Rath Yatra 2025: ଆରମ୍ଭ ହେଲା ରଥଟଣା
Rath Yatra 2025: ଆରମ୍ଭ ହେଲା ରଥଟଣା । ଖୋଲା ହେଲା ଚାରମାଳ । ଆରମ୍ଭ ହେଲା ରଥଟଣା । ପ୍ରଥମେ ବଲଭଦ୍ରଙ୍କ ରଥ ଟଣା ହେଲା। ରଥ ଟାଣିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ ଆଇନ ମନ୍ତ୍ରୀ । ଘଡଘଡ ନାଦ କରି ଆଗେଇ ଚାଲିଛି ତିନି ରଥ । ଆଗରେ ବଡ ଭାଇ ବଳଭଦ୍ରଙ୍କ ତାଳଧ୍ବଜ ରଥ, ମଝିରେ ଭଉଣୀ ସୁଭଦ୍ରାଙ୍କ ଦେବଦଳନ ଓ ପରେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ ଆଗେଇ ଚାଲିଛି ।
ରଥଟଣା ଆରମ୍ଭ
ଛେରା ପହଁରା ନୀତି ସମାପନ ପରେ ଆରମ୍ଭ ହେଲା ରଥଟଣା । ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ରଥକୁ ଟାଣି ନେଉଛନ୍ତି ଭକ୍ତ ମଣ୍ଡଳୀ । ଘଣ୍ଟ ଘଣ୍ଟା ନାଦରେ ଘର୍ ଘର୍ ଗଡ଼ିଲା ତାଳଧ୍ବଜ । ପ୍ରଥମେ ବଡ଼ ଭାଇ ଜନ୍ମବେଦୀ ଅଭିମୁଖେ ବାହାରିଛନ୍ତି । ଏହାପରେ ସାନ ଭଉଣୀ ଦେବୀ ସୁଭଦ୍ରା ବାହାରିବେ । ଶେଷରେ ଜଗତର ନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗଡ଼ିବ । ଭକ୍ତ ଭଗବାନଙ୍କ ମିଳନରେ ଶ୍ରୀକ୍ଷେତ୍ର ପୁଣି ଚଳଚଞ୍ଚଳ ହୋଇ ଉଠିଛି । ଛେରାପହଁରା ପରେ ରଥରେ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହୋଇ ଘୋଡ଼ା ଜୋଖା ହୋଇଛି । ଏହାପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଛି । ଭାଇ ଭଉଣୀଙ୍କୁ ସାଥୀରେ ନେଇ ନବଦିନାତ୍ମକ ଯାତ୍ରାରେ ବାହାରିଲେ ମହାପ୍ରଭୁ । 9 ଦିନ ଧରି ଜନ୍ମବେଦୀରେ ଲୀଳାଖେଳା କରିବେ ତିନି ଠାକୁର ।
ତିନି ଠାକୁରଙ୍କ ଛେରା ପହଁରା
ମହାପ୍ରଭୁଙ୍କର ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରାର ଅନନ୍ୟ ପରମ୍ପରା ହେଉଛି ଛେରା ପହଁରା । ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହି ନୀତି ସମ୍ପନ୍ନ କରିଛନ୍ତି । ମହାପ୍ରଭୁଙ୍କୁ ଶଙ୍କରାଚାର୍ଯ୍ୟ ଦର୍ଶନ କରିବା ପରେ ରଥ ଉପରେ ଛେରା ପହଁରା ନୀତି କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ସୁବର୍ଣ୍ଣ ଖଡ଼ିକାରେ 3 ରଥରେ ଛେରା ପହଁରା କରିଛନ୍ତି ଗଜପତି ମହାରାଜା । ଗଜପତି ମହାରାଜା ପ୍ରଥମେ ତାଳଧ୍ୱଜ ରଥରେ ଛେରା ପହଁରା କରିବା ପରେ ଦେବୀ ସୁଭଦ୍ରାଙ୍କ ରଥ ଦେବଦଳନ ଓ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଯାଇ ଛେରା ପହଁରା ନୀତି ସମାପନ କରିଛନ୍ତି ।

-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications