Rath Yatra 2025: ଆସିଲା ଆଜ୍ଞାମାଳ : ଖପୁରିଆରେ ରଥ କାଠ ଚିରଟ ଆରମ୍ଭ

ଶ୍ରୀରାମ ନବମୀ ତିଥିରେ ପୁରୀ ଘୋଷଯାତ୍ରା ପାଇଁ ରଥକାଠ ଚିରଟ କାମ ଆରମ୍ଭ ହୋଇଛି । କଟକ ଖପୁରିଆରେ ଥିବା ସରକାରୀ କାଠ ମିଲ୍‌ରେ ରବିବାର ଏହି ରଥ କାଠ ଚିରଟ ଶୁଭ ଅନୁକୂଳ କରାଯାଇଥିଲା।

ପରମ୍ପରା ଅନୁସାରେ ରାମ ନବମୀରେ ରଥ ନିର୍ମାଣ ପାଇଁ ଜଙ୍ଗଲରୁ ଆସିଥିବା କାଠ ଚିରଟ କାମ ପାରମ୍ପରିକ ଭାବେ ଆରମ୍ଭ ହୋଇଥାଏ ।

ଚଳିତ ବର୍ଷ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ସେବାୟତ, ମୁଖ୍ୟ ମହାରଣାଙ୍କ ଉପସ୍ଥିତିରେ ଏହି ରଥ କାଠ ଚିରଟ ଆରମ୍ଭ ହୋଇଛି। ସେହିଭଳି ରଥ ତିଆରି ପାଇଁ ଢେଙ୍କାନାଳ, ନୟାଗଡ଼ ଓ ବରଗଡ଼ ଜଙ୍ଗଲରୁ କାଠ ସଂଗ୍ରହ ହୋଇଛି। ତିନି ରଥ ନିର୍ମାଣ ପାଇଁ ଚଳିତ ବର୍ଷ ମୋଟ ୮୧୮ଖଣ୍ଡ କାଠ ଚିରଟ ହେବାକୁ ଥିବାବେଳେ ଆଜି ସୁଦ୍ଧା ଖପୁରିଆ କାଠ ମିଲ୍‌ରେ ୫୦୦ ଖଣ୍ଡ କାଠ ପହଞ୍ଚିଛି।

rath yatra
ଅସନ କାଠ, ଧଉରା କାଠ, ଫାସି କାଠ, ଶିମିଳି କାଠ ଓ ମଇ କାଠ ଭଳି ୭ ହଜାର ଘନଫୁଟ କାଠ ଚିରଟ ହେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୬ ଜଣ ପ୍ରତିନିଧି ସାଙ୍ଗରେ ଆଜ୍ଞାମାଳ, ଦୀପ, ମହାପ୍ରସାଦ, ଧୂପ ନେଇ ଆସିଥିଲେ। ଦିନ ୧ ଟା ଅମୃତ ବେଳାରେ ଏହି ୩ ଧଉରା କାଠ ପୂଜା ହୋଇଥିଲା। କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ, ସ୍ଥାନୀୟ କର୍ପୋରେଟର ସନ୍ତୋଷ କୁମାର ଭୋଳଙ୍କ ସମେତ ବନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ତେବେ ସରସ୍ବତୀ ପୂଜା, ଶ୍ରୀରାମ ନବମୀ ଏବଂ ଅକ୍ଷୟ ତୃତୀୟ ଦିନ ୩ ଧଉରା କାଠ ପୂଜା ହୋଇଥାଏ। ଏହା ପରେ ରଥ କାମ ଆରମ୍ଭ ହୁଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+