Rath Yatra: ଦ୍ରୁତଗତିରେ ଆଗେଇ ଚାଲିଛି ରଥ ନିର୍ମାଣ; ସ୍ନାନ ପୂର୍ଣ୍ଣିମା ସୁଦ୍ଧା ରଥରେ ଉଠିଥିବ ଚାରିନାହାକା

ଭଉଁରି ଉତ୍ସବ ପରେ ଏବେ ନିର୍ମାଣକାରୀଙ୍କ ଟାର୍ଗେଟ ରହିଛି ସ୍ନାନ ପୂର୍ଣ୍ଣିମା । ବିଧି ମୁତାବକ ରଥଖଳାରେ ତିନିରଥ ନିର୍ମାଣ କାମ ଦ୍ରୁତଗତିରେ ଆଗେଇ ଚାଲିଛି । ଠାକୁରଙ୍କ ସ୍ନାନ ପୂର୍ଣ୍ଣିମା ସୁଦ୍ଧା ରଥରେ ଉଠିଥିବ ଚାରିନାହାକା। ଏହା ପୂର୍ବରୁ ସମସ୍ତ ଚକ ଓ ଅଖ ସଂଯୋଗ ସରି ଦଣ୍ଡା କାର୍ଯ୍ୟ ସମ୍ପର୍ଣ୍ଣ କରାଯିବ । ଦଣ୍ଡା ଉଠିବା ପରେ ଗରଗରା ପଡ଼ି ଚାରି ନାହାକା ଉଠିବ । ଏଥିପାଇଁ ଚଳଚଞ୍ଚଳ ରଥଖଳା ।

Rath Yatra

ତିନି ରଥର ଅଖ ହଣା ଆରମ୍ଭ ହୋଇଛି । ରଥର ପାର୍ଶ୍ବ ମୁହାଁଟ କାମ ଚାଲିଛି । ବିଶ୍ବକର୍ମାମାନେ ରଥର ୮ଟି ଖମ୍ବୀ ତିଆରୁଛନ୍ତି । ତିନି ରଥର ନାହାକା ଅଖ ନିର୍ମାଣ ସରି ଚକ ସଂଯୋଗ ସରିଥିଲା । ଏବେ ଦେବଦଳନର ବାକି ୫ଟି, ନନ୍ଦିଘୋଷର ୭ଟି ଓ ତାଳଧ୍ବଜର ୬ଟି ଅଖର ହଣା ଆରମ୍ଭ ହୋଇଛି । ୪୦ ଫୁଟିଆ ଧଉରା କାଠରେ ତିଆରି ହେଉଛି ଅଖ । ରଥ ଖଳାରେ ଚକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ଶୀତଳଷଷ୍ଠୀ ସୁଦ୍ଧା ସମସ୍ତ ଚକ ଓ ଅଖ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ । ସେପଟେ ରୂପକାରମାନେ ଗୁଜରେ ସିଂହବିରାଳ ଖୋଦେଇରେ ବ୍ୟସ୍ତ । ତାଳଧ୍ବଜ ଓ ନନ୍ଦିଘୋଷ ଓ ଦେବଦଳନର ୧୨ଟି ଗୁଜ ନିର୍ମାଣ ହେଉଛି । ଏସବୁ ରଥ କୋଣରେ ସ୍ଥାପନ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+