ତଦନ୍ତରୁ ଜଣାପଡିଲା ସାଂଘାତିକ କାରଣ; ଆଡପ ବିଜେବେଳେ କାହିଁକି ପଡିଗଲେ ବଡ଼ ଠାକୁର ?

ଆଡପ ବିଜେବେଳେ ଚାରମାଳ ଉପରେ ମୁହଁମାଡି ପଡିଯାଇଥିଲେ ବଡଠାକୁର ବଳଭଦ୍ର । ଯାହାକୁ ନେଇ କେବଳ ସାରା ରାଜ୍ୟରେ ନୁହେଁ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ତେବେ ଏହି ଅଘଟଣ ପଛର କାରଣ ଜଣାପଡିଛି ।

ସାମ୍ନାକୁ ଆସିଲା ଆଡପ ପହଣ୍ଡି ବେଳେ ବଡ଼ ଠାକୁର ପଡ଼ିଯିବାର କାରଣ । ଆବଶ୍ୟକଠାରୁ ଅଧିକ ସଂଖ୍ୟକ ସେବକ ରଥରେ ଚଢିବା ଓ ବିଡ଼ିଆ ମଣୋହି ନୀତି ବିଳମ୍ବ ଯୋଗୁ ୪୫ ମିନିଟ୍ ରଥରେ ଠାକୁର ଅଟକି ରହିଥିବାରୁ ଏତେ ବଡ଼ ଅଘଟଣ ଘଟିଥିଲା । ବଡ଼ ଠାକୁରଙ୍କୁ ପକାଇଦେଖା ଘଟଣାରେ କମିଟି ତଦନ୍ତ ରିପୋର୍ଟ ଦେଇଛି । ୩ ଜଣିଆ ତଦନ୍ତକାରୀ କମିଟି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ପ୍ରଦାନ କରିଛି ।

୩ ଜଣିଆ ତଦନ୍ତକାରୀ କମିଟି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ପ୍ରଦାନ କରିଛି । ଆସନ୍ତା ପରିଚାଳନା କମିଟି ବୈଠକରେ ରିପୋର୍ଟ ଉପସ୍ଥାପନ ହେବ ଓ ଆଲୋଚନା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି।

rath yatra 2024

ସୂଚନାଥାଉ କି, ଗତ ଜୁଲାଇ ୯ ତାରିଖରେ ଆଡପ ପହଣ୍ଡି ବେଳେ ଏପରି ବଡ଼ ଅଘଟଣ ଘଟିଥିଲା । ଏହାର କାରଣ ଖୋଜିବା ପାଇଁ ଏକ ତିନି ଜଣିଆ ତଦନ୍ତ କମିଟି ଗଠନ କରାଯାଇଥିଲା । ତଦନ୍ତ ବେଳେ ବଡଠାକୁର ବାଡଗ୍ରାହୀଙ୍କ ପ୍ରତିନିଧି ଭାବେ ପୁଅ ଅନାଥ ମହାପାତ୍ରଙ୍କ ସମେତ ଜେଟିପି, ନିଯୋଗ କାର୍ଯ୍ୟକର୍ତାଙ୍କୁ ଜେରା କରାଯାଇଥିଲା । ଶ୍ରୀମନ୍ଦିର କମାଣ୍ଡର ଓ ଅନ୍ୟମାନେ ମଧ୍ୟ ତଦନ୍ତ ପରିସରଭୁକ୍ତ ହୋଇଥିଲେ । ପଚରାଉଚରା ବେଳେ ଆବଶ୍ୟକଠାରୁ ଅଧିକ ସଂଖ୍ୟକ ସେବକ ରଥରେ ଚଢିବା ଓ ବିଡିଆ ମଣୋହି ନୀତି ବିଳମ୍ବ ଯୋଗୁ ୪୫ ମିନିଟ ରଥରେ ଠାକୁର ଅଟକି ରହିଥିବାରୁ ଅଘଟଣ ଘଟିଥିବା କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+