Get Updates
Get notified of breaking news, exclusive insights, and must-see stories!

ଧାଡ଼ି ପହଣ୍ଡିରେ ଆସୁଛନ୍ତି ବଡ଼ଠାକୁର ବଳଭଦ୍ର; ତାଳଧ୍ୱଜ ରଥରେ ବିରାଜିବେ

ଧାଡ଼ି ପହଣ୍ଡିରେ ଆସୁଛନ୍ତି ବଡ଼ଠାକୁର ବଳଭଦ୍ର। ତାଳଧ୍ୱଜ ରଥରେ ବିରାଜିବେ ବଳଭଦ୍ର। ଘଣ୍ଟଘଣ୍ଟା ଓ ଶଙ୍ଖ ନାଦରେ କମ୍ପୁଛି ଶ୍ରୀମନ୍ଦିର। ଶ୍ରୀମନ୍ଦିର ପରିସରରେ ଭକ୍ତିମୟ ପରିବେଶ ।

rath yatra 2025 Balabhadra is coming on a chariot

୧୨ ମାସ ନୁହେଁ ଯେମିତି ୧୨ ବର୍ଷ ଅପେକ୍ଷାକୁ । ପ୍ରିୟ ଠାକୁର ଆସିବେ ବଡ଼ଦାଣ୍ଡକୁ । ରଥରେ ବସି ବିନା କୌଣସି ବାଧାବିଘ୍ନରେ ଦର୍ଶନ ଦେବେ । ଆଜି ଭକ୍ତର ସେ ଇଚ୍ଛା ପୂରଣ ହୋଇଛି । ମହାପ୍ରଭୁଙ୍କୁ ବାହି ନେବାକୁ ସିଂହଦ୍ବାର ଆଗରେ ଅପେକ୍ଷା କରି ରହିଛନ୍ତି ୩ ରଥ । ଆଉ କିଛି ଘଣ୍ଟା ପରେ ତ ଭିଡ଼ି ଆସିବେ ଚତୁର୍ଦ୍ଧା ମୂରତି । ଭକ୍ତ ତାଙ୍କୁ ଟାଣିନେବେ ଗୁଣ୍ଡିଚା ରାଣୀଙ୍କ ମନ୍ଦିରକୁ ।

ଦ୍ବାଦଶ ଯାତ୍ରା ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ଯାତ୍ରା ଓ ଶ୍ରୀଜିଉମାନଙ୍କର ଅତି ପ୍ରିୟ ଯାତ୍ରା, ଯାହା ବିଷୟରେ ବିଭିନ୍ନ ପୁରାଣରେ ଉଲ୍ଲେଖ ରହିଛି । ଆଷାଢ ଶୁକ୍ଳ ପକ୍ଷ ଦ୍ବିତୀୟା ତିଥିରେ ମହାପ୍ରଭୁଙ୍କର ନବଦିନାତ୍ମକ ଘୋଷଯାତ୍ରା ବିଶ୍ବଶାନ୍ତି, ମୈତ୍ରୀ ଓ ସଦଭାବନା ପ୍ରତିଷ୍ଠା ଦିଗରେ ପ୍ରେରିତ । ଏହା ହିଁ ଏକମାତ୍ର ପର୍ବ ଯେଉଁଠି ଜାତି , ଧର୍ମ, ବର୍ଣ୍ଣ , ସମ୍ପ୍ରଦାୟ, ଲିଙ୍ଗ, ଧନୀ, ନିର୍ଦ୍ଧନ ନିର୍ବିଶେଷରେ ସମସ୍ତେ ସାମିଲ ହୁଅନ୍ତି । ଧର୍ମର, ମନର ସଙ୍କୀର୍ଣ୍ଣତା ସବୁକିଛି ବଡ଼ଦାଣ୍ଡର ଧୂଳିରେ ମିଶିଯାଏ। ଏହି ପର୍ବରେ କାହାକୁ ବାରଣ ନାହିଁ ।

ଏହି ପର୍ବ ସାରା ବିଶ୍ବର ଲୋକଙ୍କୁ ଗୋଟିଏ ସ୍ଥାନରେ ଏକାଠି ହେବାର ସୁଯୋଗ ଦିଏ। ସମସ୍ତ ଭକ୍ତଙ୍କୁ ଭଗବାନଙ୍କର ନିଆରା ସେବା କରିବାର ସୁଯୋଗ ଦିଏ । ସମାଜ ସୃଷ୍ଟ ବିଭିନ୍ନ ବିଧିବ୍ୟବସ୍ଥା ଏଠି ହାର ମାନେ । ସବୁ ମଣିଷଙ୍କୁ ଏକାଠି ନେଇ ସମସ୍ତଙ୍କ ସହଯୋଗରେ ସେ ଆଣନ୍ତି ଗୁଣ୍ଡିଚା ମନ୍ଦିରକୁ । ଭକ୍ତ ଯେପରି ଆଷାଢ଼ ଦ୍ବିତୀୟାକୁ ଅପେକ୍ଷା କରି ରହେ ମହାପ୍ରଭୁ ମଧ୍ୟ ସେହିପରି ଗୁଣ୍ଡିଚା ଯାତ୍ରାକୁ ଅପେକ୍ଷା କରିରହିଥାନ୍ତି ।

ରଥରେ ବସି ମହାପ୍ରଭୁ ଅପଲକ ନୟନରେ ଭକ୍ତମାନଙ୍କୁ ଚାହିଁ ରହିଥାଆନ୍ତି। ପଳକହୀନ ନୟନରେ ସେ ଚକାଡୋଳା, ହାତ ନଥାଇ ସେ ବଳିୟାରଭୁଜ । ପାଦ ନଥାଇ ସେ ଧରଣୀପାଦ। ସେ ପୁରୁଷ ଶ୍ରେଷ୍ଠ, ପୁରୁଷୋତ୍ତମ , ପୂର୍ଣ୍ଣତାର ପ୍ରତୀକ । ତିନି ରଥ ଉପରେ ଆରୂଢ଼ ହୁଅନ୍ତି ଚତୁର୍ଦ୍ଧା ମୂରତି । ଭକ୍ତମାନେ ରଥ ଦଉଡ଼ିକୁ ଟାଣିବାକୁ ଆଗଭର ହୁଅନ୍ତି । ଭକ୍ତଙ୍କ ଆଡ଼େ ଚାହିଁ ଭଗବାନ କୁହନ୍ତି, 'ଭକ୍ତଗଣ ରଥକୁ ଟାଣି ଟାଣି ନେଇଯାଅ, ଗୁଣ୍ଡିଚା ମନ୍ଦିରକୁ ନୁହେଁ , ବରଂ ନିଜ ମନ ମନ୍ଦିରକୁ' । ଜୟ ଜଗନ୍ନାଥ , ଜୟ ଜଗନ୍ନାଥ,ଜୟ ଜଗନ୍ନାଥ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+