Get Updates
Get notified of breaking news, exclusive insights, and must-see stories!

ଆଜି ମହାପ୍ରଭୁଙ୍କ ହେବ ସୁନାବେଶ; ଶ୍ରୀକ୍ଷେତ୍ର ଚଳଚଞ୍ଚଳ, ଅପରାହ୍ନ ୫ଟାରୁ ସୁନାବେଶ ଆରମ୍ଭ

ଆଜି ମହାପ୍ରଭୁଙ୍କ ହେବ ସୁନାବେଶ । ଏଥିପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ । ମହଣ ମହଣ ସୁନାରେ ସଜେଇ ହେବେ ଦାରୁଦିଅଁ । ଚାରିଆଡୁ ଛୁଟିଲେଣି ଶ୍ରଦ୍ଧାଳୁ ଓ ଭକ୍ତ । ଜନସମୁଦ୍ର ପାଲଟିବ ବଡ଼ ଦାଣ୍ଡ ।

ମହାପ୍ରଭୁଙ୍କୁ ଦେଖି ଭାବବିହ୍ୱଳ ଭକ୍ତ । ସେପଟେ ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ସୁନାବେଶ ଦେକିବାକୁ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି । ଆଉ ମାତ୍ର କେଇ ଘଣାଟାର ଅପେକ୍ଷା । ସାରା ବିଶ୍ୱ ଦେଖିବ ବିଶ୍ୱନିୟନ୍ତାଙ୍କ ଅପୂର୍ବ ବେଶ ।

ବାହୁଡ଼ା ଯାତ୍ରା ସାରି ଫେରିବା ପରେ ସିଂହଦ୍ୱାରରେ ରଥ ଉପରୁ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜିଉ। ସୁନାବେଶ ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରଯାଇଛି । ଅପରାହ୍ନ ୫ଟାରୁ ସୁନାବେଶ ଆରମ୍ଭ ହେବ ।

ରାତି ୧୧ଟା ପର୍ଯ୍ୟନ୍ତ ସୁନାବେଶରେ ମହାପ୍ରଭୁ ଦର୍ଶନ ଦେବା ପରେ ବେଶ ଓଲାଗି ହେବ । ରଥରେ ଶ୍ରୀ ଜିଉ ଙ୍କ ସୁନାବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆସିବେ ଲକ୍ଷଲକ୍ଷ ଭକ୍ତ । ୧୫ ଲକ୍ଷ ଭକ୍ତଙ୍କ ଆଗମନ ଆକଳନ କରିଚି ପୁରୀ ଜିଲ୍ଲା ପ୍ରଶାସନ । ଏଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି ।

Suna besha

ପୂର୍ବଭଳି ମେଡିକାଲ ଛକରୁ ଚାଲି ଚାଲି ଯିବେ ଭକ୍ତ । ଏଥିପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ମେଡିକାଲ ଛକରୁ ଶ୍ରୀମନ୍ଦିର ମଧ୍ୟରେ ବଡଦାଣ୍ଡକୁ ସଂଯୋଗ କରୁଥିବା ସବୁ ଗଳି ରାସ୍ତାକୁ ସିଲ କରାଯାଇଛି। ଶ୍ରୀମାର୍ଗକୁ ମଧ୍ୟ ବ୍ୟବହାର କରାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+