Rath Yatra 2024: ରଥଯାତ୍ରାରେ ପ୍ରତି ବ୍ଲକରୁ ପୁରୀକୁ ଗଡ଼ିବ OSRTC ବସ୍
ଭୁବନେଶ୍ୱର: ରଥଯାତ୍ରାରେ ପ୍ରତି ବ୍ଲକରୁ ପୁରୀକୁ ଗଡ଼ିବ ବସ୍ । ରାଜ୍ୟରେ ଅଧିକରୁ ଅଧିକ ଇଲେକ୍ଟ୍ରିକ ବସ୍ ଚାଲିବ । ଲୋକଙ୍କୁ ଅଧିକ ବସ୍ ସେବା ପାଇଁ ପ୍ରାରମ୍ଭିକ ଭାବେ ୧୦୦ ବସ କିଣାଯିବ । ରଥଯାତ୍ରାରେ ପ୍ରତି ବ୍ଲକରୁ ପୁରୀକୁ ଗଡ଼ିବ OSRTC ବସ୍। ସମସ୍ତ ୩୧୪ ବ୍ଲକରୁ ପୁରୀକୁ ବସ୍ ଚାଲିବ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।
ଲକ୍ଷ୍ମୀ ବସ୍ ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ବିଭୁତି ଜେନା ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଲକ୍ଷ୍ମୀ ବସ୍ ସେବା ନେଇ ଅଧିକ ତର୍ଜମା ଚାଲିଛି। ଯେଉଁ ସ୍ଥାନରୁ ବସ୍ ସେବା ନାହିଁ, ସେ ସ୍ଥାନର ଲୋକେ ସୁବିଧା ପାଇବେ। ଯେଉଁ ନାମରେ ହେଉ ପଛେ ଲୋକଙ୍କୁ ବସ୍ ସେବା ଦିଆଯିବ ।
କେବଳ ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ଏଥିସହିତ ବଦଳିପାରେ ଲକ୍ଷ୍ମୀ ବସର ନାଁ । ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମର ପ୍ରଥମ ବୈଠକରେ ରିଭ୍ୟୁ କରି ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ବିଭୁତି ଭୂଷଣ ଜେନା ।
ଏଥିସହ ଦେଶର ପ୍ରମୁଖ ତୀର୍ଥ ସ୍ଥଳୀକୁ ଓଡ଼ିଶାରୁ ବସ୍ ସେବା ଆରମ୍ଭ ହେବ। ଅଯୋଧ୍ୟା, ତିରୁପତି, ମହାକାଳେଶ୍ୱର, ବାରାଣସୀ ଓ ବୃନ୍ଦାବନକୁ ବସ ଗଡ଼ିବ। ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର ଓ ରାଉରକେଲା ଭଳି ପ୍ରମୁଖ ସ୍ଥଳରୁ ଚାଲିବ ।
ଜୁଲାଇ ୭ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଆଜି ଛତିଶା ନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ । ନିଳାଦ୍ରୀ ଭକ୍ତ ନିବାସ ଠାରେ ବୈଠକ ହେବ । ରଥଯାତ୍ରା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଙ୍କ ଅଧ୍ୟକ୍ଷତାରେ ବୈଠକ ।

ସେହିପରି ମାଛକୁଣ୍ଡରୁ ଭୁବନେଶ୍ୱର, ବାଲିଗୁଡାରୁ କଟକ, ଉମରକୋଟରୁ ବିଶାଖାପାଟଣା ଭଳି ଜାଗାକୁ ବସ୍ ଚଳାଚଳ କରିବ । ପ୍ରଧାନମନ୍ତ୍ରୀ ଇଲେକ୍ଟ୍ରିବସ୍ ସେବା ଆରମ୍ଭ ହୋଇଯାଇଛି, ଆମ ଓଡ଼ିଶା ଭାଗରେ ମଧ୍ୟ ଏହି ସେବାର ସୁବିଧା ମିଳିବ । ତେଣୁ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ୧୫ ବର୍ଷରୁ ପୁରୁଣା ବସକୁ ସ୍କାର୍ପକୁ ଦିଆଯିବ । ଆଗକୁ ଇଲେକ୍ଟ୍ରି ବସ୍ ଅଧିକ ଚଳାଚଳ କରାଯିବ ।
ସେହିପରି ବର୍ତ୍ତମାନ ଲକ୍ଷ୍ମୀବସକୁ ନେଇ ତର୍ଜମା ଚାଲିଛି । ନାଁ ବଦଳିବା ନେଇ ମଧ୍ୟ ଆଲୋଚନା ହେଇପାରେ । ନାଁରେ କିଛି ନାହିଁ ସେବା ମିଳିବା ଆବଶ୍ୟକ ବୋଲି କହିଛନ୍ତି ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ।












Click it and Unblock the Notifications