Get Updates
Get notified of breaking news, exclusive insights, and must-see stories!

ସିଂହଦ୍ୱାର ଆଗରେ ତିନିରଥ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ, କାଲି ଶ୍ରୀଜୀଉଙ୍କ ସୁନାବେଶ

ସିଂହଦ୍ୱାର ଆଗରେ ତିନିରଥ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ । ନବଦିନାତ୍ମକ ଯାତ୍ରା ପରେ ବାହୁଡିଛନ୍ତି ଜଗାବଳିଆ । ଗୁଣ୍ଡିଚାମନ୍ଦିରରୁ ବଡଭାଇ ଓ ଭଉଣୀଙ୍କ ସହ ଜଗତର ନାଥ ଜଗନ୍ନାଥ ଶ୍ରୀମନ୍ଦିରକୁ ବାହାରିଛନ୍ତି ।

ସିଂହଦ୍ୱାରରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପ୍ରବଳ ଭିଡ଼ ଜମିଛି । ଆସନ୍ତାକାଲି ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ ।ମହଣ ମହଣ ରତ୍ନ ଅଳଙ୍କାରରେ ଆଭୂଷିତ ହେବେ ଶ୍ରୀଜିଉ । ତା'ପରେ ଅଧରପଣା ଏବଂ ଶୁକ୍ରବାର ରହିଛି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ।

ଘଣ୍ଟଘଣ୍ଟା , ହରିବୋଲ ଓ ହୁଳୁହୁଳିରେ ପ୍ରକମ୍ପିତ ହୋଇଛି ପରିବେଶ । ଶ୍ରୀମନ୍ଦିର ଅଭିମୁଖେ ତିନିରଥ ଟାଣିଛନ୍ତି ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ବଜ ରଥ, ପରେ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ଅଭିମୁଖେ ଗଡିଛି । ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ତିନିରଥକୁ ଟାଣିଛନ୍ତି ଭକ୍ତ ।

Rath Yatra 2024

ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ମାଉସୀ ମା' ମନ୍ଦିର ନିକଟରେ ଲାଗି ହୋଇଛି ପୋଡପିଠା । ଆଉ ଶ୍ରୀନଅରରରେ ଶ୍ରୀନଅର ସାମ୍ନାରେ ହୋଇଛି ଲକ୍ଷ୍ମୀ-ନୃସିଂହ ଭେଟଘାଟ । ସିଂହଦ୍ୱାର ଆଗରେ ପ୍ରଥମେ ତଳଧ୍ବଜ, ପରେ ଦର୍ପଦଳନ ଓ ଶେଷରେ ନନ୍ଦିଘୋଷ ରଥ ପହଞ୍ଚିଛି । ବୁଧବାର ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ହେବ ।

ଶାନ୍ତି ଶୃଙ୍ଖଳାର ସହ ବାହୁଡ଼ା ଯାତ୍ରା ସରିବା ପରେ, ସିଂହଦ୍ୱାର ସମ୍ମୁଖରେ ସାଷ୍ଟାଙ୍ଗ ପ୍ରଣିପାତ କରି ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ମହାପ୍ରଭୁଙ୍କ କରୁଣାରୁ ରଥ ଯାତ୍ରା ଶାନ୍ତିଶୃଙ୍ଖଳାରେ ଶେଷ ହେଇଥିବା କହିଛନ୍ତି ମୁଖ୍ୟ ପ୍ରଶାସକ। ସେବାୟତ ମାନେ ସହଯୋଗ କରିଥିବାରୁ ଏବଂ ରଥ ଉପରେ ମୋବାଇଲ ଫୋନ୍ କେହି ବ୍ୟବହାର କରି ନଥିବାରୁ ସେ ସେବାୟତମାନଙ୍କୁ ଧନ୍ୟବାଦ ଦେଇଛନ୍ତି।

ଏଥିସହ ବାରଣ ସତ୍ତ୍ୱେ ରଥ ଉପରେ ଚଢ଼ିଥିବା ଅଣସେବାୟତଙ୍କ ବିରୋଧରେକାର୍ଯ୍ୟନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି। ସୁନାବେଶରେ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି ବୋଲି କହିଛନ୍ତି ଅରବିନ୍ଦ ପାଢ଼ୀ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+