Rath Yatra 2025: ଅଣସର ପିଣ୍ଡିରେ ଦାରୁଦିଅଁ; ପ୍ରଭୁ ଅଲାରନାଥଙ୍କ ପୀଠରେ ପ୍ରବଳ ଭିଡ଼

ଅଣସର ପିଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି, ପ୍ରଭୁ ଅଲାରନାଥଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ । ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ ପରେ ଜ୍ୱରରେ ପୀଡିତ ହୋଇ ଅଣସର ପିଣ୍ଡିରେ ଉପଚାର ଆରମ୍ଭ ହୋଇଛି । ସେଠାରେ ଦଇତା ସେବାୟତମାନେ ଦାରୁ ଦିଅଁଙ୍କ ଗୁପ୍ତ ଉପଚାର କରୁଛନ୍ତି । ଏଣେ ଶ୍ରୀମନ୍ଦିର ରତ୍ନସିଂହାସନରେ କଳାସାଆନ୍ତେଙ୍କ ଦର୍ଶନ ନପାଇ ପୁରୀ ବ୍ରହ୍ମଗିରିର ଅଲାରନାଥଙ୍କ ପୀଠରେ ଭିଡ ଜମାଉଛନ୍ତି ଶ୍ରଦ୍ଧାଳୁ । ସକାଳୁ ପ୍ରଭୁ ଅଲାରନାଥଙ୍କ ମଙ୍ଗଳ ଆଳତି ନୀତି ହୋଇଛି । ପରେ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଥିଲା । ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ବ୍ୟାରିକେଡ଼ ବ୍ୟବସ୍ଥା ସହ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଚଳଚଞ୍ଚଳ ଅଲାରନାଥ ପୀଠ:
ପ୍ରଭୁ ଅଲାରନାଥଙ୍କ ପୀଠର କିମ୍ବଦନ୍ତୀ ଓ ମାହାତ୍ମ୍ୟ ସ୍ବତନ୍ତ୍ର ରହିଛି । ଶାସ୍ତ୍ରରେ ବର୍ଣ୍ଣିତ ଅଛି, ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସମ ଫଳ ମିଳିଥାଏ । ଏଥିପାଇଁ ବ୍ରହ୍ମଗିରି ସ୍ଥିତ ଅଲାରନାଥଙ୍କ ପୀଠ ଏବେ ଚଳଚଞ୍ଚଳ । ପ୍ରଭୁ ଅଲାରନାଥଙ୍କ ଦର୍ଶନ ପାଇଁ ପ୍ରତିଦିନ ହଜାର ହଜାର ଭକ୍ତ ପ୍ରଭୁଙ୍କ ସୁଅ ଛୁଟି ଥାଏ ପୀଠକୁ । ଅଲାରନାଥ ମନ୍ଦିର ପୁରୀ ଜିଲ୍ଲାର ବ୍ରହ୍ମଗିରି ଠାରେ ଅବସ୍ଥିତ ବିଷ୍ଣୁଙ୍କର ଏକ ମନ୍ଦିର । ଅଲାରନାଥଙ୍କୁ ପ୍ରଭୁ ବିଷ୍ଣୁଙ୍କର ଚଳନ୍ତି ପ୍ରତିମା ଭାବେ ବିଶ୍ବାସ କରାଯାଏ ।

uge crowd at Lord Alarnath s temple

ଅଣସର ସମୟରେ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ କଣ ମିଳେ ?

ରଥଯାତ୍ରା ପୂର୍ବରୁ ପ୍ରଥମେ ପଡେ ସ୍ନାନଯାତ୍ରା । ମହାପ୍ରଭୁଙ୍କ ଦେବସ୍ନାନ ପରେ ଶ୍ରୀଜିଉମାନେ ଭୀଷଣ ଜ୍ୱରରେ ଆକ୍ରାନ୍ତ ହୋଇ ଅଣସର ଘରେ ପଡ଼ିରହନ୍ତି । ଅଣସରର ଗୃହ ଭିତରେ ମହାପ୍ରଭୁଙ୍କ ବଂଶଧର ଭାବେ ପରିଚିତ ଦଇତାପତି ସେବକମାନେ ସେମାନଙ୍କର ସେବାଶୂଶ୍ରୁଷା କରନ୍ତି । ଏହି ସମୟରେ ଭକ୍ତମାନେ ଦୀର୍ଘ ୧୫ ଦିନ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରନ୍ତି ନାହିଁ, ତେଣୁ ସେମାନେ ବ୍ରହ୍ମଗିରିର ଶ୍ରୀଅଲାରନାଥଙ୍କୁ ଦର୍ଶନ କରି ପୁଣ୍ୟ ଅର୍ଜନ କରିଥାନ୍ତି । ଶ୍ରୀମନ୍ଦିର ରତ୍ନସିଂହାସନରେ ଶ୍ରୀଜିଉଙ୍କୁ ଦର୍ଶନ କରିବାରେ ଯେତିକି ପୂଣ୍ୟ ମିଳେ ଅଣସର ସମୟରେ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ ସେତିକି ପୂଣ୍ୟ ମିଳେ ବୋଲି ପ୍ରବାଦ ରହିଛି । ଏଥିପାଇଁ ଅଣସର ସମୟରେ ଅଲାରନାଥ ମନ୍ଦିରରେ ଭକ୍ତମାନଙ୍କ ପ୍ରବଳ ଭିଡ ଲାଗି ରହିଥାଏ ।

କଣ ରହିଛି ପୌରାଣିକ ବଷୟ ବସ୍ତୁ ?

