Rath Yatra 2025: ପୁରୀ ରଥଯାତ୍ରାରେ 742 ଭକ୍ତ ଅସୁସ୍ଥ, କେହି ହୋଇନାହାନ୍ତି ମୃତାହତ

ରଥଯାତ୍ରାରେ ପ୍ରବଳ ଭିଡ଼ ଭିତରେ ଗତକାଲି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ନିକଟରେ ପେଲାଠେଲା ଫଳରେ 10ରୁ ଅଧିକ ଭକ୍ତ ଆହତ ହୋଇଥିଲେ । ସେହିପରି ରଥ ଟଣା ବେଳେ ବଡ଼ଦାଣ୍ଡରେ ପ୍ରବଳ ଗୁଳୁଗୁଳି ହେତୁ ପ୍ରାୟ 742 ଭକ୍ତ ଅସୁସ୍ଥ ହୋଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଅନ୍ୟପଟେ ସମୁଦ୍ରରେ ଗାଧୋଇବା ସମୟରେ ଜୁଆର ମାଡରେ ଅନେକ ପର୍ଯ୍ୟଟକ ଆହତ ହୋଇଥିବା ବେଳେ କିଛି ଭକ୍ତ ବଡ଼ଦାଣ୍ଡରେ ନିଖୋଜ ହୋଇଥିବା ଜଣାପଡ଼ିଛି । ତେବେ ଚଳିତ ରଥଯାତ୍ରାରେ କେହି ମୃତାହତ ହୋଇନାହାନ୍ତି ।

Rath Yatra 2025

ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଅତିରିକ୍ତ ସଚିବ ବିଜୟ ମହାପାତ୍ର କହିଛନ୍ତି, "ରଥଯାତ୍ରାରେ ଭକ୍ତଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଗତକାଲି ମୋଟ 3500 ଲୋକ ବିଭିନ୍ନ ସ୍ୱାସ୍ଥ୍ୟ ଗତ କାରଣ ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପୁରୀ ଆଇଡିଏଚ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ରଥ ଟଣା ବେଳେ ଅସହ୍ୟ ଗୁଳୁଗୁଳିରେ ବେହୋସ ହୋଇ ଓ ବିଭିନ୍ନ କାରଣରୁ ଖଣ୍ଡିଆ ଖାବରା ହୋଇ 742 ଜଣ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଇତି ମଧ୍ୟରେ 480 ଜଣଙ୍କୁ ଚିକିତ୍ସା କରାଯାଇ ଛାଡି ଦିଆଯାଇଛି । ଅନ୍ୟମାନେ ମଧ୍ୟ ଆଜି ମାଡିକାଲରୁ ବାହାରି ଯିବେ । ସେଭଳି କାହାରି ଗୁରୁତର ସ୍ବାସ୍ଥ୍ୟ ଅସୁବିଧା ହୋଇନାହିଁ । କେହି ମୃତାହତ ହୋଇନାହାନ୍ତି ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+