ରଥ ଉପରକୁ ମୋବାଇଲ ନେଲେ ହେବ କଡା କାର୍ଯ୍ୟାନୁଷ୍ଠାନ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ରଥ ଉପରକୁ ମୋବାଇଲ ମନା । ନବନିଯୁକ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କଡ଼ା ଚେତାବନୀ ଦେଇ କହିଛନ୍ତି, ବିଶୃଙ୍ଖଳିତ ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ନୀତି ଶୃଙ୍ଖଳାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ।
ପହଣ୍ଡି ଅଘଟଣକୁ ନେଇ ଅରବିନ୍ଦ ପାଢ଼ୀ କହିଛନ୍ତି, ଘଟଣାର ଯେଭଳି ପୁନରାବୃତ୍ତି ନ ହେବ ସେଥିପ୍ରତି ଧ୍ୟାନ ଦିଆଯିବ। ଅଣସେବାୟତ ରଥ ଉପରେ ମୋବାଇଲ ନେଉଥିବା ପରିଲକ୍ଷିତ ହେଉଛି। ଏଭଳି ବିଶୃଙ୍ଖଳା ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।
ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଆଜି ଅରବିନ୍ଦ ପାଢୀ ଦାୟିତ୍ୱ ନେଇଛନ୍ତି । ସେ ଦାୟିତ୍ୱ ନେବା ପରେ ରଥଯାତ୍ରାରେ ହୋଇଥିବା ବିଶୃଙ୍ଖଳା ଓ ଆଗାମୀ ବାହୁଡା ଯାତ୍ରାକୁ ନେଇ ଆକ୍ସନମୋଡକୁ ଆସିଛନ୍ତି । ଦାୟିତ୍ୱ ନେବା ପରେ ସେ କହିଛନ୍ତି କି, ଯଦି କୌଣସି ସେବାୟତ ରଥ ଉପରକୁ ମୋବାଇଲ ନେଇ ଯାଆନ୍ତି ତେବେ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରଥ ଉପରେ ରହି କୌଣସି ସେବାୟତ ଫଟୋ କିମ୍ବା ଭିଡିଓ କରିପାରିବେ ନାହିଁ ।

ସେହିଭଳି ରଥ ବେଳେ କିଛି ଅଣ ସେବାୟତଙ୍କୁ ରଥ ଉପରେ ଦେଖିବାକୁ ମିଳିଥିଲା । ଏହାକୁ ନେଇ ଅରବିନ୍ଦ ପାଢୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି କି, ବାହୁଡା ଯାତ୍ରା ବେଳେ ଯଦି ଏଭଳି କୌଣସି ଅଣସେବାୟତଙ୍କୁ ରଥ ଉପରେ ଦେଖିବାକୁ ମିଳେ ତେବେ ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
କେବଳ ସେତିକି ନୁହେଁ ରଥ ଯାତ୍ରା ବେଳେ ରଥ ଉପରେ ଆବଶ୍ୟକତା ଠାରୁ ଅଧିକ ସେବାୟତ ଚଢିଥିବା ନଜରକୁ ଆସିଥିଲା । ଏହାକୁ ନେଇ ମୁଖ୍ୟ ପ୍ରଶାସକ କହିଛନ୍ତି କି, ଏବେ ରଥ ଉପରେ ସୀମିତ ସେବାୟତ ଚଢିବାକୁ ଅନୁମତି ଦିଆଯିବ । ଯାହାର ସେବା ନାହିଁ ସେମାନଙ୍କୁ ରଥ ଉପରେ ଚଢିବାକୁ ଅନୁମତି ଦିଆଯିବ ନାହିଁ ।
ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଥିଲେ । ଗଣମାଧ୍ୟମକୁ ସୂଚନା ଦେଇ ଆଇନ ମନ୍ତ୍ରୀ କହିଥିଲେ, ପୂର୍ବରୁ ଯାଞ୍ଚ କମିଟି ଯେଉଁ ସୁପାରିଶ କରିଥିଲା ସେଥିରେ ମୋହର ମାରିଛି ପରିଚାଳନା କମିଟି ।












Click it and Unblock the Notifications