Rath Yatra 2024: ଚଳଚଞ୍ଚଳ ରଥଖଳା, ରଥ ଉପରକୁ ଉଠିଲା ୪ ନାହାକା

ଜୁନ୍ ୨୨ ତାରିଖରେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଏହା ପୂର୍ବରୁ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ରାଜେନ୍ଦ୍ରଭିଷେକ ନୀତି । ଶ୍ରୀମନ୍ଦିରରେ ଆଜି ଶୃଙ୍ଖଳିତ ନୀତିକାନ୍ତୀ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତାକାଲି ରୁକ୍ମଣୀ ହରଣ ଏକାଦଶୀ ମଧ୍ୟ ଅନୁଷ୍ଠିତ ହେବାକୁ ରହିଛି ।

ସେପଟେ ରଥନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଥିବା ବେଳେ ଆଜି ୩ ରଥର ଚାରି ନାହାକା ଉଠିଛି । ପ୍ରତ୍ୟେକ ରଥରେ ଚାରଟି ଲେଖାଁଏ ମୋଟ୍ ୧୨ଟି ନାହାକା ଉଠାଯାଇଛି । ଯଥା ସମୟରେ ରଥ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ବିଶ୍ୱକର୍ମା ମହାରଣା କହିଛନ୍ତି ।

Rath Yatra 2024

ସେପଟେ ଆଜି ପୁରୀ ଗସ୍ତରେ ଯାଉଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । ଆଇନମନ୍ତ୍ରୀ ଭାବେ ଶପଥ ନେବା ପରେ ଏହା ତାଙ୍କର ପ୍ରଥମ ପୁରୀ ଗସ୍ତ । ଏହି ଅବସରରେ ସେ ସ୍ନାନ ପୂର୍ଣ୍ଣିମା ନୀତିକାନ୍ତି ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବେ । ଏହାସହ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ନେଇ ମଧ୍ୟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+