ଦେବଦଳନ ରଥରେ ବିଜେ କଲେ ଚକ୍ରରାଜ ଶ୍ରୀସୁଦର୍ଶନ
Jagannath Rath Yatra 2024: ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହେଲା ଶ୍ରୀଜିଉଙ୍କ ପହଣ୍ଡି । ପ୍ରଥମେ ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ପହଣ୍ତି ହୋଇଥିଲା, ତୁରୀ ବାଦ୍ୟ, ହରିବୋଲ ଧ୍ୱନୀ ଭିତରେ ମଧ୍ୟରେ ମହାପ୍ରଭୁ ସୁଦର୍ଶନ ରତ୍ନ ବେଦୀରୁ ଆସି ଦେବୀଦଳନ ରଥରେ ବିଜେ କରିଛନ୍ତି ।

ଅପରାହ୍ଣ ୧ଟାରେ ମଙ୍ଗଳାର୍ପଣ ସାରି ଦାରୁଦିଅଁଙ୍କ ପହଣ୍ଡି ଆରମ୍ଭ ହେବ ୧ଟା ୧୦ମିନିଟ୍ରେ । ସାଢ଼େ ୨ଟା ସୁଦ୍ଧା ପହଣ୍ଡି ସରିବ । ୩ଟାରେ ଶ୍ରୀମଦନମୋହନ ଓ ଶ୍ରୀରାମକୃଷ୍ଣ ରଥରେ ବିଜେ ହେବେ । ରଥାରୂଢ଼ ଠାକୁରଙ୍କୁ ଚିତାଲାଗି କରାଯିବା ପରେ ଅପରାହ୍ଣ ୪ଟାରେ ଗଜପତି ମହାରାଜଙ୍କ ଦ୍ୱାରା ଛେରାପହଁରା ନୀତି ସମ୍ପନ୍ନ ହେବ । ସାଢ଼େ ୪ଟାରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗିବ । ଶେଷରେ ଅପରାହ୍ଣ ୫ଟାରେ ରଥଟଣା ଆରମ୍ଭ ହେବ।
ଏପଟେ ଶ୍ରୀମନ୍ଦିରରେ ରଥ ପ୍ରତିଷ୍ଠା ହୋମଯଜ୍ଞ ପରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ବଳଦେବଙ୍କ ତାଳଧ୍ବଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ପ୍ରତିଷ୍ଠା ହୋଇଛି କଳସ ଏବଂ ଧ୍ବଜା ।












Click it and Unblock the Notifications