ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଶ୍ରୀକ୍ଷେତ୍ର ସାଆନ୍ତ । କଣ ରହିଛି ନୀତିକାନ୍ତି ଆସନ୍ତୁ ଜାଣିବା...

ନୀତି ନିର୍ଘଣ୍ଟ ଅନୁଯାୟୀ ସକାଳ ୬ଟା ରେ ମଙ୍ଗଳ ଆଳତି ନୀତି ପରେ ମଈଲମ, ତଡ଼ପ ଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟ ପୂଜା ସହିତ ଅନ୍ୟାନ୍ୟ ନୀତି କାନ୍ତି ବଢ଼ିବା ପରେ ସକାଳ ୮ ଟାରେ ମହାପ୍ରଭୁଙ୍କ ସକାଳ ଧୂପ (ଖେଚୁଡ଼ି ଭୋଗ) ନୀତି ଅନୁଷ୍ଠିତ ହେବ । ପରେ ସକାଳ ୯ଟାରେ ରଥ ପ୍ରତିଷ୍ଠା, ମଙ୍ଗଳାର୍ପଣ ପରେ ସକାଳ ୯ଟା ୩୦ରେ ଶ୍ରୀଜିଉଙ୍କ ପହଣ୍ଡି ଆରମ୍ଭ ହେବ । ଦିନ ୧୨ ଟା ୩୦ରେ ପହଣ୍ଡି ଶେଷ ନେଇ ନୀତି ନିର୍ଘଣ୍ଟ ହୋଇଛି । ଏହା ପରେ ଅନ୍ୟାନ୍ୟ ନୀତିକାନ୍ତି ବଢ଼ିବା ପରେ ଅପରାହ୍ନ ୨ଟା୩୦ ରୁ ୩ଟା୩୦ ମଧ୍ୟରେ ଛେରାପହଁରା, ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବା ପରେ ଅପରାହ୍ନ ୪ଟାର ରଥ ଟଣା ନେଇ ନୀତି ନିର୍ଘଣ୍ଟ ହୋଇଛି।

rath yatra 2025

କଡ଼ା ସୁରକ୍ଷା ବ୍ୟବସ୍ଥା:

ମହାପ୍ରଭୁଙ୍କ ରଥ ଯାତ୍ରାକୁ ନେଇ ଭକ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ଓ ଉତ୍କଣ୍ଠା । ମହାପ୍ରଭୁ ନିଜେ ଭକ୍ତଙ୍କୁ ଦର୍ଶନ ଦେବା ବଡଦାଣ୍ଡକୁ ଆସି ରଥରେ ବିରାଜମାନ କରିବେ । ଭକ୍ତ ମାନେ ମହାପ୍ରଭୁଙ୍କ ରଥକୁ ଟାଣି ଟାଣି ଗୁଣ୍ଡିଚା ମନ୍ଦିରରେ ନିକଟରେ ଲଗାଇବେ । ତେବେ ଚଳିତ ବର୍ଷ ରଥଯାତ୍ରାରେ 10 ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବା ନେଇ ଅନୁମାନ କରାଯାଉଛି । ଏଣୁ ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ ପରିଚାଳନା ବେଶ୍ ଚାଲେଞ୍ଜ ହେବ ପୋଲିସ୍ ଓ ପ୍ରଶାସନ ପାଇଁ ।

ଭିଡ ନିୟନ୍ତ୍ରଣ କରିବ AI କ୍ୟାମେରା:

