RATH YATRA 2025: ଆଇନ ଶୃଙ୍ଖଳା, ଭିଭିଆଇପି ସୁରକ୍ଷା, ଭକ୍ତଙ୍କ ପାଇଁ ବନ୍ଦୋବସ୍ତକୁ ଗୁରୁତ୍ୱ

ଆସନ୍ତା ଜୁନ୍ ୨୭ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଚଳିତ ବର୍ଷ ଶାନ୍ତି ଶୃଙ୍ଖଳାର ସହିତ ରଥଯାତ୍ରାକୁ ଅନୁଷ୍ଠିତ କରିବା ପାଇଁ ଜାରି ରହିଛି ପ୍ରସ୍ତୁତି । ତେବେ ପ୍ରଶାସନିକ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ।

ଖାରବେଳ ଭବନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଏହି ବୈଠକ। ତ୍ରୁଟିହୀନ ରଥଯାତ୍ରା ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଛି।।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ରଥଯାତ୍ରା ଏହା ପୂର୍ବରୁ ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି ପାଇଁ ପ୍ରସ୍ତୁତି ବାବଦରେ ସୂଚନା ଦେଇଛନ୍ତି । ରଥ ପ୍ରସ୍ତୁତି ସହ ଆବଶ୍ୟକ କାଠ ସଂଗ୍ରହ କାର୍ଯ୍ୟ କରାଯାଉଥିବା ସଂପର୍କରେ ସେ ସୂଚନା ଦେଇଛନ୍ତି।

RATH YATRA 2025

ରଥ ଟଣା ବେଳେ ଯେପରି ରଥ ସମ୍ମୁଖରେ ଅନାବଶ୍ୟକ ଗହଳି ନହୁଏ, ସେଥିପ୍ରତି ଆଲୋଚନା ହୋଇଛି । ରଥଯାତ୍ରାରେ ଆଇନ ଶୃଙ୍ଖଳା ରକ୍ଷା ପ୍ରସ୍ତୁତି ସଂପର୍କରେ ପୁରୀ ଏସପି ବିନୀତ ଅଗ୍ରଓ୍ୱାଲ ବିସ୍ତୃତ ଭାବେ ତଥ୍ୟ ଉପସ୍ଥାପନ କରିଛନ୍ତି। ରଥଯାତ୍ରାରେ ଭିଭିଆଇପିଙ୍କ ବସିବା ସ୍ଥାନ ଓ ବ୍ୟବସ୍ଥା ସଂପର୍କରେ ଆଲୋଚନା ହୋଇଛି। ବୈଠକରେ ମୁଖ୍ୟ ଶାସନ ସଚିବ ଆଇନଶୃଙ୍ଖଳା ପ୍ରତି ପ୍ରାଥମିକତା ଦେବାକୁ ଗୁରୁତ୍ୱ ଦେଇଛନ୍ତି। ପୁର୍ବରୁ ଶୃଙ୍ଖଳାର ସହିତ ରଥଯାତ୍ରା ଅନୁଷ୍ଠିତ ହେବା ନେଇ ଯେପରି କୌଣସି ପ୍ରକାର ତ୍ରୁଟି ନ ହୁଏ, ସେଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ପୋଲିସ ପ୍ରଶାସନ ଓ ସମ୍ପୃକ୍ତ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରଥଯାତ୍ରାରେ ବ୍ୟାପକ ସୁରକ୍ଷା ବଳ ନିୟୋଜିତ ହେବେ। ସୁରକ୍ଷା ବଳଙ୍କ ପାଇଁ ଅସ୍ଥାୟୀ ଶିବିର ବାବଦରେ ଆଲୋଚନା ହୋଇଛି। ସୁରକ୍ଷାକର୍ମୀଙ୍କ ନିମନ୍ତେ ନଳକୂପ ସହିତ ଓ୍ୱାଟକୋ ପୁରୀ ତରଫରୁ ପାନୀୟ ଜଳ ବ୍ୟବସ୍ଥା ଓ ସଫେଇ କର୍ମୀଙ୍କ ଦ୍ୱାର ପରିମଳ ରକ୍ଷା ସଂପର୍କରେ ଆଲୋଚନା ହୋଇଛି। ଭକ୍ତ ତଥା ଜନସାଧାରଣଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ସୁବିଧା ପାଇଁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ, ସହରର ବିଭନ୍ନ ଅଂଚଳରେ ପରିମଳ ବ୍ୟବସ୍ଥା ପାଇଁ ଯୋଜନା ପ୍ରସ୍ତୁତି ସଂପର୍କରେ ଆଲୋଚନା ହୋଇଛି। ସମ୍ଭାବ୍ୟ ବର୍ଷାରେ ଜଳ ନିଷ୍କାସନ ନିମନ୍ତେ ପ୍ରସ୍ତୁତି ସ୍ୱରୂପ ପୁରୀ ମ୍ୟୁନିସିପାଲିଟି ତରଫରୁ ୧୫ଟି ସମ୍ବେଦନଶୀଳ ଅଂଚଳ ଚିହ୍ନଟ କରାଯାଇଛି। ପୁରୀ ଡାକ୍ତରଖାନା ଛକ ସମେତ ସବୁଠି ଉଚ୍ଚ କ୍ଷମତା ସଂପନ୍ନ ଡିଜେଲ ପମ୍ପ ପ୍ରସ୍ତୁତି ହୋଇ ରହିବ। ବିଭିନ୍ନ ସ୍ଥାନରେ ମୋବାଇଲ ଟଏଲେଟ ଓ ଫାଇବର ପ୍ରସ୍ତୁତ ଶୌଚାଳୟ ସ୍ଥାପନ କରାଯିବ।

ସେହିପରି ବିଭିନ୍ନ ରହଣି ସ୍ଥଳର ରକ୍ଷଣା ବେକ୍ଷଣ, ବିଦ୍ୟୁତ ଭିତ୍ତିଭୂମି ଯାଂଚ, ଭିଆଇପି ମାନଙ୍କ ରହଣି ଓ ସୁରକ୍ଷା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି। ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ଟ୍ରାଫିକ ବିଭିନ୍ନ ସ୍ଥାନରେ ସିସିଟିଭି ସ୍ଥାପନ, ଭିଡ଼ ନିୟନ୍ତ୍ରଣ, ଯାନ ବାହନ ପାଇଁ ପାର୍କିଂ ବ୍ୟବସ୍ଥା, ରଥଟଣା ସୁବ୍ୟବସ୍ଥା, ପାସ ବ୍ୟବସ୍ଥା, ବିଶିଷ୍ଟ ଅତିଥିଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ଆଦି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଛି। ବୈଠକରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ ଡିଜି ୱାଇ. ବି. ଖୁରାନିଆ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ କୁମାର ପାଢ଼ୀ, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ସଚିବ, ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସପି ବିନୀତ ଅଗ୍ରଓ୍ୱାଲଙ୍କ ସମେତ ରାଜ୍ୟ ପ୍ରଶାସନର ବରିଷ୍ଠ ପଦାଧିକାରୀ ତଥା ପୋଲିସ ପ୍ରଶାସନର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+