ରଥଯାତ୍ରା ୨୦୨୪: ପୁରୀ ଅଭିମୁଖେ ବାହାରିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ, କରିବେ ଜଗା ଦର୍ଶନ, ଟାଣିବେ ରଥ
ପୁରୀ ଅଭିମୁଖେ ବାହାରିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଭୁବନେଶ୍ୱର ବିମାନବନ୍ଦରରୁ ହେଲିକପ୍ଟରରେ ଯାଇ ପୁରୀ ତାଳବଣିଆଠାରେ ହେଲିପ୍ୟାଡରେ ଅବତରଣ କରିବା ପରେ ସେଠାରୁ ସୁରକ୍ଷା ଭିତରେ ଯାଇ ବଡଦାଣ୍ଡରେ ପହଞ୍ଚିବେ । ଏଥିପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା କଡ଼ାକଡ଼ି କରାଯାଇଛି ।
ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଶନିବାର ଓଡି଼ଶା ଆସିଛନ୍ତି । ୯ ତାରିଖ ପର୍ଯ୍ୟନ୍ତ ସେ ଓଡି଼ଶାରେ ରହିବେ ରାଷ୍ଟ୍ରପତି । ରାଷ୍ଟ୍ରପତି ଭୁବନେଶ୍ବରରେ ପହଞ୍ଚିବା ପରେ ବିମାନ ବନ୍ଦରର ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତାଙ୍କୁ ସ୍ବାଗତ କରିଥିଲେ ।
ସନ୍ଧ୍ୟା ରାଷ୍ଟ୍ରପତି ଉତ୍କଳ ପଣ୍ତିତ ଗୋପବନ୍ଧୁ ଦାଶଙ୍କର ୯୬ ତମ ଶ୍ରାଦ୍ଧ ବାର୍ଷିକୀରେ ଉତ୍ସବରେ ଯୋଗ ଦେଇଥିଲେ । ଆଜି ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ କରିବାରେ କାର୍ଯ୍ୟକ୍ରମ ରହିଛି । ପୁରୀ ରଥଯାତ୍ରାରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସେ ଦେବୀ ସୁଭଦ୍ରାଙ୍କ ରଥ ଟାଣିବେ ।

ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଗସ୍ତ ସମୟରେ ରୁଟ୍ କୁ ନୋ ଫ୍ଲାଇଙ୍ଗ୍ ଜୋନ୍ କରାଯିବ। ଏବଂ ତାଙ୍କ ଗସ୍ତ ରାସ୍ତାକୁ ସିଲ୍ କରାଯିବ। ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ସୁରକ୍ଷା ବାହିନୀ ସହ ରାଜ୍ୟପୋଲିସର ଟିମ୍ ସୁରକ୍ଷା ଦେବ। ରୁଫ୍ ଟପ୍ ସାର୍ପ ସୁଟର ସ୍ନାଇପର ସଜାଗ ରହିବେ।
ସେହିପରି ୮ ତାରିଖ ବେଳକୁ ଭୁବନେଶ୍ବରେ ଉଦୟଗିରି ଗୁମ୍ପାର ପରିଦର୍ଶନ କରିବେ। ଏବଂ ବିଭୂତି କାନୁନଗୋ କଳା ଓ ହସ୍ତଶିଳ୍ପ ମହାବିଦ୍ୟାଳୟ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିବେ । ସେହିଦିନ ସେ ଭୁବନେଶ୍ୱର ନିକଟସ୍ଥ ହରିଡ଼ାମଡ଼ା ଗ୍ରାମରେ ବ୍ରହ୍ମକୁମାରୀମାନଙ୍କର ଦିବ୍ୟ ରିଟ୍ରିଟ୍ କେନ୍ଦ୍ର ଉଦଘାଟନ କରିବା ସହ 'ସ୍ଥାୟିତ୍ୱ ପାଇଁ ଜୀବନଶୈଳୀ'ଅଭିଯାନର ଶୁଭାରମ୍ଭ କରିବେ। ଏବଂ ଜୁଲାଇ ୯ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ୱରସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର୍)ର ତ୍ରୟୋଦଶ ଦୀକ୍ଷାନ୍ତ ସମାରୋହରେ ଯୋଗଦେବେ। ସେହି ଦିନ ହିଁ ସେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।












Click it and Unblock the Notifications