Rath Yatra 2025; କେମିତି ଯିବେ ପୁରୀ, ଜାରି ହେଲା ରୋଡ କଟକଣା ?

ଆଉ ଦିନକ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ପୁରୀ ପୁଲିସ ଯାନବାହାନ ଚଳାଚଳ ଉପରେ କଟକଣା ଜାରି କରିଛି । ରଥଯାତ୍ରା, ବାହୁଡ଼ା ଓ ସୁନାବେଶ ଦିନ ପୁରୀ ସହରକୁ ଗାଡ଼ି ପ୍ରବେଶ ଉପରେ କଟକଣା ରହିଛି । ସେଥିପାଇଁ ପୁରୀ ପ୍ରଶାସନ ଯାନବାହାନ ଚଳାଚଳ ନିୟମାବଳୀ ଜାରି କରିଛି । ଚାରିଚକିଆ ଯାନ, ଦୁଇ ଚକିଆ ଯାନ ଓ ତୀର୍ଥଯାତ୍ରୀ ଗାଡ଼ି କେଉଁଠି ପାର୍କିଂ ହେବ ସେନେଇ ରୁଟ୍ ଚାର୍ଟ ଦେଇଛି ପ୍ରଶାସନ ।

puri

ସେହିପରି ଆସନ୍ତାକାଲି ମଧ୍ୟରାତ୍ରରୁ ୨୮ ତାରିଖ ସକାଳ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ପରବର୍ତ୍ତୀ ସମୟରେ ଭିଡ଼କୁ ଦେଖି ଟ୍ରାଫିକ୍ କଟକଣା ପରିବର୍ତ୍ତନ କରାଯିବ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ କରାଯାଇଛି । ଏହି ରୁମ୍‌ରେ ରହି ୨୭୫ଟି ଏଆଇ କ୍ୟାମେରା ମାଧ୍ୟମରେ ଉତ୍ତରାଛକରୁ ପୁରୀ ସହର, ପୁରୀରୁ କୋଣାର୍କ ଓ ପୁରୀ ସହରାଞ୍ଚଳର କୌଣସିଠାରେ ଟ୍ରାଫିକ୍‌ ଜାମ୍‌ ସମସ୍ୟାର ମୁକାବିଲା ପାଇଁ ନିଷ୍ପତ୍ତି ନେଇହେବ । ଚଳିତ ବର୍ଷ ୨୧ ଆଇପିଏସ୍‌, ୧୨ ଶହ ଅଫିସରଙ୍କ ସମେତ ୨୦୫ ପ୍ଲାଟୁନ୍ ଫୋର୍ସ ବ୍ୟବସ୍ଥା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+