Rath Yatra 2025: ଚଉପଟ ଭୂଇଁ ଚଉତା କାଠର ବିନ୍ଧ ଅନୁକୂଳ

ଗତକାଲି ସୁଦ୍ଧା ତିନି ରଥର ୩୬ ଚକ ନିର୍ମାଣ ସରିଥିବା ବେଳେ ମୋଟ ୩୯ଟି ଚକ ନିର୍ମାଣ ସରିଛି। ଏଥିସହ ଭୂଇଁ ଚଉତା ବିନ୍ଧ ଅନୁକୂଳ ପୂଜା ସହ ଭୂଇଁ ଚଉତାର ପାଖୁଡ଼ା ବିନ୍ଧ ଶେଷ ହୋଇଛି। ଆଜି ତିନି ରଥର ମହାରଣାମାନେ ଗୋଟିଏ ଗୋଟିଏ ଚକ ନିର୍ମାଣ ଶେଷ କରି ଶେଷ ଚକର ପଇ ବିନ୍ଧ ଆରମ୍ଭ କରିଛନ୍ତି। ଏଥିସହ ଭୋଇ ସେବକମାନେ ତିନିରଥ ଶେଷ ଚକର ତୁମ୍ବରେ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଯନ୍ତା ଗାଡ଼ରେ ଶେଷ କରିଛନ୍ତି। ଆସନ୍ତାକାଲି ତିନି ରଥର ଶେଷ ସିଙ୍ଗଡ଼ା ବାଡ଼ିଆ ତୁମ୍ବ ତିନିରଥ ଚାଳି ମହାରଣାମାନଙ୍କୁ ହସ୍ତାନ୍ତର କରିବା ପରେ ଯନ୍ତା ଗାଡ଼ ମୁଜାପର୍ବ ଭୋଇ ସେବକଙ୍କ ଦ୍ୱାରା ସମ୍ପନ୍ନ ହେବ।

ତିନିରଥର ପ୍ରଥମ ଭୂଇଁ, ଦ୍ୱିତୀୟ ଭୂଇଁ ଓ ଅଗ ଭୂଇଁ ପାଇଁ ଉଦ୍ଦିଷ୍ଟ ୧୨ଟି ଲେଖାଏଁ ୨୦ ଫୁଟିଆ ଚଉପଟ ଭୂଇଁ ଚଉତା କାଠର ବିନ୍ଧ ଅନୁକୂଳ ପୂଜା ତିନିରଥର ମୁଖ୍ୟ ମହାରଣାଙ୍କ ଦ୍ୱାରା ସମ୍ପନ୍ନ ହୋଇଛି। ପରେ ଉକ୍ତ ଚଉତା କାଠ ଗୁଡ଼ିକରେ ୫ଟି ଲେଖାଏଁ ପାଖୁଡ଼ା ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ଏଥିସହ ଆଜି ତିନି ରଥର ୪୨ଟି ଯୋକାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ୧୮ ଫୁଟିଆ ଯୋକାଗୁଡ଼ିକ ରଥର ଅଖ, କୁଡୁକା, ଗୟଳ ଓ ନିରାଡ଼ିକୁ ମଜଭୁତ କରି ବାନ୍ଧି ରଖିବାରେ ସହାୟକ ହୋଇଥାଏ ।

Rath Yatra 2025 rath nirmal karya ongoing at puri

ତିନି ରଥର ୮ଟି ଲେଖାଏଁ ୨୦ ଫୁଟିଆ ୧୪ ନାହାକାର ଚଉପଟ କାର୍ଯ୍ୟ ଶେଷ ହୋଇଛି। ସେଗୁଡ଼ିକର ଆଠ କଣି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତିନି ରଥର ରୂପକାରମାନେ କୋଣ ଗୁଜ ବା ସାଲ ଗୁଜରେ ସିଂହ ବିରାଳ ରୂପ ଖୋଦେଇ ଜାରି ରଖିଛନ୍ତି। ରୂପ ଖୋଦେଇ ଶେଷ ହୋଇଥିବା ରୂପଗୁଡ଼ିକର ପଲିସ୍‌ ସହ ରୂପରେ ଅଳଙ୍କାର ପକା କାର୍ଯ୍ୟ ଜାରି ରଖିଛନ୍ତି। ଦୋଳବେଦି ଅସ୍ଥାୟୀ କମାରଶାଳରେ ଓଝା କମାର ସେବକମାନେ ତିନି ରଥର ଘଡି ମୁହଁ ଦଣ୍ଡା କଣ୍ଟା, ଦଣ୍ଡା ବିଡିଆ ଓ ଅଗ ପାତେଳି କଣ୍ଟା ନିର୍ମାଣ ଜାରି ରଖିଛନ୍ତି। ଦୋଳବେଦିରେ ସ୍ନାନ ଯାତ୍ରା ଏବଂ ରଥ ଯାତ୍ରାରେ ରଥ ଉପରେ ମହାପ୍ରଭୁଙ୍କ ପୂଜାରେ ଆବଶ୍ୟକ କାଠ ନିର୍ମିତ ଉପକରଣ ନିର୍ମାଣ ଚାଲୁ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+