ତେବେ ସବୁଠୁ ବଡ କଥା ହେଉଚି ଚଳିତ ବର୍ଷ ସମ୍ପୂର୍ଣ୍ଣ ଏଆଇ କ୍ୟାମେରା ଓ ଡ୍ରୋନ ମାଧ୍ୟମରେ ରଥଯାତ୍ରା ଭିଡ ନିୟନ୍ତ୍ରଣ, ଟ୍ରାଫିକ ପରିଚଳନା ହେବ। ଏଥି ପାଇଁ ପୁରୀ ଟାଉନ୍ ଥାନାରେ ଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟୋଲରୁମ୍ସ୍ ସ୍ଥାପନ କରାଯାଇଛି । ଯେଉଁ ଠାରେ ଏଆଇ କ୍ୟାମେରା ଦ୍ଵାରା ଚାଲିଥିବା ଲାଇଭ ଷ୍ଟ୍ରିମିଙ୍ଗକୁ ଦେଖି ହେବ । ଯାହା ଫଳରେ ଯେଉଁ ଅଞ୍ଚଳରେ ଅତ୍ୟଧିକ ଭିଡ଼ ହୋଇଛି, ଟ୍ରାଫିକ ଜାମ ସ୍ଥିତି ରହିଛି ତାହାକୁ ଠାବ କରାଯାଇ ଉକ୍ତ ସ୍ଥାନରେ ଥିବା ପୋଲିସ୍ ଅଧିକାରୀଙ୍କୁ ଜଣାଇ ଦିଆଯିବ । ଫଳରେ ଭିଡ଼କୁ ନେଇ ଦଳା ଚକଟା ସ୍ଥିତି ଉପୁଜିବ ନାହିଁ ।

ପ୍ରଥମ ଥର ଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟ୍ରୋଲ ରୁମ୍:

ତେବେ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାରେ ଆୟୋଜନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୮ଟି ଭାଗରେ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥାକୁ ବିଭକ୍ତ କରାଯାଇଛି । ଶ୍ରୀମନ୍ଦିର ଭିତର ଓ ବାହାର, ରଥର ଭିତର କର୍ଡ଼ନ ଓ ବାହାର କର୍ଡନ, ଭିଡ ନିୟନ୍ତ୍ରଣ, ଟ୍ରାଫିକ, ସମୁଦ୍ର ପଥ ସୁରକ୍ଷାକୁ ନେଇ ସବୁ ବ୍ୟବସ୍ଥା ହୋଇଛି । ଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟ୍ରୋଲ ରୁମ୍ କରାଯାଇଛି ।

ସୁରକ୍ଷା ଦାୟିତ୍ବରେ 200 ପ୍ଲାଟୁନ ଫୋର୍ସ:

ଭୁବନେଶ୍ଵର ଉତ୍ତରା ଛକରୁ ପୁରୀ, ପୁରୀ କୋଣାର୍କ ରାସ୍ତା ସହିତ ପୁରୀ ସହରରେ 275ଟି ଏଆଇ କ୍ୟାମେରା ଲଗାଯାଇଛି। ଆଣ୍ଟି ଡ୍ରୋନ ବ୍ୟବସ୍ଥା, ଡଗ ସ୍କ୍ୱାର୍ଡ ସହିତ ଆତଙ୍କବାଦୀ ଆକ୍ରମଣ କୁ ପ୍ରତିହତ କରିବା ପାଇଁ ଆଣ୍ଟି ଟେରରିଷ୍ଟ ସ୍କ୍ୱାର୍ଡ ମୁତୟନ ରହିବେ । ମୋଟ୍ ୨୦୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ସୁରକ୍ଷା ପାଇଁ ମୁତୟନ ହେବେ । ବିଏସଏଫ୍, ଆରଏଏଫ୍, ସିଆରପିଏଫ୍ ର ଆଠ କମ୍ପାନୀ ଫୋର୍ସ ମୁତୟନ ରହିବେ । ସମୁଦ୍ର ତଟରେ ମେରାଇନ ପୋଲିସ୍, କୋଷ୍ଟ ଗାର୍ଡ ଓ ନେଭି ମଧ୍ୟ ପଇଁତରା ମାରିବେ ।

3 ମାର୍ଗରୁ ସୁରକ୍ଷା, ସୁରକ୍ଷାରେ 10 ହଜାର ପୋଲିସ:

