Ratha Yatra 2025: ରଥ କାଠ ପାଇଁ ନୟାଗଡ଼ରେ ପହଞ୍ଚିଲା ମହାପ୍ରଭୁଙ୍କର ଆଜ୍ଞାମାଳ

Ratha Yatra 2025: (୨୦୨୫) ରଥଯାତ୍ରା ପାଇଁ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ନୟାଗଡରୁ କାଠ ସଂଗ୍ରହ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି । କାଠ ସଂଗ୍ରହ ପାଇଁ ଶ୍ରୀମନ୍ଦିରରୁ ପହଞ୍ଚିଛି ମହାପ୍ରଭୁଙ୍କ ଆଜ୍ଞାମାଳ । ପୁରୀରୁ ଯାଇଥିବା ଟିମ୍‌ ସ୍ଥାନୀୟ 'ଡିଏଫଓ'ଙ୍କୁ ଶ୍ରୀଜିଉଙ୍କ ଆଜ୍ଞାମାଳ ପ୍ରଦାନ କରିଛନ୍ତି । ସରସ୍ବତୀ ପୂଜା ପୂର୍ବରୁ ପୁରୀରେ ପ୍ରଥମ ପର୍ଯ୍ୟାୟ କାଠ ପହଞ୍ଚାଯିବ ବୋଲି 'ଡିଏଫଓ' କ୍ଷମା ଷଡଙ୍ଗୀ କହିଛନ୍ତି ।

ଶ୍ରୀକ୍ଷେତ୍ର ପରମ୍ପରା ଅନୁସାରେ, ପ୍ରତିବର୍ଷ ଅକ୍ଷୟ ତୃତୀୟାଠାରୁ ରଥକାଠ ଅନୁକୂଳ ସହ ମହାପ୍ରଭୁଙ୍କ ରଥ ନିର୍ମାଣ କାମ ଆରମ୍ଭ ହୁଏ । ଏହା ପୂର୍ବରୁ ଆବଶ୍ୟକତା ଅନୁସାରେ ନୟାଗଡ ଜିଲ୍ଲାର ଦଶପଲ୍ଲା ଓ ପାର୍ଶ୍ବବର୍ତ୍ତୀ ଜଙ୍ଗଲରୁ ପୁରୀକୁ କାଠ ଯୋଗାଯାଏ ।

Ratha Yatra 2025

ଶ୍ରୀମନ୍ଦିର ପ୍ରତିନିଧି ଟିମକୁ ସ୍ବାଗତ କଲେ 'ଡିଏଫଓ'
ଗତକାଲି (ସୋମବାର) ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ବଡମୂଳସ୍ଥିତ ବଡରାଉଳ ପୀଠରେ ମହାପ୍ରଭୁଙ୍କ ଆଜ୍ଞାମାଳ ପହଞ୍ଚିଛି । ସୋମବାର ସନ୍ଧ୍ୟାରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ତତ୍ତ୍ଵାବଧାରକ ସୁଦର୍ଶନ ମେକାପ, ରଥକାଠ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦାର ରବି ଭୋଇ, ଶ୍ରୀମନ୍ଦିର ପ୍ରଶାସନର କର୍ମକର୍ତ୍ତା ରାକେଶ ରାୟ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଅଜ୍ଞାମାଳ, ମହାର୍ଘ ନେଇ ନୟାଗଡ଼ ଅଭିମୁଖେ ବାହାରିଥିଲେ । ଏହି ପ୍ରତିନିଧି ମଣ୍ଡଳୀ ଗତକାଲି (ସୋମବାର) ସଂଧ୍ୟାରେ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚି ଆଜ୍ଞାମାଳ ପ୍ରଦାନ କରିଛନ୍ତି । ପ୍ରଥମେ ବେଠିଆସାହି ଦଧିବାମନ ଜୀଉ ମନ୍ଦିରରେ ପୂଜାର୍ଚ୍ଚନା କରାଯିବ । ପରେ ବଡ଼ରାଉଳ ପୀଠରେ ପୂଜାର୍ଚ୍ଚନା କରାଯିବା ପରେ ରଥ କାଠ କଟା ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

୮୬୫ ଖଣ୍ଡ କାଠ
ଚଳିତ ବର୍ଷ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ ରଥ କାଠ ଆବଶ୍ୟକ ରହିଥ‌ିବା ବେଳେ ଗତ ବର୍ଷର ୫୧ ଖଣ୍ଡ ରଥକାଠ ରଥଖଳାରେ ଗଛିତ ରହିଛି । ରଥ କାଠ କଟାଯିବା ପରେ ଜାନୁଆରୀ ମାସ ଶେଷ ସପ୍ତାହ ସୁଦ୍ଧା ଦଶପଲ୍ଲାରୁ ପ୍ରଥମ ପର୍ଯ୍ୟାୟ ରଥକାଠ ପୁରୀ ରଥଖଳାକୁ ପଠାଇବ ବୋଲି ଜଣାପଡ଼ିଛି । ବହୁ ପୂର୍ବରୁ ନୟାଗଡ ଜଙ୍ଗଲରୁ ସଂଗୃହିତ କାଠରୁ ମହାପ୍ରଭୁଙ୍କ ରଥ ନିର୍ମାଣ କରାଯାଇ ଆସୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+