ପୌରାଣିକ କଥା ଅନୁସାରେ,"ଯେଉଁ ପର୍ବତ ଉପରେ ବ୍ରହ୍ମା ତପସ୍ୟା କରିଥିଲେ ସେହି ସ୍ଥାନଟି ପରବର୍ତ୍ତୀ କାଳରେ ବ୍ରହ୍ମଗିରି ନାମରେ ବିଖ୍ୟାତ ହେଲା । ପରବର୍ତ୍ତୀ ସମୟରେ ସେହି ଅଞ୍ଚଳକୁ ବ୍ରହ୍ମଗିରି ବୋଲି କୁହାଗଲା ।" ସେହିପରି ଅନ୍ୟ ଏକ ଜନଶୃତି ରହିଛି," ଦକ୍ଷିଣ ଭାରତରୁ ଆଲବନ୍ଦାଚାର୍ଯ୍ୟ ନାମକ ଜଣେ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିଲେ । ସେତେବେଳେ ମହାପ୍ରଭୁଙ୍କ ଅନବସର ନୀତି ଚାଲିଥିଲା । ଭକ୍ତ ଆଲବନ୍ଦାଚାର୍ଯ୍ୟ ମହାପ୍ରଭୁଙ୍କ ଦର୍ଶନ ପାଇ ପାରିନଥିଲେ । ସେ ଏଥିରେ ଦୁଃଖିତ ହୋଇ ନିଜ ଜୀବନ ହାରିବାକୁ ସମୁଦ୍ରକୁ ଯାଇଥିଲେ । ହେଲେ ପ୍ରଭୁ ହନୁମାନ ତାଙ୍କ ପଥ ଓଗାଳିଥିଲେ । ଏହିଭଳି ଭାବେ ଭକ୍ତ ଆଲବନ୍ଦାଚାର୍ଯ୍ୟ ଚିଲିକା ପାଖରେ ପହଞ୍ଚିଥିଲେ । ପରେ ଦେହରେ ନିଆଁ ଲଗାଇ ଜୀବନ ହାରିବାକୁ ଚେଷ୍ଟା କରୁଥିବା ବେଳେ ମହାପ୍ରଭୁ ପ୍ରକଟ ହୋଇ ଦର୍ଶନ ଦେଇଥିଲେ । ତେବେ ତାଙ୍କ ଅନୁରୋଧ ପୂର୍ବକ ମହାପ୍ରଭୁ ସେଠାରେ ଭକ୍ତ ଆଲବନ୍ଦାଚାର୍ଯ୍ୟଙ୍କ ନାମରେ ପୂଜା ପାଇଥିଲେ । ପରେ ଏହି ନାଁ ବଦଳି ଜନଶୃତିରେ ଅଲାରନାଥ ହୋଇଥିବା କୁହାଯାଏ ।"

ସେହିପରି ପ୍ରଭୁ ଅଲାରନାଥଙ୍କୁ ନେଇ ଏକ ସୁନ୍ଦର କଥାବସ୍ତୁ ରହିଛି । ପ୍ରଭୁ ଅଲାରନାଥ ଖିରୀ ଖାଇବାକୁ ବେଶ ଭଲ ପାଆନ୍ତି । ଦିନେ ତାଙ୍କର ପୂଜକ ନିଜ କାର୍ଯ୍ୟରେ ବାହାରକୁ ଯାଇଥିଲେ । ତାଙ୍କ ଛୋଟ ପୁଅଟି ପ୍ରଭୁ ଅଲାରନାଥଙ୍କୁ ଖିରୀ ଭୋଗ ଦେବା ବେଳେ ପ୍ରଭୁ ଏହା ଖାଇବାକୁ କୁନି ବାଳକଟି ଅନୁରୋଧ କରିଥିଲା । ପ୍ରଭୁ ବାଳକର ଅନୁରୋଧ ରକ୍ଷା କରି ପ୍ରକଟ ହୋଇ ଖିରୀ ଖାଇଥିଲେ । ହେଲେ ଖିରୀ ଗରମ ଥିବାରୁ ପ୍ରଭୁ ଅଲାରନାଥଙ୍କ ଶ୍ରୀଅଙ୍ଗରେ ଫୋଟକା ହୋଇଯାଇଥିଲା । ଏହି ଚିହ୍ନ ଆଜିବି ଅଲାରନାଥଙ୍କ ମୂର୍ତ୍ତିରେ ଦେଖିବାକୁ ମିଳିଥାଏ । ଏହି ସ୍ମୃତିରେ ଅନବସରରେ ଭକ୍ତମାନେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରି ଖିରୀ ଭୋଗ କରିଥାନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+