ଆକାଶ ମାର୍ଗରୁ ଡ୍ରୋନରେ ନଜର ରଖାଯିବ। ଟ୍ରାଫିକ, ଭିଡ ନିୟନ୍ତ୍ରଣ ଉପରେ ମଧ୍ୟ ଡ୍ରୋନରେ ନଜର ରହିବ । ଭକ୍ତଙ୍କ ଯାତାୟାତ ସୁଗମ ପାଇଁ ଏକ ଚାର୍ଟ ବଟ ଆପ୍ ପାଇଁ ଦିଆଯିବ । ଏହାକୁ ଡାଉନ ଲୋଡ କରି ଲୋକ ମାନେ ପୁରୀରେ ଟ୍ରାଫିକ ରୁଟ ଓ ପାର୍କିଂ ବ୍ୟବସ୍ଥା କଣ ରହିଛି, କେଉଁଠିକୁ ଯିବେ ତାହା ଏହି ଆପରେ ଜାଣିପାରିବେ । ରଥଯାତ୍ରା ସୁରକ୍ଷା ପାଇଁ ୧୦ ହଜାର ପୋଲିସ କର୍ମଚାରୀ ରହିବେ । ଜଳ, ସ୍ଥଳ ଓ ଆକାଶ ପଥରେ କଡା ନଜର ରଖାଯିଵାର ବ୍ୟବସ୍ଥା ରହିଛି । ରଥଯାତ୍ରା ସୁରକ୍ଷା ବ୍ୟବସ୍ଥାକୁ ପରିଚାଳନା ପାଇଁ ୨୧ ଆଇ ପି ଏସ, ୧୨ ଶହ ଅଫିସର ନିୟୋଜିତ ହେବେ । ସେହିପରି ରଥଯାତ୍ରା ସହିତ ବାହୁଡ଼ା ଯାତ୍ରା ଓ ସୁନା ବେଶରେ ମଧ୍ୟ ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ ମଧ୍ୟ ରଥଯାତ୍ରା ଭଳି ସୁରକ୍ଷା ବ୍ୟବସ୍ଥା ରହିବ ।

ରଥଯାତ୍ରାରେ ଭକ୍ତଙ୍କୁ ସମସ୍ତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସ୍ବାସ୍ଥ୍ୟ ବିଭାଗ ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଛି । ବିଭିନ୍ନ ସ୍ଥାନରେ ୬୯ ଟି ଫାଷ୍ଟ ଏଡ୍ ସେଣ୍ଟର୍, ୬୪ଟି ଆମ୍ବୁଲାନ୍ସର ବ୍ୟବସ୍ଥା ମଧ୍ୟ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅତିରିକ୍ତ ୩୭୮ ଜଣ ଅତିରିକ୍ତ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମୀଙ୍କୁ ନିୟୋଜିତ କରାଯିବ । ଆଇସିୟୁ, ୨୬୫ ଜରୁରୀକାଳୀନ ବେଡର ବ୍ୟବସ୍ଥା ସହିତ ରାଜ୍ୟରେ ଡାଇରିଆ ସଂକ୍ରମଣ ରୋକିବାକୁ ସରକାର ସମସ୍ତ ବ୍ୟବସ୍ଥା ହୋଇଛି । ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଭକ୍ତଙ୍କ ପାଇଁ ୨୦ ଲକ୍ଷ ପାଣି ବୋତଲ ଯୋଗାଇ ଦିଆଯିଵା ସହ ବଡଦାଣ୍ଡରେ ଡ୍ରିଙ୍କ ଫ୍ରମ ଟ୍ୟାପର ବ୍ୟବସ୍ଥା ରହିଛି । ରାସ୍ତା କଡରେ ଖାଦ୍ୟ ଯାଞ୍ଜ ପାଇଁ ସ୍ବତନ୍ତ୍ର ଟିମ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+