ଚଳଚଞ୍ଚଳ ରଥଖଳା: ଶାଳ ପୂଜା ପରେ ପଡିଲା ଅରକଣ୍ଟା, ୨୮ ତୁମ୍ବ ଗୋଲେଇ ଶେଷ

ରବିବାର ୬୮ ଜଣ ନିର୍ମାଣକାରୀ ରଥ ତିଆରିରେ ଯୋଗ ଦେଇଛନ୍ତି । ଶ୍ରୀନହର ସମ୍ମୁଖ ରଥଖଳାରେ ତୁମ୍ବ ତିଆର ଚାଲିଛି। କରତି ସେବକମାନେ ମୋଟ ୪୨ ତୁମ୍ବ ମଧ୍ୟରୁ ମାପ ଅନୁସାରେ ୪୧ଟି ତୁମ୍ବ କାଟି ବିଶ୍ୱକର୍ମାଙ୍କୁ ଯୋଗାଇଛନ୍ତି। ବିଶ୍ୱକର୍ମାଙ୍କ ଦ୍ୱାରା ୨୮ଟି ତୁମ୍ବ ଗୋଲେଇ ଶେଷ ହୋଇଛି ।

rath yatra 2025

ମୁଖ୍ୟ ବିଶ୍ୱକର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଛି ରଥ ନିର୍ମାଣ। ରଥ ଖଳାକୁ ବିନ୍ଧ ମେସିନ୍‌ ଆସିଗଲାଣି। ଏହାପରେ ଚକର ମଝି ଅଂଶ ତୁମ୍ବରେ ସୂତା ବାଡିଆ ହେବ । ଅର୍ଥାତ୍‌ ଦାଗ ଦିଆଯିବ । ପରେ ମାପ ଚୁପ ହୋଇ ବିନ୍ଧ ଅନୁକୂଳ ହେବ । ସେପଟେ ଦୋଳବେଦି ସ୍ଥିତ ୩ଟି ଅସ୍ଥାୟୀ ଶାଳରେ ଓଝା ସେବକମାନେ ଅର କଣ୍ଟା ତିଆରି ଆରମ୍ଭ କରିଛନ୍ତି । ଆଗେ ଶାଳ ପୂଜା କରାଗଲା । ଲୁହା ରଡ଼ କାଟି ଶାଳରେ ପକାଇ କଣ୍ଟା ତିଆରି ଜାରି ରହିଛି । ଚକ ତିଆରିରେ ଅରକଣ୍ଟା ଲାଗିବ । ଆଜି ୩୮ ଜଣ ବିଶ୍ୱକର୍ମା, ୬ ଓଝା, ୪ କରତି ଓ ୧୯ ଭୋଇ ସେବକଙ୍କ ସମେତ ରଥ ଖଳା ସହାୟକଙ୍କୁ ମିଶାଇ ଆଜି ମୋଟ ୬୮ ଜଣ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ଲୋକ ସମ୍ପର୍କ ଅଧିକାରୀ ଜିତେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+