ସ୍ନାନ ପରେ ମହାପ୍ରଭୁଙ୍କୁ ଜ୍ବର; ଅଣସରରେ ଗୁପ୍ତ ଉପଚାର କରିବେ ଦଇତାପତି

ଅଣସରରେ ମହାପ୍ରଭୁ । ସ୍ନାନ ପରେ ମହାପ୍ରଭୁଙ୍କୁ ଜ୍ବରରେ ପୀଡିତ। ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଜ୍ବରରେ ପୀଡିତ ହୋଇଛନ୍ତି ।

ଶ୍ରୀମନ୍ଦିରରେ ଆଜିଠୁ ଚାଲିବ ମହାପ୍ରଭୁଙ୍କ ଅଣସର ନୀତି । ଜ୍ବରରେ ପୀଡ଼ିତ ହୋଇ ଦୀର୍ଘ ୧୫ ଦିନ ଧରି ଅଣସର ଘରେ ରହିବେ ଚତୁର୍ଦ୍ଧାମୂର୍ତ୍ତି । ଦଇତାପତିମାନେ ମହାପ୍ରଭୁଙ୍କୁ ସୁସ୍ଥ କରିବାକୁ ଗୁପ୍ତ ଉପଚାର କରିବେ । ମହାପ୍ରଭୁଙ୍କ ସେବା ଶୁଶ୍ରୂଷାରେ ଲାଗି ପଡିବେ ଦଇତାପତି ସେବକ ।

ଗତକାଲି ଭାଇ ଓ ଭଉଣୀଙ୍କ ସହ ସ୍ନାନବେଦୀକୁ ଆସି ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ବିଶ୍ବନିୟନ୍ତା କାଳିଆ ଠାକୁର। ଅନୁକୂଳ ପାଗ ପାଇଁ ଜନସମୁଦ୍ର ହୋଇପଡିଥିଲା ଶ୍ରୀକ୍ଷେତ୍ର ପୁରୀ। ଦେବସ୍ନାନ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା। ଠାକୁରଙ୍କ ନୀତି ଆରମ୍ଭରୁ ଭୋର ସମୟରୁ ଭିଡ ଆରମ୍ଭ ହୋଇ ଯାଇଥିଲା। ବଡ ଭାଇ ଶ୍ରୀ ବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନଙ୍କ ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥ ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନ ବାଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଥିଲେ। ଦିବ୍ୟ ସ୍ନାନ ଶେଷ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା କାର୍ଯ୍ୟ ସମ୍ପାଦନା କରିଥିଲେ। ଅଣସରରେ ଥିବା ସମୟରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ।

rath yatra 2025 Mahaprabhu jagannath fever

ଅଣସର ଘରେ ଅସୁସ୍ଥ ଶ୍ରୀଜିଉଙ୍କ ବିଜେ ପରେ ଶ୍ରୀମନ୍ଦିରରେ ଆଜିଠୁ ପଟିଦିଅଁ ପୂଜା ପାଇବେ। ଆଜିଠାରୁ ମହାପ୍ରଭୁଙ୍କ ଆଉ ଦର୍ଶନ ମିଳିବ ନାହିଁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୂପରେ ଅନନ୍ତ ନାରାୟଣ, ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ରୂପରେ ଅନନ୍ତ ବାସୁଦେବ ଓ ମା' ସୁଭଦ୍ରାଙ୍କ ରୂପରେ ମା' ଭୁବନେଶ୍ୱରୀ ପୂଜା ପାଇବେ। ସେହିପରି ଶ୍ରୀବିଗ୍ରହଙ୍କ ସ୍ଥାନରେ ପୂଜା ପାଇବେ ପଟିଦିଅଁ।

ଅଣସର ପିଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି, ପ୍ରଭୁ ଅଲାରନାଥଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ । ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ ପରେ ଜ୍ୱରରେ ପୀଡିତ ହୋଇ ଅଣସର ପିଣ୍ଡିରେ ଉପଚାର ଆରମ୍ଭ ହୋଇଛି । ସେଠାରେ ଦଇତା ସେବାୟତମାନେ ଦାରୁ ଦିଅଁଙ୍କ ଗୁପ୍ତ ଉପଚାର କରୁଛନ୍ତି । ଏଣେ ଶ୍ରୀମନ୍ଦିର ରତ୍ନସିଂହାସନରେ କଳାସାଆନ୍ତେଙ୍କ ଦର୍ଶନ ନପାଇ ପୁରୀ ବ୍ରହ୍ମଗିରିର ଅଲାରନାଥଙ୍କ ପୀଠରେ ଭିଡ ଜମାଉଛନ୍ତି ଶ୍ରଦ୍ଧାଳୁ । ସକାଳୁ ପ୍ରଭୁ ଅଲାରନାଥଙ୍କ ମଙ୍ଗଳ ଆଳତି ନୀତି ହୋଇଛି । ପରେ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଥିଲା । ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ବ୍ୟାରିକେଡ଼ ବ୍ୟବସ୍ଥା ସହ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+