ରଥଯାତ୍ରା ୨୦୨୪: ନବଦିନାତ୍ମକ ଯାତ୍ରାରେ ଶ୍ରୀଜିଉ; ନିର୍ଦ୍ଧାରିତ ସମୟ ପୂର୍ବରୁ ପହଣ୍ଡି ଆରମ୍ଭ

ନବଦିନାତ୍ମକ ଯାତ୍ରାରେ ଶ୍ରୀଜିଉ । ପହଣ୍ଡି ଯାତ୍ରା ଆରମ୍ଭ । ଧାଡ଼ି ପହଣ୍ଡିରେ ରଥକୁ ଆସୁଛନ୍ତି ମହାପ୍ରଭୁ । ଆରମ୍ଭ ହେଲା ଶ୍ରୀ ସୁଦର୍ଶନଙ୍କ ପହଣ୍ଡି । ନିର୍ଦ୍ଧାରିତ ସମୟ ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଛି । ଧାଡ଼ି ପହଣ୍ଡିରେ ରଥକୁ ଆସୁଛନ୍ତି ବଡ଼ଭାଇ ବଳଭଦ୍ର । ଶ୍ରୀ ସୁଦର୍ଶନଙ୍କ ପରେ ପରେ ଧାଡ଼ି ପହଣ୍ଡିରେ ପ୍ରଭୁ ବଳଭଦ୍ର ଆସୁଛନ୍ତି ।

Rath yatra 2024

ଦର୍ପଦଳନ ରଥରେ ବିରାଜମାନ ଶ୍ରୀ ସୁଦର୍ଶନ । ଧାଡ଼ି ପହଣ୍ଡିରେ ଆସି ରଥରେ ବିରାଜିଲେ ସୁଦର୍ଶନ । ଘଣ୍ଟଘଣ୍ଟା, ମୃଦଙ୍ଗ, ହୁଳହୁଳିରେ ପ୍ରକମ୍ପିତ ପରିବେଶ ।

ରଥଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ବଡ଼ଦାଣ୍ଡକୁ ୬ଟି ଜୋନରେ ବିଭକ୍ତ କରାଯାଇଛି। ତାସହ ଅତ୍ୟାଧୁନିକ ଜ୍ଞାନ କୌଶଳ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ସହାୟତା ନିଆଯାଇଛି। ୩ ଠାକୁରଙ୍କ ୩ କର୍ଡନ ଦାୟିତ୍ବରେ ରହିବେ ୩ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ, ୨ କମ୍ପାନୀ ସିଆରପିଏଫ ଓ ୮ କଂପାନୀ ଏସଓଜି ।

ସେହିପରି ଗତ ରାତିରୁ ଲାଗୁ ହୋଇଛି ଟ୍ରାଫିକ୍ କଟକଣା । ପ୍ରଥମ ଥର ପାଇଁ ରଥଯାତ୍ରାକୁ ଆସୁଥିବା ଯାନବାହନର ଗଣତି ହେବ। AI ସହାୟତାରେ ପୁରୀ-ବ୍ରହ୍ମଗିରି, ପୁରୀ-ଭୁବନେଶ୍ୱର ଏବଂ ପୁରୀ-କୋଣାର୍କ ରାସ୍ତାରେ ସ୍ୱତନ୍ତ୍ର ଟ୍ରାଫିକ ପରିଚାଳନା ହେବ। ବ୍ଲାକସ୍ପଟରେ ଡ୍ରୋନର ନିଆଯିବ ସହାୟତା। ବସ୍ ଓ ୨ ଚକିଆ ଯାନଗୁଡିକ ପାଇଁ ମୋଟ୍ ୨୧ଟି ସ୍ଥାନରେ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା ରହିଛି

ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ । ଆଉ କିଛି ସମୟ । ଅପେକ୍ଷା ସେହି କ୍ଷଣକୁ । କେବଳ ଅପେକ୍ଷା ଭଲ କରି ଥରେ ପାପ ନେତ୍ରରେ ଦେଖିବାକୁ ଆମ କାଳିଆ ସାଆନ୍ତକୁ । ମାନବୀୟ ଲୀଳା ଖେଳିବେ ମହାବାହୁ । ଜନ୍ମବେଦିକୁ କରିବେ ନବଦିନାତ୍ମକ ଯାତ୍ରା। ପତିତଜନଙ୍କୁ ଉଦ୍ଧାରିବା ରତ୍ନଦେବି ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ବିଶ୍ବନିୟନ୍ତା। ରଥାରୂଢ଼ ହୋଇ ଆଶୀର୍ବାଦର ବର୍ଷା କରିବେ ଭାବବିନୋଦିଆ କଳାଠାକୁର।ଭକ୍ତ ଗହଳିରେ ଉଛୁଳିଲାଣି ବଡ଼ଦେଉଳରୁ ବଡ଼ଦାଣ୍ଡ । ପୋଲିସ ପ୍ରସ୍ତୁତ, ପ୍ରଶାସନ ବି ପ୍ରସ୍ତୁତ।

ପୁଣିଥରେ ବଡ଼ଦାଣ୍ଡରେ ଭକ୍ତ-ଭଗବାନଙ୍କର ହେବ ଅପୂର୍ବ ମିଳନ। ଏଥିପାଇଁ ଠାକୁରଙ୍କ ଆସିବା ବାଟକୁ ଅନାଇ ରହିଛନ୍ତି ଅଗଣିତ ଭକ୍ତ।ପରମ୍ପରା ଅନୁଯାୟୀ ଆଜି ରଥଖଳାରୁ ଶ୍ରୀମନ୍ଦିର ନିକଟକୁ ତିନିରଥ ଅଣାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+